Posts

ଖବର ଆଜିର ତାରିଖ:୨୮/୧୦/୨୬, ବୁଧବାର

୧-ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପାଇଁ ହାଇଆଲର୍ଟରେ ଓଡ଼ିଶା! ୮ ଜିଲ୍ଲାରୁ ୪୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର।ଜରୁରୀକାଳୀନ ପ୍ରସ୍ତୁତି ପାଇଁ ଏସଡିଆରଏଫ ପାଣ୍ଠିରୁ ୧୯ କୋଟି ଟଙ୍କା ପ୍ରଦାନ। ୨-ବାତ୍ୟା ଅର୍ଣ୍ଣବ ଭୟରେ ଉପକୂଳ ଥରହର, ଚାଷୀଙ୍କଠୁ ମତ୍ସ୍ୟଜୀବୀ ସମସ୍ତେ ଏବେ ଚିନ୍ତାରେ। ୩-ଦୁର୍ନୀତି ମାମଲାରେ ୪୧ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ, ୯୧ ଜଣଙ୍କ ପେନସନ ବନ୍ଦ : ମୁଖ୍ୟମନ୍ତ୍ରୀ ୪-ବାତ୍ୟା ଅର୍ଣ୍ଣବ ପାଇ ସୋରଡା ପ୍ରଶାସନ ବନ୍ଦ କଲା ଦାରିଙ୍ଗିବାଡି ଘାଟି, ଭୂସ୍ଖଳନ ଓ ମାଟି ଅତଡା ଖସିବା ଆଶଙ୍କା। ୫-ଭୁବନେଶ୍ୱର:ଖାଁ ଖାଁ ପରିବା ହାଟ, ମାର୍କେଟ ବିଲ୍ଡିଂ, ଦୋକାନ ଖୋଲା, ଗ୍ରାହକଙ୍କ ଦେଖା ନାହିଁ। ୬-ପୁରୀ:କୋହଲା ପାଗକୁ ବର୍ଷା ଓ ପବନ, ଦୀପାବଳୀ ବଜାର ମାନ୍ଦା, ଶ୍ରୀମନ୍ଦିରରେ କମିଲା ଭିଡ଼। ୭-ବାତ୍ୟା ପାଇଁ ୯ ଜିଲ୍ଲାରେ ଦୁଇ ଦିନ ଶିକ୍ଷାନୁଷ୍ଠାନ ଛୁଟି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ। ୮-ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗରକୁ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ୯-କୋଟିଆ ବିବାଦରେ ନବୀନଙ୍କୁ ମୋହନଙ୍କ ଚିଠି, କହିଲେ- ‘ଗଠନମୂଳକ ପରାମର୍ଶ ଦିଅନ୍ତୁ’। ୧୦-ବାତ୍ୟା ସମ୍ପର୍କିତ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୟଭୀତ କଲେ ବନ୍ଧା ହେବେ : ଉପ ମୁଖ୍ୟମନ୍ତ୍ରୀ। ୧୧-କଟକ: ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ,ଆଜି ପ୍ରକାଶ ପାଇ...

ଖବର ଆଜିର ତାରିଖ:୨୬/୧୦/୨୬, ସୋମବାର

୧-ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ବଡ଼ ପଦକ୍ଷେପ, ୫ ଜିଲ୍ଲା ଯିବେ ୫ IAS ଅଧିକାରୀ।୮ ଜିଲ୍ଲା ଦାୟିତ୍ୱରେ ୮ ମନ୍ତ୍ରୀ। ୨-ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ୨୬ରୁ ୨୯ ଯାଏଁ ଫେରି ଓ ପର୍ଯ୍ୟଟକ ଡଙ୍ଗା ଚଳାଚଳ ବନ୍ଦ। ଆସନ୍ତାକାଲି ଠାରୁ ଉପକୂଳ , ଦକ୍ଷିଣରେ ବର୍ଷା ସହ ପବନ ବହିବ। ୩-ଜଟଣୀ:ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ। ୪-ଭୁବନେଶ୍ୱର: ଆଶୁତୋଷ ପରିଡ଼ା ପାଇଲେ ଶାରଳା ପୁରସ୍କାର। ଦୁର୍ଗାଚରଣ, ଦାମୋଦରଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ। ୫-ଭୁବନେଶ୍ୱର:ଦିନକ ପରେ ଓଡ଼ିଶାରେ ବାତ୍ୟା ପ୍ରଭାବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି। ୬-ଖଣ୍ଡଗିରି:୪୦ରୁ ଉର୍ଦ୍ଧ୍ବ ମଣ୍ଡପରେ ମା'ଙ୍କୁ ଆରାଧନା,ତୋରଣ ଓ ଆଲୋକମାଳାରେ ଝଲସୁଛି ମଣ୍ଡପ। ୭-ଖଣ୍ଡଗିରି, ଧର୍ମ ବିହାର:ଭଡାଘରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ପୁରୁଷ ବନ୍ଧୁ ଗିରଫ। ୮-ବରଗଡ଼,ନରସିଂହପୁର:ସଡ଼କରେ ମୃତ୍ୟୁର ତାଣ୍ଡବ ! କାର୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣଙ୍କ ମୃତ୍ୟୁ। ୯-“ମନ୍ କୀ ବାତ୍”ରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ, ପର୍ବପର୍ବାଣୀରେ ସ୍ୱଚ୍ଛତା ରଖନ୍ତୁ ଓ ସ୍ଥାନୀୟ ସାମଗ୍ରୀ କିଣନ୍ତୁ। ୧୦-ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା: ହତ୍ୟା ପୂର୍ବରୁ କରାଯାଇଥିଲା ଅକଥନୀୟ ଅତ୍ୟାଚାର, ରାସ୍ତାରୋକ ସହ ୨୭ରେ ଜଳେଶ୍ୱର ବନ୍ଦ ଡା...

