ଖବର ଆଜିର ତାରିଖ:୨୮/୧୦/୨୬, ବୁଧବାର
୧-ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପାଇଁ ହାଇଆଲର୍ଟରେ ଓଡ଼ିଶା! ୮ ଜିଲ୍ଲାରୁ ୪୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର।ଜରୁରୀକାଳୀନ ପ୍ରସ୍ତୁତି ପାଇଁ ଏସଡିଆରଏଫ ପାଣ୍ଠିରୁ ୧୯ କୋଟି ଟଙ୍କା ପ୍ରଦାନ। ୨-ବାତ୍ୟା ଅର୍ଣ୍ଣବ ଭୟରେ ଉପକୂଳ ଥରହର, ଚାଷୀଙ୍କଠୁ ମତ୍ସ୍ୟଜୀବୀ ସମସ୍ତେ ଏବେ ଚିନ୍ତାରେ। ୩-ଦୁର୍ନୀତି ମାମଲାରେ ୪୧ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ, ୯୧ ଜଣଙ୍କ ପେନସନ ବନ୍ଦ : ମୁଖ୍ୟମନ୍ତ୍ରୀ ୪-ବାତ୍ୟା ଅର୍ଣ୍ଣବ ପାଇ ସୋରଡା ପ୍ରଶାସନ ବନ୍ଦ କଲା ଦାରିଙ୍ଗିବାଡି ଘାଟି, ଭୂସ୍ଖଳନ ଓ ମାଟି ଅତଡା ଖସିବା ଆଶଙ୍କା। ୫-ଭୁବନେଶ୍ୱର:ଖାଁ ଖାଁ ପରିବା ହାଟ, ମାର୍କେଟ ବିଲ୍ଡିଂ, ଦୋକାନ ଖୋଲା, ଗ୍ରାହକଙ୍କ ଦେଖା ନାହିଁ। ୬-ପୁରୀ:କୋହଲା ପାଗକୁ ବର୍ଷା ଓ ପବନ, ଦୀପାବଳୀ ବଜାର ମାନ୍ଦା, ଶ୍ରୀମନ୍ଦିରରେ କମିଲା ଭିଡ଼। ୭-ବାତ୍ୟା ପାଇଁ ୯ ଜିଲ୍ଲାରେ ଦୁଇ ଦିନ ଶିକ୍ଷାନୁଷ୍ଠାନ ଛୁଟି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ। ୮-ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗରକୁ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ୯-କୋଟିଆ ବିବାଦରେ ନବୀନଙ୍କୁ ମୋହନଙ୍କ ଚିଠି, କହିଲେ- ‘ଗଠନମୂଳକ ପରାମର୍ଶ ଦିଅନ୍ତୁ’। ୧୦-ବାତ୍ୟା ସମ୍ପର୍କିତ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୟଭୀତ କଲେ ବନ୍ଧା ହେବେ : ଉପ ମୁଖ୍ୟମନ୍ତ୍ରୀ। ୧୧-କଟକ: ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ,ଆଜି ପ୍ରକାଶ ପାଇ...