୩୦-ଜୁଲାଇ-୨୦୨୪, ମଙ୍ଗଳବାର


_➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ ଆଜି CII ପୋଷ୍ଟ ବଜେଟ୍ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ କରିବେ ସମ୍ବୋଧିତ l_

_➡️୨-ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟିହେବ ଆଉ ଏକ ଘୂର୍ଣ୍ଣିବଳୟ l ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲେ ଆଞ୍ଚଳିକ ପାଣିପାଗ ବିଭାଗ l_

_➡️୩-ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍ । ଏଣିକି ୧୮ ବର୍ଷରୁ କମ୍ ପିଲା ଗାଡି ଚଳାଉଥିବା ବେଳେ ଧରାପଡିଲେ ସିଜ୍ ହେବ ଗାଡି । ୨୫ ହଜାର ଟଙ୍କାର ଫାଇନ ସହ ଅଭିଭାବକଙ୍କ ନାଁରେ ହେବ ଏଫଆଇଆର ।_

_➡️୪-୪ ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l କହିଲେ ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାର ବିକାଶ ବହୁ ଆଗକୁ ଯିବ। ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା l_

_➡️୫-ଏଣିକି ଖାଲସାର ଗୌରବ ତଥା ସମ୍ମାନର ପ୍ରତୀକ ନିଶାନ ସାହିବର ରଙ୍ଗ ଆଉ ଏବେ ଗେରୁଆ ହେବନି, ଏହା ହଳଦିଆ (ବସନ୍ତି) ରଙ୍ଗର ହେବ। ଏନେଇ ଶିଖ ମାନଙ୍କ ପ୍ରମୁଖ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) ଦେଲେ ଏହି ସୂଚନା l_

_➡️୬-ଏଣିକି ଶିମିଳିପାଳରେ କଳାବାଘଙ୍କ ପାଇଁ ଖୋଲାଯିବ କଳାବାଘ ସଫାରୀ, ମିଳିଲା ‘ସେଣ୍ଟ୍ରାଲ ଜୁ ଅଥରିଟି’ର ଅନୁମତି l ଚଳିତ ବର୍ଷ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯିବ ବୋଲି ସୂଚନା ଦେଲେ ବନ୍ୟ ପ୍ରାଣୀ ପିସିସିଏଫ।_

_➡️୭-ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି l ବାଚସ୍ପତି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁନାହାନ୍ତି କହି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା ପ୍ରସାଦ ବାହିନୀପତି, କଲେ କକ୍ଷତ୍ୟାଗ l_

_➡️୮-ଏଣିକି ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ଲୋକ ଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରିବାକୁ ହେବ ଚେଷ୍ଟା l_

_➡️୯-ସଂସଦରେ ଉଠିଲା କୋଇଲା ରୟାଲିଟ ସଂଶୋଧନ ପ୍ରସଙ୍ଗ, ୧୪ ପ୍ରତିଶତରୁ ୨୦ ପ୍ରତିଶତ କରିବାକୁ ହେଲା ଦାବି l_

_➡️୧୦-ଅଗଷ୍ଟ ୨୦୨୩ରେ ଦିଆଯାଇଥିବା ଆଦେଶକୁ ଅବମାନନା କରିଥିବାରୁ ପତଞ୍ଜଳି ଆୟୁର୍ବେଦ ଉପରେ ୪ କୋଟି ଟଙ୍କାର ଜରିମାନା ଲଗାଇଲେ ବମ୍ବେ ହାଇକୋର୍ଟ l_

_➡️୧୧-ଖୁବଶୀଘ୍ର ଭିସ୍ତାରା ଏୟାର ଲାଇନ ଏୟାର ଇଣ୍ଡିଆ ସହ ବିଲୟ ହେବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିଶ୍ରଣ ହେବା ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।_

_➡️୧୨-ଏଣିକି ୟୁପିରେ ‘ଲଭ ଜିହାଦ’ କଲେ ହେବ ଆଜୀବନ ଜେଲ, ଯୋଗୀ ସରକାର ଆଣିଲେ ନୂଆ ଆଇନ l ବର୍ତ୍ତମାନ ଉପସ୍ଥାପିତ ହୋଇଥିବା ସଂଶୋଧନ ବିଲ୍ ଅଗଷ୍ଟ ୨ ତାରିଖରେ ବିଧାନସଭାରେ ସ୍ୱର ଭୋଟରେ ପାରିତ ହେବାର ସମ୍ଭାବନା ରହିଛି।_

_➡️୧୩-ଆରବିଆଇର ‘କରେନ୍ସି ଏବଂ ଫାଇନାନ୍ସ ରିପୋର୍ଟ ୨୦୨୩-୨୪’ ଅନୁସାରେ ୨୦୨୩ରେ ଭାରତରେ ସାଇବର କ୍ରାଇମ ଦ୍ବାରା ହେଉଥିବା ତଥ୍ୟ ଚୋରି ଡାଟା ବ୍ରିଚ୍‌ର ହାରାହାରି ମୂଲ୍ୟ ୨.୧୮ ମିଲିୟନ ଡଲାରରେ ପହଞ୍ଚିଲା । ଯାହା ୨୦୨୦ ଠାରୁ ପ୍ରାୟ ୨୮ ପ୍ରତିଶତ ଅଧିକ।_