ଖବର ଆଜିର ତାରିଖ:୨୫/୧୦/୨୬, ରବିବାର

୧-ଭୁବନେଶ୍ୱର:ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ,୧୭୦ କୋଟିର RBIର ଡାଟା ସେଣ୍ଟର ଉଦଘାଟନ କରିବେ।ଯୋଗଦେବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ରମନ୍ତ୍ରୀ। ୨-ସାମ୍ଭାବ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ୨୮ ଓ ୨୯ ତାରିଖରେ ବନ୍ଦ ରହିବ। ୩-ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”କୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ୪-ଚାଷୀ ମନରେ `ବାତ୍ୟା' ଛନକା; ସୁନାର ଫସଲ ଧୋଇଯିବା ଭୟରେ ସମୟ ଆଗରୁ କାଟି ପଲାଇଲେଣି ଫସଲ ସବୁ। ୫-ମହାପ୍ରଭୁଙ୍କ ଦର୍ଶନ ହେବ ସହଜ; ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ନିର୍ମାଣ ହେଲା ରାମ୍ପ। ୬-ବାତ୍ୟା ଆଶଙ୍କାରେ ବଦଳିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ:ରାଷ୍ଟ୍ରପତି ନଭେମ୍ବର ୪ ଓ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ୭-ପୁଣି ଭୁବନେଶ୍ୱରରେ ଗ୍ୟାସ୍ କଳାବଜାରି; ଡାଲା ଅଟୋରେ ବୁହା ଚାଲିଥିଲା, ୨୫ଟି ଗ୍ୟାସ ସିଲିଣ୍ଡର ଜବତ କଲା ଚନ୍ଦ୍ରଶେଖରପୁର ପୋଲିସ। ୮-ଅନୁଗୋଳ, ବାଗଡ଼ିଆ କଣଲୋଇ ଗାଁ:ପ୍ରେମ ପାଇଁ ହତ୍ୟାକାଣ୍ଡ, ପ୍ରେମିକ ସହ ମିଶି ସ୍ଵାମୀକୁ ନିର୍ମମ ଭାବେ ହତ୍ୟାକଲା ପିଶାଚୀ ସ୍ତ୍ରୀ। ୯-ହାଣ୍ଡିଶାଳରେ ହାହାକାର :ସବୁ ଖାଦ୍ୟ ସାମଗ୍ରୀ ଦର କିଲୋ ପିଛା ବଢିଲାଣି ୨୦ର...

ଖବର ଆଜିର ତାରିଖ:୨୪/୧୦/୨୬, ଶନିବାର

୧-ଆସୁଛି ବାତ୍ୟା: ଆଇଏମଡିର ପୂର୍ବାନୁମାନ, ୨୮ ତାରିଖ ବେଳକୁ ଛୁଇଁ ପାରେ ସ୍ଥଳ ଭାଗ, ୨୬ରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେଇଯିବ। ୨-ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଶୂନ୍ୟ ମୃତ୍ୟୁ ପାଇଁ ପ୍ରସ୍ତୁତି। ୩-ଓଡ଼ିଶାରେ ୭୨୬୮ ପୋଲିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ପ୍ରଥମ ଥର ହେବ ଗୋଟିଏ କମ୍ବାଇନ୍‌ଡ ପରୀକ୍ଷା। ୪-କ୍ଷତିରେ ଚାଲିଛି ଇକୋ-ରିଟ୍ରିଟ୍:୫ ବର୍ଷରେ ୨୩୪.୨୪ କୋଟି ଖର୍ଚ୍ଚ,ଆୟ ମାତ୍ର ୨୬.୫୭ କୋଟି। ୫-ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପାଇଁ ୨୬ ତାରିଖ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି ସ୍ଥଗିତ। ୬-ଜଳେଶ୍ଵର ଛାତ୍ରୀ ଦୁଷ୍କର୍ମ -ହତ୍ଯା ମାମଲା,ଫାଣ୍ଡି ଅଧିକାରୀ ନିଲମ୍ବିତ, ଥାନାଧିକାରୀଙ୍କୁ ବାଧ୍ୟତା ବଦଳି। ୭-ମୁମ୍ବାଇରେ ପୁଞ୍ଜିନିବେଶ ଏବଂ ନିଯୁକ୍ତି ସୁଯୋଗ ନେଇ ମନ୍ଥନ, POSCO ଓ JSW ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ୮-ସୌମ୍ୟ ମୃତ୍ୟୁ ମାମଲାରେ ବଢ଼ିଲା ବିଦ୍ୟାଭାରତୀଙ୍କ ଗିରଫ ସମ୍ଭାବନା; ଆଗୁଆ ଜାମିନରେ ହାଇକୋର୍ଟଙ୍କ ଝଟକା। ୯-କୋଣାର୍କରେ ୧୧୦ କୋଟିରୁ ଅଧିକ ଟଙ୍କାର ଜମିକୁ ନେଇ ବଡ଼ ନିଷ୍ପତ୍ତି; ୩୭ ବର୍ଷର ପୁରୁଣା ଆଦେଶ ରଦ୍ଦ। ୧୦-ପାଟନା:ବାଣ ଭିଡିଲାବେଳେ ବିସ୍ଫୋରଣ,ପରିବାରର ୫ ମୃତ। ୧୧-କାର୍ତ୍ତିକ ପୂର୍ବରୁ ଆମିଷ ପ୍ରେମୀଙ୍କ ଭିଡ଼, ବଢ଼ିଲାଣି ମାଛ-ମାଂସ ଦର। ୧୨-ରଙ୍ଗାରଙ୍ଗ ଭସାଣିରେ ମା’ ଦୁର୍ଗାଙ୍କୁ ଦିଆଗଲା ମେଲାଣି, ଆଖିରେ ଲୁହ, ମନ...

ଖବର ଆଜିର ତାରିଖ:୨୩/୧୦/୨୬, ଶୁକ୍ରବାର

୧-ପରିବା ଦର ଆକାଶଛୁଆଁ, ହାଟକୁ ଗଲେ ଖାଉଟିଙ୍କ ଉଡ଼ୁଛି ହୋସ୍।୫୦୦ଟଙ୍କାରେ ପୁରୁନି ବ୍ଯାଗ୍ । ୨-ଭୁବନେଶ୍ୱର: ୟୁନିଟ୍ ୨ ଅଶୋକ ନଗରରେ ଆସନ୍ତା ୨୬ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ୩-ମା’ ଦୁର୍ଗାଙ୍କ ମେଲାଣିକୁ ନେଇ ଭୁବନେଶ୍ୱର, କଟକ ଓ ପୁରୀରେ ଭସାଣ ଉତ୍ସବ ଧୁମ୍‌ଧାମରେ ପାଳନ ହେଉଛି। କଟକରେ ବାଜା ରୋଷଣୀ ସହ ମେଢ଼ଗୁଡ଼ିକ ଦେବୀଗଡ଼ା ଅଭିମୁଖେ ଯାଉଛନ୍ତି। ୪-କୁମାର ପୂର୍ଣ୍ଣିମା ପାଳନକୁ ନେଇ ବି ଦ୍ବନ୍ଦ:୨୫ ତାରିଖ ୧୧ଟା ୪୮ପରଠାରୁ ପୂର୍ଣ୍ଣିମୀ ତିଥିର ପ୍ରବେଶ, ୨୬ ତାରିଖ ୯ଟା ୪୨ ପର୍ଯ୍ୟନ୍ତ ରହିବ। ୫-ସକ୍ରିୟ ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ। ଏହା ଘନୀଭୂତ ହେବା ନେଇ ପାଣିପାଗ ମଡେଲ୍‌ଗୁଡ଼ିକ ଆକଳନ କରୁଥିବାରୁ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର୍। ୬-ଏସିଆନ୍ ପାରା ଗେମ୍ସରେ ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଶାର ଜୟନ୍ତୀ ବେହେରା; ୪୦୦ ମିଟର ଦୌଡ଼ରେ ଜିତିଲେ ରୌପ୍ୟ। ୭-ପୁରୀ:ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀଜିଉ। ୮-ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କଳିଙ୍ଗ ଷ୍ଟୁଡିଓ, ଜଣକ ପିଛା ଏଣ୍ଟ୍ରି ଫି ୨୦ ଟଙ୍କା। ୯-ନୟାପଲ୍ଲୀ:ବାହାଘର ପରେ ଶ୍ୱଶୁର ଘରକୁ ଯାଇ ଲୁଟ୍, ଜ୍ୱାଇଁଙ୍କୁ ବାନ୍ଧିଲା ପୋଲିସ। ୧୦-ଫିନାଇଲ୍‌ଠାରୁ ଷ୍ଟ୍ରିଟ୍ ଲାଇଟ୍, ସରକାରୀ କ୍ରୟରେ ମୂଲ୍ୟ ଫରକକୁ ନେଇ ଜୋରଦାର୍ ଚ...

