Posts

ଖବର ଆଜିର ତାରିଖ:୨୯/୦୬/୨୬, ସୋମବାର

୧-ପୁରୀ:ଆଜି ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ୨-ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତ ସମୁଦ୍ର,ଦେହରେ ଦେହ ବାଜୁଛି ଓ ପାଦରେ ପାଦ ବି ବାଜୁଛି।ଆଗରେ ଥିବା ଲୋକକୁ ଅତିକ୍ରମ କରିବା ସମ୍ଭବ ହେଉନାହିଁ। ୩-୪୮ ଘଣ୍ଟାର ଅଲ୍ଟିମେଟମ୍: ପାଠ୍ୟପୁସ୍ତକ ମହାଘୋଟାଲାରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ ଚେତାବନୀ। ୪-ଭୁବନେଶ୍ୱର:ଅଧା ଆଷାଢ଼ରେ ଅଗ୍ନି ବର୍ଷା, ନିଅଣ୍ଟିଆ ବର୍ଷା ଯୋଗୁଁ ପଡ଼ି ପାରୁନି ଧାନ ତଳି।୧ରେ ଲଘୁଚାପ ଶେଷ ଆଶା। ୫-ଭୁବନେଶ୍ୱର:ଜୁନରେ ଲୁଚକାଳି ଖେଳିଲା ମୌସୁମୀ ବର୍ଷା; ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା, ଆରମ୍ଭ ହୋଇପାରୁନି ଚାଷ କାର୍ଯ୍ୟ। ୬-ଜଗତସିଂହପୁରରେ ବାଲି ମାଫିଆଙ୍କୁ ବଡ଼ ଝଟକା: ବିରିଡିରୁ ୫୦୦ ଟ୍ରିପ୍‌ରୁ ଅଧିକ ବେଆଇନ ବାଲି ଜବତ, ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ। ୭-ଝାରସୁଗୁଡ଼ା:ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍, ପୀଡ଼ିତାଙ୍କୁ ୮ ଲକ୍ଷ ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ। ୮-କଳିଙ୍ଗ ଷ୍ଟୁଡ଼ିଓ ପୁନରୁଦ୍ଧାର କାମରେ ବଡ଼ ଅନିୟମିତତା, ୨୦୦ କୋଟିର ହେରଫେର ହୋଇଥିବା ଅଭିଯୋଗ। ୯-ଉମରକୋଟ,ନିନାଶପାଣୀ ଗ୍ରାମ:କୁସୁମ କୋଳି ତୋଳିବା ବେଳେ ବଜ୍ରାଘାତ, ଚାଲିଗଲା ମାଆ-ଝିଅଙ୍କ ଜୀବନ। ୧୦-କମିସନରେଟ୍ ପୁଲିସ ହାତରେ ମୋଷ୍ଟ ୱାଣ୍ଟେଡ୍ ଠକ ସଚିଦାନନ୍ଦ ଭୋଇ,୫ କୋଟି ଠକେଇ ମାମଲାରେ ଗିରଫ। ୧୧-ନବ ଦାସ ...

