ଖବର ଆଜିର ତାରିଖ:୧୪/୦୩/୨୬, ଶନିବାର
୧-ଗରମରୁ ମିଳିବ ଆଶ୍ବସ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା। ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମ୍ଡି।
୨-ଭୁବନେଶ୍ୱର: ତୃତୀୟରୁ ୮ମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା।ଏଣିକି ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ରହିବେ।
୩-ନୁଆ ଦିଲ୍ଲୀ:ପେଟ୍ରୋଲିୟମ ମନ୍ତ୍ରାଳୟର ପରାମର୍ଶ, ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ଆମ ଦେଶରେ ପେଟ୍ରୋଲ , ଡିଜେଲର ଅଭାବ ନାହିଁ।
୪-LPG ସଂକଟ:ଜମୁଛି ମାଟି ଚୂଲି ବେପାର, ପୂରୁଣା ଦିନକୁ ଫେରୁଛନ୍ତି ସହରୀ ଲୋକ।
୫-ରନ୍ଧନ ଗ୍ୟାସ ସଂକଟ: ହୋଟେଲରେ ମେନୁ କାଣ୍ଟ ଛାଟ, ଉଠାଦୋକାନୀ ବେପାର ସବୁ ବନ୍ଦ ହେଲାଣି।
୬-ଭୁବନେଶ୍ୱର:ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବ; ଖାଲି ପଡ଼ିଛି ୧୮୨୯ ପଦବୀ, ଗୃହରେ ଗଣଶିକ୍ଷା ମନ୍ତ୍ରୀ ରଖିଲେ ଉତ୍ତର।
୭-ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରବୀନ୍ଦ୍ର ଜେନାଙ୍କ ସାମିଲ୍ ପରେ ଥିଲେ ଅସନ୍ତୁଷ୍ଟ।
୮-ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କ ମାଷ୍ଟରପ୍ଲାନ, ନବୀନ ନିବାସରେ ୩ ଦିନ ଚାଲିବ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର।
୯-ଭିଜିଲାନ୍ସ ଜାଲରେ ରାଉରକେଲା ବଡ଼ଗାଁ ଥାନା ପୋଲିସ ଏଏସଆଇ, ଲାଞ୍ଚ ନେବାବେଳେ ପଡିଲେ ଧରା।
୧୦-୨୮ରେ ୧୫୮ ବାର ଆସୋସିଏସନର ହେବ ନିର୍ବାଚନ ୩୮ ହଜାରରୁ ଅଧିକ ଭୋଟର ଦେବେ ମତ।
୧୧-ସୋରଡ଼ା:ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସି ପୋଖରୀରେ ପଶିଲା ଗାଡ଼ି, ୩ ଗୁରୁତର।
୧୨-ଭଦ୍ରକ, ଅରଣ୍ଡୁଆ ଗାଁ:ପୁଣି ପାଣିରେ ବୁଡ଼ି ୨ ଛାତ୍ରୀ ମୃତ, ସପ୍ତାହରେ ଗଲାଣି ୬ ଜୀବନ।
୧୩-ଗ୍ୟାସ୍ ନମିଳିବାରୁ ତାତିଲେ ଲୋକେ; କେନ୍ଦୁଝରରେ ଟାଙ୍କି ରଖି ରାସ୍ତା ଅବରୋଧ କଲେ ଉପଭୋକ୍ତା।
୧୪-୧୫ରେ ବିସିସିଆଇର ବାର୍ଷିକ ପୁରସ୍କାର ‘ନମନ ’ ଗିଲ୍ ଶ୍ରେଷ୍ଠ କ୍ରିକେଟର ଦ୍ରାବିଡ଼ଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର।
୧୫-ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୨ତମ କିସ୍ତି: ୯.୩୨ କୋଟିରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା।
୧୬-CBI ଜାଲରେ ଅନିଲ ଅମ୍ବାନୀଙ୍କ ପୁଅ, ୨୨୮ କୋଟିଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ହେଲା ପଚରା ଉଚରା।
୧୭-ଏଣିକି ଅନଲାଇନ୍ ଠକେଇର ଶିକାର ହେଲେ କ୍ଷତିପୂରଣ ଦେବ ରିଜର୍ଭ ବ୍ୟାଙ୍କ, ପୀଡିତଙ୍କୁ ମିଳିବ ୨୫ ହଜାର ଟଙ୍କା।
୧୮-ନୂଆ ଦିଲ୍ଲୀ:ନୂଆ ଦଳ, ନୂଆ ନିର୍ବାଚନୀ ଚିହ୍ନ... AIADMKରୁ ଅଲଗା ହେବା ପରେ ପୁଣି ରାଜନୈତିକ ଇନିଂସ୍ ଆରମ୍ଭ କଲେ ଶଶିକଳା।
୧୯-ଜେକେସିଏରେ ୪୩ କୋଟି ଟଙ୍କା ହେରଫେର ମାମଲା ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି।
୨୦-ମୋଜତାବା ଖାମେନେଇଙ୍କୁ ନେଇ ରହସ୍ୟ ଘନୀଭୂତ, ଜୀବିତ କି ନାହିଁ ଚର୍ଚ୍ଚା।
୨୧-ମାତ୍ର ଗୋଟିଏ ଘଣ୍ଟାରେ ଇରାନକୁ ଧ୍ବଂସ କରିପାରିବି... ପୁଣି ବଡ଼ ଦାବି କଲେ ଟ୍ରମ୍ପ।
Comments
Post a Comment