ଖବର ଆଜିର ତାରିଖ:୨୨/୧୦/୨୬, ଗୁରୁବାର

୧-୨୦୨୭ ଯୁକ୍ତଦୁଇ ପରୀକ୍ଷାରେ କଡ଼ା ନିୟମ, CCTV ନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର! ୨-ପୁରୀ:ହବିଷ୍ୟାଳିଙ୍କ ପାଇଁ ଖୁସି ଖବର, ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ୩-ବଙ୍ଗୋପସାଗରରେ ବାତ୍ୟା ନିଶ୍ଚିତ ! ୨୩ରେ ଲଘୁଚାପ, ବାତ୍ୟା ପାଇଁ ପାଗ ରହିଛି ଅନୁକୂଳ। ୪-ଝାରପଡ଼ା ଦୁର୍ଗାପୂଜା ମଣ୍ଡପରେ ଗୋବିନ୍ଦାଙ୍କ ଧମାଲ୍, ଓଲିଉଡ୍ ଅଭିନେତ୍ରୀଙ୍କ ସହ ଜମାଇଲେ ନାଚ। ୫-ଦୁଇ ଲୁଟେରା ବିଟେକ ଛାତ୍ରଙ୍କୁ ଗିରଫ କଲା କମିସନରେଟ ପୋଲିସ, ଦଶହରାରେ ଲୁଟିଥିଲେ ମୋବାଇଲ୍ ଓ ସ୍କୁଟି। ୬-ନୟାଗଡ଼ର ପାଣିଭଣ୍ଡାର ଗାଁରେ ଚାଞ୍ଚଲ୍ୟ: ୫୦୦ ଟଙ୍କା ବିଲ୍କୁ ନେଇ ହତ୍ୟାକାଣ୍ଡ, ବୃଦ୍ଧଙ୍କୁ ପିଟିପିଟି ମାରିଦେଲେ ୭-ଖଣି ବ୍ୟବସାୟୀ ରତିକାନ୍ତ ରାଉତଙ୍କ ବଢ଼ିଲା ଅଡୁଆ, ମନି ଲଣ୍ଡରିଂ ମାମଲାରେ ଇଡିର ସପ୍ଲିମେଣ୍ଟାରୀ ଚାର୍ଜସିଟ୍। ୮-ମୁମ୍ବାଇରେ ଓଡ଼ିଶାର ନିବେଶ ଫୋକସ୍; ଇଣ୍ଡିଆ କେମ୍‌ ୨୦୨୬ରେ ଶିଳ୍ପ ସୁଯୋଗ ଦେଖାଇବ ରାଜ୍ୟ, ବଡ଼ କେମିକାଲ୍ ପାର୍କ ଘୋଷଣା ଯୋଜନା। ୯-କୋଟିଆ ସମସ୍ୟାର ସମାଧାନ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ। ୧୦-Zomato-Blinkitର ତ୍ରୈମାସିକ ରିପୋର୍ଟ; କମ୍ପାନୀର ଆୟ ବଢ଼ିଲା, ହେଲେ ସେୟାରରେ ଝଟକା। ୧୧-ମୁକୁଳିଲେ ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା। ୧୨-HDFC Bankରେ ବଡ଼ ବିବାଦ; ଗୋପନୀୟ ତଥ୍ୟ ବାହାରକୁ ଦେବା ଅଭିଯୋଗରେ ୨ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ତଦନ୍ତ। ୧୩-ନିଜ...

ଖବର ଆଜିର ତାରିଖ:୧୮/୧୦/୨୬, ରବିବାର

୧-ଭୁବନେଶ୍ୱର:ମା'ଙ୍କ ଆଗମନରେ ଉତ୍ସବ ମୁଖର ଗାଁ ଠୁ ସହର। ଦେବୀ ପୀଠରେ ସରିଲା ସପ୍ତମୀ ପୂଜା।ସଞ୍ଜ ହେଲେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି। ୨-ଭୁବନେଶ୍ୱର:ଆସନ୍ତା ୨୬ରୁ ନଭେମ୍ବର ୧ ଯାଏଁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ୩-ଶାନ୍ତି ଶୃଂଖଳା ପାଇଁ କଟକରେ କମିଶନରେଟ ପୋଲିସର ଫ୍ଲାଗ ମାର୍ଚ୍ଚ, ୧୦ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ। ୪-ଭୁବନେଶ୍ୱର:ଟ୍ରାଫିକ ଭିଡ଼ ଦେବ ବଡ଼ ଦୁଃଖ,ଦଶହରା ପୂଜାରେ ଲୋକେ ହେବେ କଲବଲ,ଜନପଥ ଓ କଟକ ରୋଡରେ ହେବ ଚକାଜାମ୍! ୫-ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ଗାର୍ଡ ଅଫ୍ ଅନର୍; ଆଜି ହେବ ଶପଥ ଗ୍ରହଣ। ୬-ଅନ୍ୟ ରାଜ୍ୟକୁ ଗଲେ ମିଳିବନି ଜାତିଗତ ସୁବିଧା: ସୁବିଧା-ସୁଯୋଗକୁ ନିଜ ସହ ନେଇପାରିବେ ନାହିଁ ପ୍ରବାସୀ, ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ୭-କଟକ:ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧ ଲକ୍ଷ ୮୮ ହଜାର ଟଙ୍କା ଜବତ, ଯନ୍ତ୍ରୀ ଅଟକ। ୮-ଢେଙ୍କାନାଳ:ଓଡ଼ାପଡ଼ା ତହସିଲଦାର ସସପେଣ୍ଡ, କାର୍ଯ୍ୟରେ ଅବହେଳା ଓ ସରକାରୀ ନିୟମ ଉଲଂଘନ ଅଭିଯୋଗ। ୯-ବଙ୍ଗୋପସାଗର ନୁହେଁ ଆରବ ସାଗରରେ ମଧ୍ୟ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ, ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ସମ୍ଭାବନା! ୧୦-ପୁରୀ ବେଳାଭୂମିରେ ମା’ଦୁର୍ଗାଙ୍କ ବାଲୁକା କଳା: ୨୨ପ୍ରକାର ପରିବା, ୧୦ ପ୍ରକାରର ଫଳ ସହ ୮ଟନ ବାଲିର ହୋଇଛି ...

