ଖବର ଆଜିର ତାରିଖ:୨୮/୧୦/୨୬, ବୁଧବାର


୧-ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପାଇଁ ହାଇଆଲର୍ଟରେ ଓଡ଼ିଶା! ୮ ଜିଲ୍ଲାରୁ ୪୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର।ଜରୁରୀକାଳୀନ ପ୍ରସ୍ତୁତି ପାଇଁ ଏସଡିଆରଏଫ ପାଣ୍ଠିରୁ ୧୯ କୋଟି ଟଙ୍କା ପ୍ରଦାନ।

୨-ବାତ୍ୟା ଅର୍ଣ୍ଣବ ଭୟରେ ଉପକୂଳ ଥରହର, ଚାଷୀଙ୍କଠୁ ମତ୍ସ୍ୟଜୀବୀ ସମସ୍ତେ ଏବେ ଚିନ୍ତାରେ।

୩-ଦୁର୍ନୀତି ମାମଲାରେ ୪୧ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ, ୯୧ ଜଣଙ୍କ ପେନସନ ବନ୍ଦ : ମୁଖ୍ୟମନ୍ତ୍ରୀ

୪-ବାତ୍ୟା ଅର୍ଣ୍ଣବ ପାଇ ସୋରଡା ପ୍ରଶାସନ ବନ୍ଦ କଲା ଦାରିଙ୍ଗିବାଡି ଘାଟି, ଭୂସ୍ଖଳନ ଓ ମାଟି ଅତଡା ଖସିବା ଆଶଙ୍କା।

୫-ଭୁବନେଶ୍ୱର:ଖାଁ ଖାଁ ପରିବା ହାଟ, ମାର୍କେଟ ବିଲ୍ଡିଂ, ଦୋକାନ ଖୋଲା, ଗ୍ରାହକଙ୍କ ଦେଖା ନାହିଁ।

୬-ପୁରୀ:କୋହଲା ପାଗକୁ ବର୍ଷା ଓ ପବନ, ଦୀପାବଳୀ ବଜାର ମାନ୍ଦା, ଶ୍ରୀମନ୍ଦିରରେ କମିଲା ଭିଡ଼।

୭-ବାତ୍ୟା ପାଇଁ ୯ ଜିଲ୍ଲାରେ ଦୁଇ ଦିନ ଶିକ୍ଷାନୁଷ୍ଠାନ ଛୁଟି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ।

୮-ଭୁବନେଶ୍ୱରରୁ ଗୁଜରାଟ’ର ଏକତା ନଗରକୁ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

୯-କୋଟିଆ ବିବାଦରେ ନବୀନଙ୍କୁ ମୋହନଙ୍କ ଚିଠି, କହିଲେ- ‘ଗଠନମୂଳକ ପରାମର୍ଶ ଦିଅନ୍ତୁ’।

୧୦-ବାତ୍ୟା ସମ୍ପର୍କିତ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୟଭୀତ କଲେ ବନ୍ଧା ହେବେ : ଉପ ମୁଖ୍ୟମନ୍ତ୍ରୀ।

୧୧-କଟକ: ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ,ଆଜି ପ୍ରକାଶ ପାଇବ ରାୟ।

୧୨-ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

୧୩-ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଜଳେଶ୍ୱର ବନ୍ଦ କଲେ ବିଜେଡି ଓ କଂଗ୍ରେସ।

୧୪-IAS ସ୍ତରରେ ଅଦଳବଦଳ, ୮ ଅଧିକାରୀଙ୍କୁ ମିଳିଲା  ନୂଆ ଦାୟିତ୍ୱ।

୧୫-ଗୌହାଟୀ ହୋଟେଲରେ ରକ୍ତର ହୋଲି,ଅଜ୍ଞାତ ଆତତାୟୀଙ୍କ ଗୁଳିମାଡ଼ରେ ୫ ମୃତ।

୧୬-ପାଟଣା:ଗୋଚଲାଣ ବେଳେ ଖସି ଯାଇଥିବା ୨ ମାଫିଆ ଗିରଫ।

୧୭-କଲକତା ପୁଲିସର ଇନଷ୍ଟାଣ୍ଟ ଜଷ୍ଟିସ: ଉଲଗ୍ନକାରୀଙ୍କୁ ଖୋଲାଦେହରେ ରାଜରାସ୍ତାରେ ବୁଲାଇଲା।

୧୮-ଭାରତର ଦମଦାର୍ ବିଜୟ; ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରି ଜିତିଲା ସିରିଜ୍, ୩୫ ବଲରେ ଅଭିଷେକଙ୍କ ଶତକ।

୧୯-ଭୋଟ ଚୋରି ଧରାଇଲେ ଦିଆଯିବ ୧୦ ଲକ୍ଷ ଡଲାର, ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ  ବଡ଼ ଘୋଷଣା

୨୦-ବିଶ୍ୱର ପ୍ରଥମ ଓ ସବୁଠାରୁ ଲମ୍ବା ସୁବର୍ଣ୍ଣ ପଥ ତିଆରି କରିବ ଦୁବାଇ: ୨୪ କ୍ୟାରେଟ୍ ସୁନାରେ ତିଆରି ହେବ ରାସ୍ତା।

୨୧-ଇଂଲଣ୍ଡ:କାର୍‌ ରେସିଂରୁ ଦୁର୍ଘଟଣା, ମାଆ-ଝିଅଙ୍କ ମୃତ୍ୟୁ; ଦୁଇ ଜଣଙ୍କୁ ୨୮ ବର୍ଷ ଜେଲ୍ ଦଣ୍ଡ।


Comments

Popular posts from this blog

ଖବର ଆଜିର ତାରିଖ:୧୮/୧୦/୨୬, ରବିବାର

ଖବର ଆଜିର ତାରିଖ:୨୬/୧୦/୨୬, ସୋମବାର

ଖବର ଆଜିର ତାରିଖ:୨୨/୧୦/୨୬, ଗୁରୁବାର

ଖବର,୩-ଜାନୁଆରୀ-୨୦୨୫,ଶୁକ୍ରବାର

୩୦-ଜୁଲାଇ-୨୦୨୪, ମଙ୍ଗଳବାର

ଖବର ଆଜିର ତାରିଖ:୧୩/୦୭/୨୬, ସୋମବାର