ଖବର ଆଜିର ତାରିଖ:୨୮/୦୬/୨୬, ରବିବାର

୧-ପୁରୀ:ସୋମବାର ସ୍ନାନଯାତ୍ରା ପାଇଁ, ଗତକାଲି ରାତିରୁ ଆଜି ଅପରାହ୍ନ ଗୋଟାଏ ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ୨-ପୁରୀ ସ୍ନାନ ଯାତ୍ରା:ଭୋର ୫ଟାରେ ହେବ ପହଣ୍ଡି,୧୨ଟାରେ ଜଳ ବିଜେ। ଅପରାହ୍ନ ୫ଟା ସୁଦ୍ଧା ସରିବ ହାତୀ ବେଶ। ୩-ବିଦ୍ୟାଳୟ ସମୟ ପରିବର୍ତ୍ତନ ନେଇ ଅଭିଭାବକ ମହଲରେ ଦାବି ଜୋରଦାର, ପୁନର୍ବିଚାର ହେଉ, ନିଷ୍ପତ୍ତି ବଦଳୁ। ୪-ଭୁବନେଶ୍ୱର:ଆସୁଛି ବଡ଼ ବର୍ଷା, ପୂରା ଓଡ଼ିଶାକୁ ଆଲର୍ଟ ଜାରି।ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ ।  ୫-ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ ନିକଟରେ ରିପୋର୍ଟ ଦାଖଲ କଲା ଯୁଗ୍ମ ବୈଷୟିକ ଟିମ୍। ୬-ପୁରୀ:ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର। ୭-୨୯ରେ ରାଜଧାନୀରେ ହେବ ଶିକ୍ଷକ ସମାବେଶ। ଅନୁଦାନ ଓ ଚାକିରି ସର୍ତ୍ତାବଳୀ ସହ ପେନସନ ଦାବି। ୮-ଖଣ୍ଡଗିରି:ବିଷ ପିଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ,ଏମ୍ସ ଡାକ୍ତରଙ୍କୁ ନିର୍ଘାତ ପିଟିଲେ,୩ଜଣକୁ ଉଠାଇ ନେଲା ପୋଲିସ। ୯-ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟାଡିୟମ ନିକଟରେ ଏକ ଆମ ବସ୍ ବାପା-ଝିଅଙ୍କୁ ଧକ୍କା ଦେଲା।ଗୁରୁତର ଅବସ୍ଥାରେ ଉଭୟ ମେଡିକାଲରେ ହେଲେ ଭର୍ତ୍ତି । ୧୦-ରାଉରକେଲା,ବିଶ୍ରା ଥାନା:ସହିପାରିଲାନି ରିଜେକ୍ସନ, ପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ ! ୧୧-ଶିମିଳିପାଳରେ ବଂଶବୃଦ୍ଧିର ନୂଆ ଅଧ୍ୟାୟ;ଟ୍ରାପ କ୍ୟାମେ...

ଖବର ଆଜିର ତାରିଖ:୨୭/୦୬/୨୬, ଶନିବାର

୧-ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବଡ଼ କାର୍ଯ୍ୟାନୁଷ୍ଠାନ,SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ୪ ଜଣଙ୍କୁ ନିଲମ୍ବନ କଲେ ସରକାର । ୨-ଭୁବନେଶ୍ୱର : ୫ ଦିନ ପ୍ରବଳ ବର୍ଷା ।  ବିଜୁଳି ଘଡଘଡି ସହ ଝଟକା ପବନ ପାଇଁ ଆଜି ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ୩-ଶ୍ରୀମନ୍ଦିରରେ ସୁଜାତା ରାଉତ, ବିଜେଡିରେ ସାମିଲ ହେବା ପରେ ପୁରୀ ଓ କଟକ ଚଣ୍ଡୀ ମନ୍ଦିରରେ ନେଲେ ଆଶୀର୍ବାଦ। ୪-ଏବେ ଭୁବନେଶ୍ୱର ଜନପଥରେ ଗାଡି ପାର୍କିଂ କଲେ ଦେବେ ମୋଟା ଅଙ୍କର ଜରିମାନା। ୫-ଆସନ୍ତା ୨୯ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନପୂର୍ଣ୍ଣମୀ : ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ୬-ପୁରୀ:ସ୍ନାନ ଯାତ୍ରା ପାଇଁ ୭୯ ପ୍ଲାଟୁନ୍ ଫୋର୍ସ ମୂତୟନ, ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସୂଚନା ଜାରି। ୭-ଭୁବନେଶ୍ୱର: ପୁରୀ ବାଇପାସ୍ ଏବେ ବରଯାତ୍ରୀଙ୍କ କବଜାରେ, ଘଣ୍ଟା ଘଣ୍ଟା ଫସୁଛି ଆମ୍ବୁଲାନ୍ସ, ପ୍ରଶାସନ ନିଷ୍କ୍ରିୟ। ୮-ଗଠନ ହେଲା ବିଧାନସଭାର ବିଭିନ୍ନ କମିଟି; ପ୍ରମିଳାଙ୍କୁ  ମିଳିଲା ପିଏସି କମିଟିର ଅଧ୍ୟକ୍ଷ ଦାୟିତ୍ୱ।ଜୟନାରାୟଣ ହେଲେ ଏଷ୍ଟିମେଟସ୍ କମିଟିର ଚେୟାରମ୍ୟାନ। ୯-୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ: ଭିଜିଲାନ୍ସ ଜାଲରେ ଧରାପଡିଲେ ରାଇଘର ପ୍ରାଣୀଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର। ୧୦-ଭୁବନେଶ୍ୱର:୧୦ ଟଙ୍କିଆ ନୋଟରେ ଚାଲୁଥିଲା କୋଟି କୋଟିର ଗଞ୍ଜେଇ କାରବାର, ୪ ଅଭିଯୁକ୍ତଙ୍କୁ ଗିରଫ ୧୧-ଅସ୍ତରଙ୍...