ଖବର ଆଜିର ତାରିଖ:୧୭/୧୦/୨୬, ଶନିବାର

୧-ଭୁବନେଶ୍ୱର:ଝଲସୁଛି ମା'ଙ୍କ ତୋରଣ,ଆଜି ମଣ୍ଡପରେ ବିରାଜିବେ ମା' ଜଗତଜନନୀ। ୨-ଓଡ଼ିଶାର ୫ ITI ପାଇଁ ୨୪୦ କୋଟି,PM ସେତୁ ଅଧିନରେ ବିକଶିତ ହେବ ଏ ସବୁ ITI ୩-ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ପୂଜା ଭେଟି; ୬ ମାସର ସମ୍ମାନ ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ୫୬.୫୫ କୋଟି। ୪-ଛାତ୍ର ସଂସଦ ନିର୍ବାଚନ:ଏବିଭିପିର ପ୍ରଦର୍ଶନ ବିଜେପିକୁ ଉତ୍ସାହିତ କରିଥିବା ବେଳେ ବିସିଜେଡିର ପ୍ରଦର୍ଶନ ବିଜେଡିକୁ ଆଶ୍ୱସ୍ତ କରିଛି। ୫-କଟକ ଦୁର୍ଗାପୂଜା ପାଇଁ ପୋଲିସର ମାଷ୍ଟର ପ୍ଲାନ୍ : ମୁତୟନ ହେବେ ୫୦୦ ଅଫିସର, ୨ କମ୍ପାନୀ ସିଆରପିଏଫ। ୬-ଲିଙ୍ଗରାଜ ମନ୍ଦିର ସତ୍ତ୍ୱଲିପି କମିଟିର ତୃତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ, ୪ରୁ ୫ ମାସ ମଧ୍ୟରେ ଆସିବ ଚୂଡ଼ାନ୍ତ ରିପୋର୍ଟ। ୭-ବିଶ୍ବବିଦ୍ୟାଳୟ ସ୍ତରୀୟ ଷ୍ଟାର୍ଟଅପ୍‌ ପ୍ରତିଯୋଗିତାରେ ସଫଳତା ଆଣିଲେ ନୀଳଗିରି ଝିଅ । ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କ ପାଇଁ ସ୍ମାର୍ଟ ଷ୍ଟିକ୍‌ ପ୍ରସ୍ତୁତ କରି ଚର୍ଚ୍ଚାରେ ଯାଜ୍ଞସେନୀ। ୮-ସମ୍ବଲପୁରରେ ସାଇବର ଠକେଇ ମାମଲା, ୧୦୦ ମୋବାଇଲ୍ ସହ ୩୫ ଲକ୍ଷ ୫୦ ହଜ଼ାର ଟଙ୍କା ଫେରସ୍ତ କଲା ପୋଲିସ। ୯-ଭୁବନେଶ୍ୱର:କ୍ରିଟିକାଲ୍ ମିନେରାଲ୍ସ ଅନୁସନ୍ଧାନ ଦିଗରେ ଓଏମ୍‌ସି ଓ ଏଏମ୍‌ଡି ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ। ୧୦-ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା, ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ପୁ...

ଖବର ଆଜିର ତାରିଖ:୧୩/୦୭/୨୬, ସୋମବାର

୧-କେଜିରୁ ପିଜି ନିଃଶୁଳ୍କ ଶିକ୍ଷା ଦାନ:ନାମ ଲେଖା ଫି' ଫେରି ପାଇବା ଚିନ୍ତାରେ ୭୧୦୮ ଛାତ୍ର ଛାତ୍ରୀ। ୨-ବ୍ରହ୍ମଗିରି: ଶ୍ରୀ ଅଲାରନାଥଙ୍କ ପୀଠରେ ଆଜି ଅଣସର ଶେଷ ଦର୍ଶନ। ସକାଳ ୬ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼। ୩-ପୁରୀ ସମୁଦ୍ରରେ ଅଘଟଣ: ଗାଧୋଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ, ଦେବଦୂତ ସାଜି ଉଦ୍ଧାର କଲେ ଲାଇଫ୍ ଗାର୍ଡ। ୪-ବିଜେପିରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ: ଶହ ଶହ ସମର୍ଥକଙ୍କ ସହ ଧରିଲେ ପଦ୍ମ, ଚୌଦ୍ୱାର-କଟକରେ ବଦଳିବ ରାଜନୈତିକ ସମୀକରଣ। ୫-ଆଜିଠୁ ଭୁବନେଶ୍ବର ଲୋୟର ପିଏମଜିରେ ଅନଶନରେ ବସିବେ ଚାମେଲି, IIC ଓ BDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି। ୬-ବର୍ଷାରେ ଭିଜିବ ରଥଯାତ୍ରା;୧୭ ତାରିଖ ଯାଏ ଲାଗି ରହିବ ବର୍ଷା, ୧୪ ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି। ୭-ସାବଧାନ ! ମାତିଛନ୍ତି ସାଇବର ଠକ, କମ୍ ଦାମ୍‌ର ହୋଟେଲ ଅଫରରେ ପଡ଼ନ୍ତୁ ନାହିଁ, ସତର୍କ କଲା ପୁରୀ ପୋଲିସ। ୮-ଟିଟିଲାଗଡ଼,ହାଇସ୍କୁଲ ପଡ଼ା ଅଞ୍ଚଳ:ବିଦେଶୀ ମଦ ଦୋକାନକୁ ବିରୋଧ;ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ମହିଳା। ୯-କେନ୍ଦୁଝର,ଜୁଡ଼ିଆ ଘାଟି:ଓଲଟିଲା ପିଆଜ ବୋଝେଇ ଟ୍ରକ, ଯିଏ ଯାହା ପାରିଲେ ବୋହିନେଇଗଲେ। ୧୦-ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ କଣ୍ଟ୍ରୋଲ୍। ଏହାକୁ ଦୃଷ୍ଟିରେ ରଖି ଏଥର ୨୭ଟି ସ୍ଥାନରେ ହ...

