ଖବର ଆଜିର ତାରିଖ:୧୮/୧୦/୨୬, ରବିବାର
୧-ଭୁବନେଶ୍ୱର:ମା'ଙ୍କ ଆଗମନରେ ଉତ୍ସବ ମୁଖର ଗାଁ ଠୁ ସହର। ଦେବୀ ପୀଠରେ ସରିଲା ସପ୍ତମୀ ପୂଜା।ସଞ୍ଜ ହେଲେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି। ୨-ଭୁବନେଶ୍ୱର:ଆସନ୍ତା ୨୬ରୁ ନଭେମ୍ବର ୧ ଯାଏଁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ୩-ଶାନ୍ତି ଶୃଂଖଳା ପାଇଁ କଟକରେ କମିଶନରେଟ ପୋଲିସର ଫ୍ଲାଗ ମାର୍ଚ୍ଚ, ୧୦ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ। ୪-ଭୁବନେଶ୍ୱର:ଟ୍ରାଫିକ ଭିଡ଼ ଦେବ ବଡ଼ ଦୁଃଖ,ଦଶହରା ପୂଜାରେ ଲୋକେ ହେବେ କଲବଲ,ଜନପଥ ଓ କଟକ ରୋଡରେ ହେବ ଚକାଜାମ୍! ୫-ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ଗାର୍ଡ ଅଫ୍ ଅନର୍; ଆଜି ହେବ ଶପଥ ଗ୍ରହଣ। ୬-ଅନ୍ୟ ରାଜ୍ୟକୁ ଗଲେ ମିଳିବନି ଜାତିଗତ ସୁବିଧା: ସୁବିଧା-ସୁଯୋଗକୁ ନିଜ ସହ ନେଇପାରିବେ ନାହିଁ ପ୍ରବାସୀ, ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ୭-କଟକ:ଭିଜିଲାନ୍ସ ପଞ୍ଝାରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ, ୨୧ ଲକ୍ଷ ୮୮ ହଜାର ଟଙ୍କା ଜବତ, ଯନ୍ତ୍ରୀ ଅଟକ। ୮-ଢେଙ୍କାନାଳ:ଓଡ଼ାପଡ଼ା ତହସିଲଦାର ସସପେଣ୍ଡ, କାର୍ଯ୍ୟରେ ଅବହେଳା ଓ ସରକାରୀ ନିୟମ ଉଲଂଘନ ଅଭିଯୋଗ। ୯-ବଙ୍ଗୋପସାଗର ନୁହେଁ ଆରବ ସାଗରରେ ମଧ୍ୟ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ, ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ସମ୍ଭାବନା! ୧୦-ପୁରୀ ବେଳାଭୂମିରେ ମା’ଦୁର୍ଗାଙ୍କ ବାଲୁକା କଳା: ୨୨ପ୍ରକାର ପରିବା, ୧୦ ପ୍ରକାରର ଫଳ ସହ ୮ଟନ ବାଲିର ହୋଇଛି ...
Comments
Post a Comment