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

୧-ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ବ୍ୟାଗ୍। ୨-୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ,୨ ତାରିଖ ବେଳକୁ ଲଘୁଚାପ ହେବା ସମ୍ଭାବନା। ୩-ବିଜେଡିରେ ଯୋଗଦେଲେ, ଆଉ ସୋସିଆଲ୍ ମିଡିଆରେ ଛାଇଗଲେ... ସୁଜାତା ରାଉତ।ଭଳିକି ଭଳି ଥମ୍ୱ, ହେଡିଂ ଆଉ ସ୍ଲୋଗାନର ବିଭିନ୍ନ ରକମର ଅଭିନନ୍ଦନ ପୋଷ୍ଟ । ୪-ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ପୁରୀରେ  ହେଲା ମକ୍ ଡ୍ରିଲ। ୫-ଝାରସୁଗୁଡ଼ା,ସାଗରପାଲି ସାହୁପଡା ଡୁଙ୍ଗୁରିପଡା:ପର ହେଲା ସିନ୍ଦୂର ! ପୁରୁଷ ବନ୍ଧୁ ସହ ମିଶି ସ୍ଵାମୀକୁ ମାରି ବିଲରେ ଫିଙ୍ଗି ଦେଲା ସ୍ତ୍ରୀ। ୬-ଭୁବନେଶ୍ୱର:ଘୋଷଣା ହେଲା ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଓ ୨୦୨୪।'ପୁଷ୍କରା' ଶ୍ରେଷ୍ଠ ଚଳଚ୍ଚିତ୍ର। ୭-କାକଟପୁର:ଲୁଟେରାଙ୍କ ଟାର୍ଗେଟରେ ଏବେ ସବୁ ମନ୍ଦିର, ୧୮ଟି ମନ୍ଦିର ଓ ମଠରୁ  ହେଲାଣି ଚୋରି। ୮-କଟକ:ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି, ବନ୍ଧା ହେଲେ ତିନି ଠିକାଦାର, ତିନି ମାମଲା ରୁଜୁ କଲା ଭିଜିଲାନ୍ସ। ୯-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂଶ ଆନିମେଟେଡ୍ ଫିଲ୍ମ, ତୀବ୍ର ବିରୋଧ କଲେ ଗଜପତି।ଜୁଲାଇ ୧୦ରେ ରିଲିଜକୁ ବନ୍ଦ ରଖିବାକୁ ପ୍ରଯୋଜନା ସଂସ୍ଥାକୁ କଲେ ଅନୁରୋଧ। ୧୦-ବ୍ରହ୍ମପୁର:ଆଇନଜୀବୀ ପୀତବାସ ହତ୍ୟା ମାମଲା ;୩୯୬ ପୃଷ୍ଠାର ଫାଇନାଲ ...