ଖବର ଆଜିର ତାରିଖ:୦୭/୦୭/୨୬, ମଙ୍ଗଳବାର

୧-ଶ୍ରୀକ୍ଷେତ୍ର ସହ ଯୋଡ଼ି ହେଲା ଶାବର ଶ୍ରୀକ୍ଷେତ୍ର; ଗଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ। ୨-ବଦଳିଲା ସ୍କୁଲ ପରୀକ୍ଷା ବ୍ୟବସ୍ଥା: ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷକୁ ୪ଟି ପରୀକ୍ଷା, ଶିଶୁବାଟିକାରୁ ଦ୍ୱିତୀୟ ଯାଏଁ ନାହିଁ ଲିଖିତ ପରୀକ୍ଷା। ୩-ପୁରୀ : ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମୀକ୍ଷା ବୈଠକ।ନିୟମ ଅନୁସାରେ କର୍ଡନ ପାସ୍ ମିଳିବ। ୪-ଲଗାଣ ବର୍ଷାରେ ସମ୍ବଲପୁରର ହାଲ୍ ବେହାଲ।ଖୋଲିବ ହୀରାକୁଦ ଗେଟ।ଜୁଲାଇ ୯ ତାରିଖରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ। ୫-ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ: ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଲାଗୁଛି ଲମ୍ବା ଲାଇନ୍। ୬-ଆପି ଆୱାର୍ଡ ୨୦୨୬, ଆମେରିକାରେ କିଟ୍–କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ହେଲେ ସମ୍ମାନିତ।ଆପି ହେଉଛି ୧ଲକ୍ଷ ୨୦ ହଜାର ପ୍ରବାସୀ ଭାରତୀୟ ଡାକ୍ତରଙ୍କ ସଂଘ। ୭-ପୁରୀ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ; ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୮-ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା। ୯-ମାରାତ୍ମକ କ୍ୟାନ୍ସର ରୋଗର ଚିକିତ୍ସା କ୍ଷେତ୍ରରେ ଗବେଷକଙ୍କୁ ବଡ଼ ସଫଳତା।ଗନ୍ଧମାର୍ଦ୍ଦନ ପାହାଡ଼ର ଔଷଧୀୟ ଉଦ୍ଭିଦରୁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ହର୍ବାଲ ଫର୍ମୁଲା କ୍ୟାନ୍ସ...

ଖବର ଆଜିର ତାରିଖ:୨୯/୦୬/୨୬, ସୋମବାର

୧-ପୁରୀ:ଆଜି ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ୨-ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତ ସମୁଦ୍ର,ଦେହରେ ଦେହ ବାଜୁଛି ଓ ପାଦରେ ପାଦ ବି ବାଜୁଛି।ଆଗରେ ଥିବା ଲୋକକୁ ଅତିକ୍ରମ କରିବା ସମ୍ଭବ ହେଉନାହିଁ। ୩-୪୮ ଘଣ୍ଟାର ଅଲ୍ଟିମେଟମ୍: ପାଠ୍ୟପୁସ୍ତକ ମହାଘୋଟାଲାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ ଚେତାବନୀ। ୪-ଭୁବନେଶ୍ୱର:ଅଧା ଆଷାଢ଼ରେ ଅଗ୍ନି ବର୍ଷା, ନିଅଣ୍ଟିଆ ବର୍ଷା ଯୋଗୁଁ ପଡ଼ି ପାରୁନି ଧାନ ତଳି।୧ରେ ଲଘୁଚାପ ଶେଷ ଆଶା। ୫-ଭୁବନେଶ୍ୱର:ଜୁନରେ ଲୁଚକାଳି ଖେଳିଲା ମୌସୁମୀ ବର୍ଷା; ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା, ଆରମ୍ଭ ହୋଇପାରୁନି ଚାଷ କାର୍ଯ୍ୟ। ୬-ଜଗତସିଂହପୁରରେ ବାଲି ମାଫିଆଙ୍କୁ ବଡ଼ ଝଟକା: ବିରିଡିରୁ ୫୦୦ ଟ୍ରିପ୍‌ରୁ ଅଧିକ ବେଆଇନ ବାଲି ଜବତ, ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ। ୭-ଝାରସୁଗୁଡ଼ା:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍, ପୀଡ଼ିତାଙ୍କୁ ୮ ଲକ୍ଷ ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ। ୮-କଳିଙ୍ଗ ଷ୍ଟୁଡ଼ିଓ ପୁନରୁଦ୍ଧାର କାମରେ ବଡ଼ ଅନିୟମିତତା, ୨୦୦ କୋଟିର ହେରଫେର ହୋଇଥିବା ଅଭିଯୋଗ। ୯-ଉମରକୋଟ,ନିନାଶପାଣୀ ଗ୍ରାମ:କୁସୁମ କୋଳି ତୋଳିବା ବେଳେ ବଜ୍ରାଘାତ, ଚାଲିଗଲା ମାଆ-ଝିଅଙ୍କ ଜୀବନ। ୧୦-କମିସନରେଟ୍ ପୁଲିସ ହାତରେ ମୋଷ୍ଟ ୱାଣ୍ଟେଡ୍ ଠକ ସଚିଦାନନ୍ଦ ଭୋଇ,୫ କୋଟି ଠକେଇ ମାମଲାରେ ଗିରଫ। ୧୧-ନବ ଦାସ ...

ଖବର ଆଜିର ତାରିଖ:୨୮/୦୬/୨୬, ରବିବାର

୧-ପୁରୀ:ସୋମବାର ସ୍ନାନଯାତ୍ରା ପାଇଁ, ଗତକାଲି ରାତିରୁ ଆଜି ଅପରାହ୍ନ ଗୋଟାଏ ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ୨-ପୁରୀ ସ୍ନାନ ଯାତ୍ରା:ଭୋର ୫ଟାରେ ହେବ ପହଣ୍ଡି,୧୨ଟାରେ ଜଳ ବିଜେ। ଅପରାହ୍ନ ୫ଟା ସୁଦ୍ଧା ସରିବ ହାତୀ ବେଶ। ୩-ବିଦ୍ୟାଳୟ ସମୟ ପରିବର୍ତ୍ତନ ନେଇ ଅଭିଭାବକ ମହଲରେ ଦାବି ଜୋରଦାର, ପୁନର୍ବିଚାର ହେଉ, ନିଷ୍ପତ୍ତି ବଦଳୁ। ୪-ଭୁବନେଶ୍ୱର:ଆସୁଛି ବଡ଼ ବର୍ଷା, ପୂରା ଓଡ଼ିଶାକୁ ଆଲର୍ଟ ଜାରି।ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ ।  ୫-ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ ନିକଟରେ ରିପୋର୍ଟ ଦାଖଲ କଲା ଯୁଗ୍ମ ବୈଷୟିକ ଟିମ୍। ୬-ପୁରୀ:ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର। ୭-୨୯ରେ ରାଜଧାନୀରେ ହେବ ଶିକ୍ଷକ ସମାବେଶ। ଅନୁଦାନ ଓ ଚାକିରି ସର୍ତ୍ତାବଳୀ ସହ ପେନସନ ଦାବି। ୮-ଖଣ୍ଡଗିରି:ବିଷ ପିଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ,ଏମ୍ସ ଡାକ୍ତରଙ୍କୁ ନିର୍ଘାତ ପିଟିଲେ,୩ଜଣକୁ ଉଠାଇ ନେଲା ପୋଲିସ। ୯-ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟାଡିୟମ ନିକଟରେ ଏକ ଆମ ବସ୍ ବାପା-ଝିଅଙ୍କୁ ଧକ୍କା ଦେଲା।ଗୁରୁତର ଅବସ୍ଥାରେ ଉଭୟ ମେଡିକାଲରେ ହେଲେ ଭର୍ତ୍ତି । ୧୦-ରାଉରକେଲା,ବିଶ୍ରା ଥାନା:ସହିପାରିଲାନି ରିଜେକ୍ସନ, ପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ ! ୧୧-ଶିମିଳିପାଳରେ ବଂଶବୃଦ୍ଧିର ନୂଆ ଅଧ୍ୟାୟ;ଟ୍ରାପ କ୍ୟାମେ...