_➡️୧୪-‘ଇଣ୍ଡିଆ ଆଉଟ୍’ସ୍ଲୋଗାନ ଦେଇଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ନେଇ ଚିନ୍ତିତ ଥିବାବେଳେ ଭାରତୀୟ ପର୍ଯ୍ୟଟକଙ୍କୁ ମନେଇବା ପାଇଁ ‘ୱେଲକମ୍ ଇଣ୍ଡିଆ’ ଅଭିଯାନରେ ସାମିଲ ହେବାକୁ ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରୀ ଇବ୍ରାହିମ ଫୈସଲ ଦିଲ୍ଲୀରେ ଆସି ପହଞ୍ଚିଲେ l_

_➡️୧୫-ଦିଲ୍ଲୀ କୋଚିଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ଦିଲ୍ଲୀର ଏଲଜି ବିନୟ କୁମାର ସକ୍ସେନା ଦେଲେ ଏହି ସୂଚନା l_

_➡️୧୬-ସ୍ୱୀଡେନ କୂଳରୁ ପ୍ରାୟ ୧୯୦ ଫୁଟ୍ ଗଭୀରରେ ମିଳିଲା ଦୀର୍ଘ ବର୍ଷ ଧରି ବୁଡ଼ି ରହିଥିବା ୧୭୧ ବର୍ଷ ପୁରୁଣା ଜାହାଜର ଭଗ୍ନାବଶେଷ l ଏହି ଜାହାଜ ଉନବିଂଶ ଶତାବ୍ଦୀର । ଜାହାଜରେ ଲଦଜରୀ ମଦରେ ଭର୍ତ୍ତି ରହିଛି । ସମ୍ଭାବତଃ ଏହା ରୁଷର ରାଜାଙ୍କ ପାଇଁ ନିଆଯାଉଥିଲା ।_

_➡️୧୭-ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଦେଲେ ଖୋଲା ଚେତାବନୀ l ଯଦି ଆମେରିକା ଜର୍ମାନୀରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜନ କରେ ତେବେ ଏହାର ପ୍ରତିକ୍ରିୟାରେ ମଧ୍ୟବର୍ତ୍ତୀକାଳୀନ ଆଣବିକ କ୍ଷେପଣାସ୍ତ୍ର ଉତ୍ପାଦନ ଆରମ୍ଭ କରିବ ରୁଷିଆ l_

_➡️୧୮-ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍‌ ର ଶେଷ ମ୍ୟାଚ ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ସେହିପରି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ODI ଅଗଷ୍ଟ ୨ରେ ଖେଳାଯିବ । ଏହି ସିରିଜର ସମସ୍ତ ODI ମ୍ୟାଚ୍ କଲମ୍ବୋରେ ଖେଳାଯିବ ।_

_➡️୧୯-ଭାରତରେ ଖେଳାଯିବ ଏସିଆ କପ୍ ୨୦୨୫, ୩୪ ବର୍ଷ ପରେ ମିଳିଲା ଟୁର୍ଣ୍ଣାମେଣ୍ଟ ଆୟୋଜନର ଦାୟିତ୍ୱ l ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଶେଷ ଥର ପାଇଁ ଭାରତ ୧୯୯୦-୯୧ରେ ଏସିଆ କପ୍ ଆୟୋଜନ କରିଥିଲା, ଯାହା ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସଂସ୍କରଣ ଥିଲା ।_

_➡️୨୦-ଅଲମ୍ପିକ୍ସ ହକି : ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧-୧ ଗୋଲରେ ମ୍ୟାଚ ହେଲା ଶେଷ l ଆଜି ଭାରତ ଏବଂ ଆୟର୍ଲାଣ୍ଡ ମୁହାଁମୁହିଁ ହେବେ।_

*_🔅ଆଜି ଆନ୍ତର୍ଜାତୀୟ ବନ୍ଧୁତା ଦିବସ ll_*
*_🔅ଆଜି ଶ୍ୱଶୁର ଦିବସ ll_*
*_🔅ଆଜି ଜାତୀୟ ସହାୟତା ଜନ ଶିକ୍ଷା ଦିବସ ll_*
*_🔅ଆଜି ବ୍ୟକ୍ତିବିଶେଷଙ୍କ କାରବାର ବିରୋଧରେ ବିଶ୍ୱ ଦିବସ ll_*
*_🔅ଆଜି ଶ୍ରୀ ମୁତୁ ଲକ୍ଷ୍ମୀ ରେଡ୍ଡୀ ଜନ୍ମଦିନ ll_*

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)