ଖବର ଆଜିର ତାରିଖ:୨୧/୦୧/୨୬, ବୁଧବାର



୧-ଭୁବନେଶ୍ୱର:ଦିନ ତାତିଲାଣି, ରାତିରେ ହାଲୁକା ଥଣ୍ଡା, ରାଜ୍ୟର ୧୯ଟି ସ୍ଥାନରେ ପାରଦ ୩୦ଂ ପାର୍।

୨-ଆଜି ସାରା ଦେଶରେ JEE ମେନ୍ ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ।ପ୍ରବେଶ ପତ୍ର, ପରିଚୟ ପତ୍ର ଓ ସଠିକ୍ ଡ୍ରେସ୍ କୋଡ୍ ବାଧ୍ୟତାମୂଳକ।

୩-ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଗୃହ ବିଭାଗରେ ୮ ଶହ ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି।ସେମାନେ ସ୍ପେଶାଲ ପୁଲିସ ଅଫିସର ଭାବରେ କାର୍ଯ୍ୟ କରିବେ।

୪-ଶେଷ ହେଲା ଶିଶିର ସରସ ମେଳା,୩୦ କୋଟିରୁ ଅଧିକ ଟଙ୍କାର ଖାଇଲେ,କିଣିଲେ,୫ଲକ୍ଷ ଲୋକଙ୍କର ହେଲା ସମାଗମ।

୫-ବଢ଼ିଲା ଉଚ୍ଚଶିକ୍ଷା ସଚିବଙ୍କ ଅଡ଼ୁଆ;ଅଦାଲତ ଅବମାନନା ମାମଲାରେ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ।

୬-ପୁଣି ଡିଜେର ବିକଟାଳ ଶବ୍ଦ ନେଲା ଜଣକଙ୍କ ଜୀବନ । କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣା ଗ୍ରାମର ଲକ୍ଷ୍ମୀଧର ଚନ୍ଦଙ୍କର ମୃତ୍ୟୁ।

୭-ରାଜ୍ୟରେ ପ୍ରଥମ ଥର ପାଇଁ ଜେଲରେ ଲାଗିଲା AI କ୍ୟାମେରା, ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ।

୮-ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ; ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ।ଧମକପୂର୍ଣ୍ଣ ମେସେଜକୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି।

୯-ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ; ବଦଳିଲେ ଟାଉନ ଥାନା ଅଧିକାରୀ।

୧୦-ବିଜେଡି କ୍ୟାମ୍ପରେ ବଡ଼ ହଲ୍‌ଚଲ୍‌; ନବୀନ ନିବାସକୁ ନେତାଙ୍କୁ ଡାକରା।ସଙ୍ଗଠନକୁ ସୁଦୃଢ କରିବାକୁ ମନ୍ତ୍ର ଦେଇଥିଲେ ନବୀନ । 

୧୧-ପରିବହନ ବିଭାଗ ମାରିଲା ୟୁଟର୍ଣ୍ଣ; ଫାଇନ୍‌ କଟିଥିଲେ ବି କରିହେବ PUCC।

୧୨-ଯାତ୍ରା ଅଭିନେତା ପିୟୁଷଙ୍କୁ ମିଳିଲା ଆଶ୍ବସ୍ତି । ଅଭିନୟ ଜାରି ରଖିବେ ପିୟୁଷ ।

୧୩-ଏଣିକି ମହିଳା ଚଲାଇବେ ‘ଆମ-ବସ୍’ । ଏନେଇ ‘ଆମ-ବସ୍’ ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି।

୧୪-ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍, ନଗଦ ୩ କୋଟି ସହ ବ୍ୟାପକ ନିଶାଦ୍ରବ୍ୟ ଜବତ

୧୫-ପାରାଦ୍ଵୀପ, ପିପ୍ପଳ ଗ୍ରାମ:ପାଳଗଦାରେ ନିଆଁ ଲାଗି ଘର ସହିତ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ମୃତ।

୧୬-ଅଶ୍ଳୀଳ ଫଟୋ ଧମକ ଦେଇ ମହିଳାଙ୍କ ଠାରୁ ୨ଲକ୍ଷ ଲୁଟ।ବାଲେଶ୍ୱରରୁ ଯୁବକ ଜଣକ ଗିରଫ।

୧୭-ଅନୁଗୁଳରେ ହାତୀ ବୋମା ଖାଇ ମୃତ୍ୟୁ ପରେ ଆକ୍ସନ ମୁଡ୍ ରେ ବନ ବିଭାଗ, ଆରମ୍ଭ ହେଲା ମିଳିତ ଅପରେସନ ‘ଜୀବେ ଦୟା’।

୧୮-ଅଷ୍ଟ୍ରେଲିଆନ୍ ଓପନ୍: ସିନ୍ନର ଆଗେଇଲେ, ହମ୍‌ବର୍ଟଙ୍କୁ ବିଦାକଲେ ସେଲଟନ୍।

୧୯-ଏକ ଘରକିଆ ହୋଇପଡ଼ିବ ଆମେରିକା, ଭାରତ ସହ ବଡ଼ ଚୁକ୍ତି କରିବ ୟୁରୋପୀୟ ସଂଘ, ଏହା ବିଶ୍ୱ ଜିଡିପିର ୨୫%।

୨୦-ଯଦି ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଉପରେ ଆକ୍ରମଣ କରନ୍ତି, ତେବେ ସିଧା ଯୁଦ୍ଧ...ଡେନମାର୍କ ସାଂସଦଙ୍କ ଚେତାବନୀ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)