ଖବର ଆଜିର ତାରିଖ:୨୭/୦୬/୨୬, ଶନିବାର

୧-ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବଡ଼ କାର୍ଯ୍ୟାନୁଷ୍ଠାନ,SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କଲେ ସରକାର । ୨-ଭୁବନେଶ୍ୱର : ୫ ଦିନ ପ୍ରବଳ ବର୍ଷା ।  ବିଜୁଳି ଘଡଘଡି ସହ ଝଟକା ପବନ ପାଇଁ ଆଜି ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ୩-ଶ୍ରୀମନ୍ଦିରରେ ସୁଜାତା ରାଉତ, ବିଜେଡିରେ ସାମିଲ ହେବା ପରେ ପୁରୀ ଓ କଟକ ଚଣ୍ଡୀ ମନ୍ଦିରରେ ନେଲେ ଆଶୀର୍ବାଦ। ୪-ଏବେ ଭୁବନେଶ୍ୱର ଜନପଥରେ ଗାଡି ପାର୍କିଂ କଲେ ଦେବେ ମୋଟା ଅଙ୍କର ଜରିମାନା। ୫-ଆସନ୍ତା ୨୯ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନପୂର୍ଣ୍ଣମୀ : ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ୬-ପୁରୀ:ସ୍ନାନ ଯାତ୍ରା ପାଇଁ ୭୯ ପ୍ଲାଟୁନ୍ ଫୋର୍ସ ମୂତୟନ, ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସୂଚନା ଜାରି। ୭-ଭୁବନେଶ୍ୱର: ପୁରୀ ବାଇପାସ୍ ଏବେ ବରଯାତ୍ରୀଙ୍କ କବଜାରେ, ଘଣ୍ଟା ଘଣ୍ଟା ଫସୁଛି ଆମ୍ବୁଲାନ୍ସ, ପ୍ରଶାସନ ନିଷ୍କ୍ରିୟ। ୮-ଗଠନ ହେଲା ବିଧାନସଭାର ବିଭିନ୍ନ କମିଟି; ପ୍ରମିଳାଙ୍କୁ  ମିଳିଲା ପିଏସି କମିଟିର ଅଧ୍ୟକ୍ଷ ଦାୟିତ୍ୱ।ଜୟନାରାୟଣ ହେଲେ ଏଷ୍ଟିମେଟସ୍ କମିଟିର ଚେୟାରମ୍ୟାନ। ୯-୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ: ଭିଜିଲାନ୍ସ ଜାଲରେ ଧରାପଡିଲେ ରାଇଘର ପ୍ରାଣୀଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର। ୧୦-ଭୁବନେଶ୍ୱର:୧୦ ଟଙ୍କିଆ ନୋଟରେ ଚାଲୁଥିଲା କୋଟି କୋଟିର ଗଞ୍ଜେଇ କାରବାର, ୪ ଅଭିଯୁକ୍ତଙ୍କୁ ଗିରଫ ୧୧-ଅସ୍ତରଙ୍...

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

୧-ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ବ୍ୟାଗ୍। ୨-୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ,୨ ତାରିଖ ବେଳକୁ ଲଘୁଚାପ ହେବା ସମ୍ଭାବନା। ୩-ବିଜେଡିରେ ଯୋଗଦେଲେ, ଆଉ ସୋସିଆଲ୍ ମିଡିଆରେ ଛାଇଗଲେ... ସୁଜାତା ରାଉତ।ଭଳିକି ଭଳି ଥମ୍ୱ, ହେଡିଂ ଆଉ ସ୍ଲୋଗାନର ବିଭିନ୍ନ ରକମର ଅଭିନନ୍ଦନ ପୋଷ୍ଟ । ୪-ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ପୁରୀରେ  ହେଲା ମକ୍ ଡ୍ରିଲ। ୫-ଝାରସୁଗୁଡ଼ା,ସାଗରପାଲି ସାହୁପଡା ଡୁଙ୍ଗୁରିପଡା:ପର ହେଲା ସିନ୍ଦୂର ! ପୁରୁଷ ବନ୍ଧୁ ସହ ମିଶି ସ୍ଵାମୀକୁ ମାରି ବିଲରେ ଫିଙ୍ଗି ଦେଲା ସ୍ତ୍ରୀ। ୬-ଭୁବନେଶ୍ୱର:ଘୋଷଣା ହେଲା ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଓ ୨୦୨୪।'ପୁଷ୍କରା' ଶ୍ରେଷ୍ଠ ଚଳଚ୍ଚିତ୍ର। ୭-କାକଟପୁର:ଲୁଟେରାଙ୍କ ଟାର୍ଗେଟରେ ଏବେ ସବୁ ମନ୍ଦିର, ୧୮ଟି ମନ୍ଦିର ଓ ମଠରୁ  ହେଲାଣି ଚୋରି। ୮-କଟକ:ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ବନ୍ଧା ହେଲେ ତିନି ଠିକାଦାର, ତିନି ମାମଲା ରୁଜୁ କଲା ଭିଜିଲାନ୍ସ। ୯-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂଶ ଆନିମେଟେଡ୍ ଫିଲ୍ମ, ତୀବ୍ର ବିରୋଧ କଲେ ଗଜପତି।ଜୁଲାଇ ୧୦ରେ ରିଲିଜକୁ ବନ୍ଦ ରଖିବାକୁ ପ୍ରଯୋଜନା ସଂସ୍ଥାକୁ କଲେ ଅନୁରୋଧ। ୧୦-ବ୍ରହ୍ମପୁର:ଆଇନଜୀବୀ ପୀତବାସ ହତ୍ୟା ମାମଲା ;୩୯୬ ପୃଷ୍ଠାର ଫାଇନାଲ ...