ଖବର ଆଜିର ତାରିଖ:୨୫/୦୬/୨୬, ଗୁରୁବାର

୧-ଭୁବନେଶ୍ୱର:ପଞ୍ଚମ ଶ୍ରେଣୀ ଇଂରାଜୀ ବହିର ୧୩୩ ପୃଷ୍ଠାରେ ରଜଗୀତ; ସଂଶୋଧନ କରିବାକୁ ଶିକ୍ଷକ ଅମଙ୍ଗ। ଶିକ୍ଷକଙ୍କ ପାଖରେ ପହଞ୍ଚି ନାହିଁ ସଂଶୋଧିତ ପୁସ୍ତିକା। ୨-ଆଜି ବିଜେଡ଼ିରେ ଯୋଗ ଦେଇ ପାରନ୍ତି ସୁଜାତା ପାଣ୍ଡିଆନ,ସବୁ ନିର୍ବାଚନ ମଣ୍ଡଳୀରୁ ଆସିବେ ନେତା, ଶଙ୍ଖ ଭବନ ମଞ୍ଚରୁ ହେବ ବଡ଼ ଘୋଷଣା। ୩-ଭୁବନେଶ୍ୱର:ଶିକ୍ଷାନୁଷ୍ଠାନରେ ଅଗ୍ନି ସୁରକ୍ଷାକୁ ନେଇ OSDMAର ବଡ଼ ନିର୍ଦ୍ଦେଶ, ସାରା ରାଜ୍ୟରେ ହେବ ଫାୟାର ସେଫ୍ଟି ଅଡିଟ୍। ୪-ଭୁବନେଶ୍ୱର:ମୈ।ସୁମୀ ପ୍ରଭାବ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ। ୫-କେନ୍ଦ୍ରାପଡ଼ା:ପୋଲିସକୁ ୭୨ ଘଣ୍ଟା ସମୟ ଦେଲେ ଚାମେଲି, ନ ହେଲେ ତିଖିରୀରୁ ଦିଲ୍ଲୀ ଯାଏଁ ହେବ ଲଢ଼େଇ। ୬-ରଥଯାତ୍ରାରେ ହେବ ଶୃଙ୍ଖଳିତ ପରିବହନ, ପୁରୀକୁ ଗଡ଼ିବ ୪୦୦ ବସ୍। ୭-ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ହଜିବା ମାମଲା, ସିବିଆଇ ତଦନ୍ତ ପାଇଁ ଆବେଦନ।ଆଇନଜୀବୀ ଦେବାଶିଷ ହୋତା ଏହି ଆବେଦନ କରିଛନ୍ତି ।  ୮-ସମ୍ବଲପୁର:ଗିରଫ ହେଲେ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ପଦ୍ମଲୋଚନ ନାୟକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ। ୯-ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନାରେ ବଡ଼ ଦୁର୍ନୀତି, ଯାଜପୁର ସମେତ ୩ ଜିଲ୍ଲାରେ ଭିଜିଲାନ୍ସ ରେଡ୍। ୧୦-IPL ବେଟିଂରେ ହୋଟେଲ୍ ମାଲିକ ଗିରଫ। ବ୍ରହ୍ମପୁରରେ ଚଢ଼ାଉ କରି ଗିରଫ କଲା ପୁରୀ ପୋଲିସ୍। ୧୮ ଲକ୍ଷ ଟଙ୍କାର IPL ବେଟିଂ ଅଭିଯୋଗରେ...

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

୧-ଆସନ୍ତା ୨୮ରେ OTET ସହ OSSSC ପରୀକ୍ଷା,ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ଅନେକ ଆଶାୟୀ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି। ୨-ସକ୍ରିୟ ହେଲା ମୌସୁମୀ, ଜୁନ୍ ମାସରେ ୪୬ ପ୍ରତିଶତ ବର୍ଷା କମ୍,ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡ଼ିସାରିଛି। ୩-ରାଜ୍ୟସଭା କ୍ରସ୍ ଭୋଟିଂ: ବିଜେଡ଼ିର ଅଯୋଗ୍ୟତା ଆବେଦନ ଖାରଜ।କଂଗ୍ରେସର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଆବେଦନ ବି ଖାରଜ। ୪-ଭୁବନେଶ୍ୱର:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୋଲିସ। ୫-ନୟାଗଡ଼:ଯୌନ ନିର୍ଯାତନା ଅଭିଯୋଗରେ ଥାନା ଅଧିକାରୀ ସୁଜିତ ଦାସ ନିଲମ୍ବିତ। ୬-ଭୁବନେଶ୍ୱର:କମିଟି ସୁପାରିସରେ ହେବ ଇଞ୍ଜିନିୟରଙ୍କ ବଦଳି; ଗୃହ ଜିଲ୍ଲାକୁ ହୋଇ ପାରିବେନି ପୋଷ୍ଟିଂ। ୭-ଉମରକୋଟ:ରସିକିଆ ଡାକ୍ତର ଅବିନାଶ ମହାନ୍ତି ଗିରଫ,ଭିଡିଓ ପ୍ରଘଟ ଧମକ; ମହିଳାଙ୍କ ଠାରୁ ସୁନା ଅଳଙ୍କାର ଓ ଟଙ୍କା ଠକେଇ ଅଭିଯୋଗ। ୮-ଭୁବନେଶ୍ୱର:ଫ୍ଲାଟ ମାଲିକ ଓ ଭଡ଼ାଟିଆଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏଣିକି ଘର କିଣିବା, ବିକ୍ରି ଓ ଭଡ଼ା ପ୍ରକ୍ରିୟା ହେବ ସହଜ; ଆସିଲା ସରକାରଙ୍କ ନୂଆ ନିୟମ। ୯-ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା; “ମୋ ପୁତୁରା ନାଁ ଆସୁଥିଲା, ପୋଲିସ ତାକୁ ଗିରଫ କରିଛି” ୧୦-ଜୁନ୍ ୨୯ରୁ ବନ୍ଦ ହେବ ଶିମିଳିପାଳ; ଖୋଲା ରହିବ ତାଳବନ୍ଧ ଓ ଜାମୁଆଣି ଇକୋଟୁରିଜ...

