ଖବର ଆଜିର ତାରିଖ:୧୨/୦୧/୨୬, ସୋମବାର

 

୧-ଯୁକ୍ତ ଦୁଇ ପରୀକ୍ଷା:୧୩୮୫ ପରୀକ୍ଷା କେନ୍ଦ୍ର,୨୦୨ ହବ୍, ପରିଷଦ କାର୍ଯ୍ୟାଳୟରେ ଖୋଲିଲା କଣ୍ଟ୍ରୋଲ ରୁମ୍।

୨-ରାଜ୍ୟରେ ହାଡ଼ଭଙ୍ଗା ଶୀତରେ ଲାଗିଲା ବ୍ରେକ୍, ମେଘାଚ୍ଛନ୍ନ ଆକାଶ ପ୍ରଭାବରେ ବଢ଼ିଲା ରାତି ତାପମାତ୍ରା।ବାଦଲ ହଟିଲେ ଆଜିଠୁ ବଢ଼ିବ ଶୀତ।

୩-ଆଜି ଶକ୍ତି ପଦର୍ଶନ କରିବେ ମହମ୍ମଦ ମୋକିମ, ଆୟୋଜିତ ହେବ ଯୁବ ସମାବେଶ,ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରୁ ୧୨୦୦ରୁ ଉର୍ଦ୍ଧ୍ଵ ଯୁବ ନେତା ଓ ଯୁବକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

୪-ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ୨୦୨୫-୨୦୨୬ : ଓଡ଼ିଶାର ୧୨୭ ମନୋନୀତ, ପ୍ରତ୍ୟେକ ସ୍ନାତକଙ୍କୁ ୨ ଲକ୍ଷ ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ୬ ଲକ୍ଷ ଟଙ୍କା।

୫-ଶିଶିର ସରସ:ଜମିଲା ରବିବାରିଆ ଭିଡ଼,ବୋହିନେଉଛନ୍ତି ଜଙ୍ଗଲ ଜାତ ଦ୍ରବ୍ଯ।

୬-ଭୁବନେଶ୍ୱରରୁ ଦୁର୍ଦ୍ଦାନ୍ତ ଅପରାଧୀ ନିରଞ୍ଜନ ସ୍ୱାଇଁ (ନଣ୍ଡା) ଗିରଫ । ନଣ୍ଡାକୁ ଧଉଳି ଥାନା ପୁଲିସ ଗିରଫ କରିଛି,୭୮ ମାମଲାରେ ଜଡ଼ିତ।

୭-ରାଉରକେଲା ବିମାନ ଦୁର୍ଘଟଣା, ତଦନ୍ତ ପାଇଁ ପହଞ୍ଚିବ AAIB ତଦନ୍ତକାରୀ ଟିମ୍।

୮-ଟାଙ୍ଗୀ:କିମ୍ସ ପକ୍ଷରୁ ନାଚୁଣୀ ମହାବିଦ୍ୟାଳୟରେ ମେଗା ସ୍ବାସ୍ଥ୍ୟ ସେବା ଶିବିର, ଉଦଘାଟନ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

୯-ଭୁବନେଶ୍ୱର:୨୦ କୋଟି ଟଙ୍କାର ସାଇବର ଠକେଇ,ଆନ୍ତରାଜ୍ଯ ଗ୍ୟାଙ୍ଗର ୧୨ ଗିରଫ।

୧୦-ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

୧୧-ସାଲିଆ ସାହିରେ ବଡ଼ ଧରଣର ରେଡ୍, ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ଜବତ।

୧୨-ପୁଣି ‘ଆମ ବସ୍’ରେ ଲାଗିଲା ନିଆଁ, ପଟିଆ ‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ।

୧୩-ବେଲପାହାଡ଼ରେ ଲାଇନଚ୍ୟୁତ ହେଲା କୋଇଲା ନେଉ ଥିବା ମାଲବାହୀ ଟ୍ରେନର ୩ଟି ୱାଗନ।

୧୪-ବିରାଟଙ୍କ ବିଶାଳ ରେକର୍ଡ, ଦ୍ରୁତତମ ୨୮୦୦୦ ରନ୍ ପୂରଣ କରିବାରେ ବିଶ୍ବର ପ୍ରଥମ ବ୍ୟାଟର।

୧୫-ବିହାରରେ କୁହୁଡ଼ି ଯୋଗୁଁ ସିରିଜ୍ ଦୁର୍ଘଟଣା; ୨ ମୃତ ଓ ୪ ଗୁରୁତର।

୧୬-ଭୁବନେଶ୍ୱର:୧୭ରୁ ଓଡ଼ିଶା ଦେଇ ଚାଲିବ ୬ ନୂଆ ଟ୍ରେନ୍, ଏଥିରେ ଅଛି ୪ ନୂଆ ଅମୃତ ଭାରତ ଏକ୍ସପ୍ରେସ।

୧୭-ଭୋଦଦରା: ବିରାଟଙ୍କ ଚମକ୍, ନ୍ୟୁଜଲାଣ୍ଡଙ୍କୁ ୪ ଓ୍ବିକେଟ୍ ରେ ହରାଇଲା ଭାରତ।

୧୮- WPL,ମୁମ୍ବାଇ:ଆଜି ରୟାଲ ଚ୍ୟାଲେଞ୍ଜର୍ସ -ୟୁପି ଓ୍ବାରିୟରସ୍ ଲଢେଇ।

୧୯-ଆଇ-ପ୍ୟାକ୍ ରେଡ୍ ମାମଲା :ମମତାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି।

୨୦-ଗୁଜରାଟ:ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି,ସୋମନାଥ ମନ୍ଦିରରେ ହଜାର ସେକେଣ୍ଡ ପାଇଁ ଜପ କଲେ ଓଁକାର ଧ୍ବନି।

୨୧-ଦୁଇ ଦିନିଆ ଭାରତ ଗସ୍ତରେ ଜର୍ମାନ ଚାନ୍ସେଲର, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରିବେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024