ଖବର ଆଜିର ତାରିଖ:୨୫/୦୬/୨୬, ଗୁରୁବାର

୧-ଭୁବନେଶ୍ୱର:ପଞ୍ଚମ ଶ୍ରେଣୀ ଇଂରାଜୀ ବହିର ୧୩୩ ପୃଷ୍ଠାରେ ରଜଗୀତ; ସଂଶୋଧନ କରିବାକୁ ଶିକ୍ଷକ ଅମଙ୍ଗ। ଶିକ୍ଷକଙ୍କ ପାଖରେ ପହଞ୍ଚି ନାହିଁ ସଂଶୋଧିତ ପୁସ୍ତିକା। ୨-ଆଜି ବିଜେଡ଼ିରେ ଯୋଗ ଦେଇ ପାରନ୍ତି ସୁଜାତା ପାଣ୍ଡିଆନ,ସବୁ ନିର୍ବାଚନ ମଣ୍ଡଳୀରୁ ଆସିବେ ନେତା, ଶଙ୍ଖ ଭବନ ମଞ୍ଚରୁ ହେବ ବଡ଼ ଘୋଷଣା। ୩-ଭୁବନେଶ୍ୱର:ଶିକ୍ଷାନୁଷ୍ଠାନରେ ଅଗ୍ନି ସୁରକ୍ଷାକୁ ନେଇ OSDMAର ବଡ଼ ନିର୍ଦ୍ଦେଶ, ସାରା ରାଜ୍ୟରେ ହେବ ଫାୟାର ସେଫ୍ଟି ଅଡିଟ୍। ୪-ଭୁବନେଶ୍ୱର:ମୈ।ସୁମୀ ପ୍ରଭାବ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ। ୫-କେନ୍ଦ୍ରାପଡ଼ା:ପୋଲିସକୁ ୭୨ ଘଣ୍ଟା ସମୟ ଦେଲେ ଚାମେଲି, ନ ହେଲେ ତିଖିରୀରୁ ଦିଲ୍ଲୀ ଯାଏଁ ହେବ ଲଢ଼େଇ। ୬-ରଥଯାତ୍ରାରେ ହେବ ଶୃଙ୍ଖଳିତ ପରିବହନ, ପୁରୀକୁ ଗଡ଼ିବ ୪୦୦ ବସ୍। ୭-ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ହଜିବା ମାମଲା, ସିବିଆଇ ତଦନ୍ତ ପାଇଁ ଆବେଦନ।ଆଇନଜୀବୀ ଦେବାଶିଷ ହୋତା ଏହି ଆବେଦନ କରିଛନ୍ତି ।  ୮-ସମ୍ବଲପୁର:ଗିରଫ ହେଲେ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ପଦ୍ମଲୋଚନ ନାୟକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ। ୯-ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନାରେ ବଡ଼ ଦୁର୍ନୀତି, ଯାଜପୁର ସମେତ ୩ ଜିଲ୍ଲାରେ ଭିଜିଲାନ୍ସ ରେଡ୍। ୧୦-IPL ବେଟିଂରେ ହୋଟେଲ୍ ମାଲିକ ଗିରଫ। ବ୍ରହ୍ମପୁରରେ ଚଢ଼ାଉ କରି ଗିରଫ କଲା ପୁରୀ ପୋଲିସ୍। ୧୮ ଲକ୍ଷ ଟଙ୍କାର IPL ବେଟିଂ ଅଭିଯୋଗରେ...

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

୧-ଆସନ୍ତା ୨୮ରେ OTET ସହ OSSSC ପରୀକ୍ଷା,ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ଅନେକ ଆଶାୟୀ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି। ୨-ସକ୍ରିୟ ହେଲା ମୌସୁମୀ, ଜୁନ୍ ମାସରେ ୪୬ ପ୍ରତିଶତ ବର୍ଷା କମ୍,ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡ଼ିସାରିଛି। ୩-ରାଜ୍ୟସଭା କ୍ରସ୍ ଭୋଟିଂ: ବିଜେଡ଼ିର ଅଯୋଗ୍ୟତା ଆବେଦନ ଖାରଜ।କଂଗ୍ରେସର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଆବେଦନ ବି ଖାରଜ। ୪-ଭୁବନେଶ୍ୱର:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୋଲିସ। ୫-ନୟାଗଡ଼:ଯୌନ ନିର୍ଯାତନା ଅଭିଯୋଗରେ ଥାନା ଅଧିକାରୀ ସୁଜିତ ଦାସ ନିଲମ୍ବିତ। ୬-ଭୁବନେଶ୍ୱର:କମିଟି ସୁପାରିସରେ ହେବ ଇଞ୍ଜିନିୟରଙ୍କ ବଦଳି; ଗୃହ ଜିଲ୍ଲାକୁ ହୋଇ ପାରିବେନି ପୋଷ୍ଟିଂ। ୭-ଉମରକୋଟ:ରସିକିଆ ଡାକ୍ତର ଅବିନାଶ ମହାନ୍ତି ଗିରଫ,ଭିଡିଓ ପ୍ରଘଟ ଧମକ; ମହିଳାଙ୍କ ଠାରୁ ସୁନା ଅଳଙ୍କାର ଓ ଟଙ୍କା ଠକେଇ ଅଭିଯୋଗ। ୮-ଭୁବନେଶ୍ୱର:ଫ୍ଲାଟ ମାଲିକ ଓ ଭଡ଼ାଟିଆଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ଘର କିଣିବା, ବିକ୍ରି ଓ ଭଡ଼ା ପ୍ରକ୍ରିୟା ହେବ ସହଜ; ଆସିଲା ସରକାରଙ୍କ ନୂଆ ନିୟମ। ୯-ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; “ମୋ ପୁତୁରା ନାଁ ଆସୁଥିଲା, ପୋଲିସ ତାକୁ ଗିରଫ କରିଛି” ୧୦-ଜୁନ୍ ୨୯ରୁ ବନ୍ଦ ହେବ ଶିମିଳିପାଳ; ଖୋଲା ରହିବ ତାଳବନ୍ଧ ଓ ଜାମୁଆଣି ଇକୋଟୁରିଜ...

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୧-ରାଇରଙ୍ଗପୁର:ଜନ୍ମ ମାଟିରେ ମହାମହିମ, ଏମ୍ସ ସ୍ୱାସ୍ଥ୍ୟ ଶିବିରର କଲେ ଉଦଘାଟନ। ୨-ବାରିପଦା:ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ,୪୭,୬୦୦ କୋଟିର ହେବ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ। ୩-ଭୁବନେଶ୍ୱର:ତୁରନ୍ତ ବକେୟା ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ। ୪-ଭୁବନେଶ୍ୱର:ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’; ୧୦୦ ମାର୍କର ପରଫର୍ମାନ୍ସ ଇଣ୍ଡେକ୍ସରେ ହେବ ମୂଲ୍ୟାଙ୍କନ। ୫-୧୧ ଦିନ ହେଲା ତେଲେଙ୍ଗାନାରେ ଅଟକିଛି ମୌସୁମୀ,ଉତ୍ତର ଓ ମଧ୍ୟ ଭାରତର ପଖାପାଖି ୭ ରାଜ୍ୟ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ୬-ଭୁବନେଶ୍ୱର:ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ,୧୦ ହଜାର ୩୭୨ ବଢିଲା +୩ ସିଟ୍ ସଂଖ୍ୟା। ୭-ପୁରୀ:ଶ୍ରୀମନ୍ଦିରରେ ବଢ଼ି ଚାଲିଛି ଦଲାଲଙ୍କ ଠକାମୀ, ଟଙ୍କା ନେଇ କରାଉଛନ୍ତି ଜଗା ଦର୍ଶନ, ୧୧ ଗିରଫ। ୮-ଭୁବନେଶ୍ୱର:କ୍ୟୁଏସ୍‍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗରେ କିଟ୍ ର ଦବଦବା ଜାରି। ୯-ଭଦ୍ରକ,ଭଟପୁର:ଘରୁ ବାହାରିଲେ ନାଗନାଗୁଣୀ ସହ ୨୭ ଛୁଆ, ଚହଳ ପଡିଗଲା ଅଞ୍ଚଳରେ। ୧୦-ବ୍ଲକ୍ ପ୍ରଶାସନ-ଚାମେଲି ଓଝା ବିବାଦ ମାମଲା: ଆଉ ଜଣଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ। ୧୧-ବୈ।ଦ୍ଧ:SIR କାମର ଚାପ ନେଲା ଜୀବନ; ବୌଦ୍ଧରେ BLOଙ୍କ ଆତ୍ମହତ୍ୟା, ପରିବାରର ସଙ୍ଗୀନ ଅଭିଯୋଗ। ୧୨-ଜୟପୁର:ଚଢ଼ାଉ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଅଧିକାରୀ ତାଜୁବ, ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ ଠାବ...