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୧-ରାଇରଙ୍ଗପୁର:ଜନ୍ମ ମାଟିରେ ମହାମହିମ, ଏମ୍ସ ସ୍ୱାସ୍ଥ୍ୟ ଶିବିରର କଲେ ଉଦଘାଟନ। ୨-ବାରିପଦା:ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ,୪୭,୬୦୦ କୋଟିର ହେବ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ। ୩-ଭୁବନେଶ୍ୱର:ତୁରନ୍ତ ବକେୟା ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ। ୪-ଭୁବନେଶ୍ୱର:ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’; ୧୦୦ ମାର୍କର ପରଫର୍ମାନ୍ସ ଇଣ୍ଡେକ୍ସରେ ହେବ ମୂଲ୍ୟାଙ୍କନ। ୫-୧୧ ଦିନ ହେଲା ତେଲେଙ୍ଗାନାରେ ଅଟକିଛି ମୌସୁମୀ,ଉତ୍ତର ଓ ମଧ୍ୟ ଭାରତର ପଖାପାଖି ୭ ରାଜ୍ୟ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ୬-ଭୁବନେଶ୍ୱର:ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ,୧୦ ହଜାର ୩୭୨ ବଢିଲା +୩ ସିଟ୍ ସଂଖ୍ୟା। ୭-ପୁରୀ:ଶ୍ରୀମନ୍ଦିରରେ ବଢ଼ି ଚାଲିଛି ଦଲାଲଙ୍କ ଠକାମୀ, ଟଙ୍କା ନେଇ କରାଉଛନ୍ତି ଜଗା ଦର୍ଶନ, ୧୧ ଗିରଫ। ୮-ଭୁବନେଶ୍ୱର:କ୍ୟୁଏସ୍‍ ୱାର୍ଲ୍ଡ ୟୁନିଭରସିଟି ରାଙ୍କିଙ୍ଗରେ କିଟ୍ ର ଦବଦବା ଜାରି। ୯-ଭଦ୍ରକ,ଭଟପୁର:ଘରୁ ବାହାରିଲେ ନାଗନାଗୁଣୀ ସହ ୨୭ ଛୁଆ, ଚହଳ ପଡିଗଲା ଅଞ୍ଚଳରେ। ୧୦-ବ୍ଲକ୍ ପ୍ରଶାସନ-ଚାମେଲି ଓଝା ବିବାଦ ମାମଲା: ଆଉ ଜଣଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ। ୧୧-ବୈ।ଦ୍ଧ:SIR କାମର ଚାପ ନେଲା ଜୀବନ; ବୌଦ୍ଧରେ BLOଙ୍କ ଆତ୍ମହତ୍ୟା, ପରିବାରର ସଙ୍ଗୀନ ଅଭିଯୋଗ। ୧୨-ଜୟପୁର:ଚଢ଼ାଉ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଅଧିକାରୀ ତାଜୁବ, ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ ଠାବ...