ଖବର ଆଜିର ତାରିଖ:୨୭/୦୬/୨୬, ଶନିବାର



୧-ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବଡ଼ କାର୍ଯ୍ୟାନୁଷ୍ଠାନ,SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କଲେ ସରକାର ।

୨-ଭୁବନେଶ୍ୱର : ୫ ଦିନ ପ୍ରବଳ ବର୍ଷା ।  ବିଜୁଳି ଘଡଘଡି ସହ ଝଟକା ପବନ ପାଇଁ ଆଜି ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ।

୩-ଶ୍ରୀମନ୍ଦିରରେ ସୁଜାତା ରାଉତ, ବିଜେଡିରେ ସାମିଲ ହେବା ପରେ ପୁରୀ ଓ କଟକ ଚଣ୍ଡୀ ମନ୍ଦିରରେ ନେଲେ ଆଶୀର୍ବାଦ।

୪-ଏବେ ଭୁବନେଶ୍ୱର ଜନପଥରେ ଗାଡି ପାର୍କିଂ କଲେ ଦେବେ ମୋଟା ଅଙ୍କର ଜରିମାନା।

୫-ଆସନ୍ତା ୨୯ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନପୂର୍ଣ୍ଣମୀ : ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ।

୬-ପୁରୀ:ସ୍ନାନ ଯାତ୍ରା ପାଇଁ ୭୯ ପ୍ଲାଟୁନ୍ ଫୋର୍ସ ମୂତୟନ, ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସୂଚନା ଜାରି।

୭-ଭୁବନେଶ୍ୱର: ପୁରୀ ବାଇପାସ୍ ଏବେ ବରଯାତ୍ରୀଙ୍କ କବଜାରେ, ଘଣ୍ଟା ଘଣ୍ଟା ଫସୁଛି ଆମ୍ବୁଲାନ୍ସ, ପ୍ରଶାସନ ନିଷ୍କ୍ରିୟ।

୮-ଗଠନ ହେଲା ବିଧାନସଭାର ବିଭିନ୍ନ କମିଟି; ପ୍ରମିଳାଙ୍କୁ  ମିଳିଲା ପିଏସି କମିଟିର ଅଧ୍ୟକ୍ଷ ଦାୟିତ୍ୱ।ଜୟନାରାୟଣ ହେଲେ ଏଷ୍ଟିମେଟସ୍ କମିଟିର ଚେୟାରମ୍ୟାନ।

୯-୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ: ଭିଜିଲାନ୍ସ ଜାଲରେ ଧରାପଡିଲେ ରାଇଘର ପ୍ରାଣୀଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର।

୧୦-ଭୁବନେଶ୍ୱର:୧୦ ଟଙ୍କିଆ ନୋଟରେ ଚାଲୁଥିଲା କୋଟି କୋଟିର ଗଞ୍ଜେଇ କାରବାର, ୪ ଅଭିଯୁକ୍ତଙ୍କୁ ଗିରଫ

୧୧-ଅସ୍ତରଙ୍ଗ ସରିପୁର ପ୍ରାଥମିକ ବିଦ୍ୟାଳୟ:ସ୍କୁଲ ଭିତରେ ପଶି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କଲେ ୪ ଜଣ ଦୁର୍ବୃତ୍ତ।

୧୨-ମଞ୍ଚେଶ୍ୱର:ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ଅଫିସରେ ପଶି ଯୁବତୀଙ୍କୁ ପିଟିଲା ଯୁବକ।

୧୩-ସୋର:ଭଗବାନଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ, ହନୁମାନ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟ ନେଲେ।

୧୪-NCERT ୯ମ ଶ୍ରେଣୀ ବହିରୁ ହଟିଲା ସମାଜବାଦ-ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ରର ବ୍ୟାଖ୍ୟା, ଏବେ ଏମର୍ଜେନ୍ସି ଏବଂ SIR ପଢ଼ାଯିବ।

୧୫-ଓଡ଼ିଶା କଂଗ୍ରେସ ପାଇଁ ନୂଆ ଏଆଇସିସି ପ୍ରଭାରୀ; ଅଜୟ କୁମାର ଲଲ୍ଲୁଙ୍କ ସ୍ଥାନରେ ଆସିଲେ ଲାଲଜୀ ଦେଶାଇ।

୧୬-ବେଲଫାଷ୍ଟ:ପ୍ରଥମ ଟ୍ବେଣ୍ଟି୨୦; ଆୟରଲ୍ୟାଣ୍ଡ ଠାରୁ ୩୪ରନ୍ ରେ ହାରିଲା ଭାରତ,ଖେଳିଲେନି ବୈଭବ।

୧୭-ଡେଲାସ୍:ଫିପା ଫୁଟବଲ ବିଶ୍ଵ କପ୍;ନକ ଆଉଟ୍ ରେ ସ୍ଵିଡେନ, ଜାପାନ, ଟ୍ୟୁନିସିଆକୁ ହରାଇଲା ନେଦରଲାଣ୍ଡ।

୧୮-ଅଯୋଧ୍ୟା ରାମ ମନ୍ଦିର ଫଣ୍ଡ ସ୍କାମ୍; ୮ ଜଣଙ୍କ ନାଁରେ ଏଫଆଇଆର ରୁଜୁ।

୧୯-ବେଜିଂରେ ୧୦୯ ମହଲା କୋଠା ସିଆଇଟିଆଇସି ଟାୱାରରେ ପଶିଲା ବିମାନ, ତାଜା କରିଦେଲା ୯/୧୧ ସ୍ମୃତି।

୨୦-ଭେନେଜୁଏଲା ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୫୮୯ କୁ ବୃଦ୍ଧି,ଆହତ ସଂଖ୍ୟା ୩୦୦୦ ହଜାରରୁ ଉର୍ଦ୍ଧ୍ଵ।

୨୧-ଜୁଲାଇ ପହିଲାରେ ଭାରତ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ଜୁଲାଇ ୩ ଯାଏଁ ରହିବେ।

For more updates Join our WhatsApp Channel

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)