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

୧-ଭୁବନେଶ୍ଵର:ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି। ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ।  ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ମୟୂରଭଞ୍ଜରେ କରିବେ ପ୍ରକଳ୍ପର ବର୍ଷା, ଫୋକସରେ ଜନଜାତି ଅଞ୍ଚଳ। ୩-ଭୁବନେଶ୍ୱର:ପାଣି ନେଉଛି ପ୍ରାଣ; ୬ ବର୍ଷରେ ଗଲାଣି ୯ ହଜାରରୁ ଅଧିକ ଜୀବନ, ମୃତ୍ୟୁ ରୋକିବାକୁ ମାଷ୍ଟରପ୍ଲାନ୍, ପିଲାଙ୍କୁ ଦିଆଯିବ ପହଁରା ତାଲିମ। ୪-ଦୀର୍ଘକାଳୀନ ଅନୁପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୧୨୮ ଜଣ ଡାକ୍ତରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ। ୫-ଖୋର୍ଦ୍ଧା,କଟକ ଓ କେନ୍ଦ୍ରାପଡାରେ ସକାଳୁଆ ସ୍କୁଲ, ପୁରୀରେ ୨୨ ଯାଏଁ ଛୁଟି। ୬-ଭୁବନେଶ୍ୱର:RI,ICDS ପରୀକ୍ଷା ୨୮ରେ ,୨୪ରେ ମିଳିବ ସଂଶୋଧିତ ପ୍ରବେଶ ପତ୍ର। ୭-କେନ୍ଦ୍ରାପଡ଼ା: ଶିକ୍ଷା ବିଭାଗର ୧୯ କିରାଣୀଙ୍କର ହେଲା ଅଦଳବଦଳ। ୮-ହସ୍ପିଟାଲରୁ ଡିସଚାର୍ଜ ହେଲେ ସରପଞ୍ଚ ଚାମେଲି ଓଝା, ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବେ କହିଲେ। ୯-ଚାମେଲି ଓଝା ମାମଲାରେ ପ୍ରଥମ ଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ଷଡ଼ଯନ୍ତ୍ରରେ ଫସିଯାଇଛନ୍ତି। ୧୦-ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲା, IPS ଦୟାଲ ଗଙ୍ଗଓ୍ଵାର ସସପେଣ୍ଡ। ୧୧-ଝାରସୁଗୁଡ଼ା:ଜେଲ୍ ଭିତରେ ଏସପିଙ୍କ ସରପ୍ରାଇଜ୍ ରେଡ୍, ବିପୁଳ ପର...

ଖବର ଆଜିର ତାରିଖ:୧୪/୦୩/୨୬, ଶନିବାର

୧-ଗରମରୁ ମିଳିବ ଆଶ୍ବସ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା। ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମ୍‌ଡି। ୨-ଭୁବନେଶ୍ୱର: ତୃତୀୟରୁ ୮ମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା।ଏଣିକି ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ରହିବେ। ୩-ନୁଆ ଦିଲ୍ଲୀ:ପେଟ୍ରୋଲିୟମ ମନ୍ତ୍ରାଳୟର ପରାମର୍ଶ, ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ଆମ ଦେଶରେ ପେଟ୍ରୋଲ , ଡିଜେଲର ଅଭାବ ନାହିଁ। ୪-LPG ସଂକଟ:ଜମୁଛି ମାଟି ଚୂଲି ବେପାର, ପୂରୁଣା ଦିନକୁ ଫେରୁଛନ୍ତି ସହରୀ ଲୋକ। ୫-ରନ୍ଧନ ଗ୍ୟାସ ସଂକଟ: ହୋଟେଲରେ ମେନୁ କାଣ୍ଟ ଛାଟ, ଉଠାଦୋକାନୀ ବେପାର ସବୁ ବନ୍ଦ ହେଲାଣି। ୬-ଭୁବନେଶ୍ୱର:ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ; ଖାଲି ପଡ଼ିଛି ୧୮୨୯ ପଦବୀ, ଗୃହରେ ଗଣଶିକ୍ଷା ମନ୍ତ୍ରୀ ରଖିଲେ ଉତ୍ତର। ୭-ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରବୀନ୍ଦ୍ର ଜେନାଙ୍କ ସାମିଲ୍ ପରେ ଥିଲେ ଅସନ୍ତୁଷ୍ଟ। ୮-ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ, ନବୀନ ନିବାସରେ ୩ ଦିନ ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର। ୯-ଭିଜିଲାନ୍ସ ଜାଲରେ ରାଉରକେଲା ବଡ଼ଗାଁ ଥାନା ପୋଲିସ ଏଏସଆଇ, ଲାଞ୍ଚ ନେବାବେଳେ ପଡିଲେ ଧରା। ୧୦-୨୮ରେ ୧୫୮ ବାର ଆସୋସିଏସନର ହେବ ନିର୍ବାଚନ ୩୮ ହଜାରରୁ ଅଧିକ ଭୋଟର ଦେବେ ମତ। ୧୧-ସୋରଡ଼ା:ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସି ପୋଖରୀରେ ପଶିଲା ଗ...

News Headlines from Business News Agencies 12.03.2026

*Business Standard :* 📝 Iran conflict may pressure cash flows of OMCs, GAIL: Fitch Ratings 📝 Moody's warns of margin, cash-flow pressures for Indian fuel retailers 📝 Ashok Leyland breaks ground for EV battery pack facility in Tamil Nadu 📝 IRCTC may temporarily halt cooked meals on trains amid LPG supply crunch 📝 Isuzu Motors India appoints Takeshi Hirano as Deputy Managing Director 📝 KYC hurdles, high costs deter overseas investors at GIFT City funds 📝 Adobe rolls out AI assistant in Photoshop, tools in Firefly Image Editor 📝 China's auto sales sink as phase out of subsidies for trade-ins hits demand 📝 Centre proposes doing away with double testing of blood plasma products 📝 Real estate investments in India rise 29%, among fastest in APAC: Colliers   *Economic Times :* 📝 PM Modi flags off infra projects worth Rs 11,000 cr in Kerala, lays foundation for BPCL petrochem unit 📝 Iran-Israel war: Every 10% rise in oil prices could shave 20–25 bps off India’s GDP growth, s...