ଖବର ଆଜିର ତାରିଖ:୧୨/୦୩/୨୬, ଗୁରୁବାର



୧-ବିଧାନସଭାରେ ସାଂଘାତିକ ତଥ୍ୟ : ପେଟ୍ରୋଲ୍ ପମ୍ପ୍‌ରେ ଗ୍ରାହକଙ୍କୁ ଠକେଇ ନେଇ ୧୦୯ କେସ୍, ୮ ହଜାର ୬୫ ସୁନା ଦୋକାନରେ ଉପରେ ହୋଇଛି ଚଢ଼ାଉ।

୨-ରାଜ୍ୟସଭା ନିର୍ବାଚନକୁ ନେଇ ବିଜେଡିର ହ୍ୱିପ୍ ଜାରି, ନିର୍ବାଚନ ଶେଷ ନହେବା ଯାଏଁ ରାଜଧାନୀ ଛାଡ଼ିପାରିବେନି ବିଧାୟକ।

୩-କଟକ : ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି।

୪-ଜଗତସିଂହପୁର:ଧାନମଣ୍ଡି ଅବ୍ୟବସ୍ଥା ନେଇ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ; ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ।

୫-ପଦ୍ମ ଧରିଲେ ରବୀନ୍ଦ୍ର ଜେନା, ବିଶାଳ ଶୋଭାଯାତ୍ରାରେ ଆସିଲେ ଶତାଧିକ ନେତା, କର୍ମୀ।

୬-ଛତିଶଗଡ଼:ଆତ୍ମସମର୍ପଣ କଲେ ୧୦୮ ନକ୍ସଲ; ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ, ୩ କୋଟି ୬୦ ଲକ୍ଷ ନଗଦ ଟଙ୍କା ସହ ୧ କେଜି ସୁନା ଜବତ।

୭-ନନ୍ଦନକାନନକୁ ଆସିଲେ ୫ ପ୍ରଜାତିର ୧୧ ନୂଆ ଅତିଥି, ପ୍ରଥମଥର ପର୍ଯ୍ୟଟକ ଦେଖିବାକୁ ପାଇବେ ‘ରିଙ୍ଗ ଟେଲଡ୍ ଲେମୁର୍’।

୮-ଭଦ୍ରକ,ସାପକାତିଆ ଗାଁ:ଗର୍ଭବତୀଙ୍କୁ ମାରିଦେଇ ନଦୀକୁ ଫିଙ୍ଗି ଦେଲେ ଶ୍ବଶୁର ଘର ଲୋକ, ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ।

୯-ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା।

୧୦-ଘରୋଇ ବସ୍ ମାଲିକଙ୍କ ମନମାନି, ବସରେ ଲାଗୁନି ରେଟ୍ ଚାର୍ଟ, ଧାର୍ଯ୍ୟ ଭଡ଼ାଠାରୁ ନେଉଛନ୍ତି ଅଧିକ ଟଙ୍କା।

୧୧-ଗ୍ୟାସ୍ ସଙ୍କଟ ଭିତରେ ହଟିପାରେ କାଠ ଓ କୋଇଲା ଚୁଲା କଟକଣା; ସଂଧ୍ୟାରେ BMC ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି।

୧୨-ଚଳିତ ବର୍ଷ ହେବ ପଞ୍ଚାୟତ ଉପନିର୍ବାଚନ ; ଚର୍ଚ୍ଚା ବଢ଼ାଇଲା ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର।

୧୩-ରେଢ଼ାଖୋଲ ବନଖଣ୍ଡର ବିଭିନ୍ନ ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ, କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ।

୧୪-କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ କାର୍ଯ୍ୟାନୁଷ୍ଠାନ:୩ ବନ କର୍ମଚାରୀ ସସପେଣ୍ଡ।

୧୫-"ମାତୃତ୍ୱ ଛୁଟି ହେଉଛି ମହିଳାଙ୍କର ମୌଳିକ ଅଧିକାର, ଏହାକୁ କେହି ଅଟକାଇ ପାରିବେ ନାହିଁ"; ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ବମ୍ବେ ହାଇକୋର୍ଟ।

୧୬-ସଂସଦରେ ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଆଣିଥିଲେ ଅବିଶ୍ୱାସ ପ୍ରସ୍ତାବ, ଧ୍ୱନୀମତରେ ହୋଇଗଲା ଖାରଜ।

୧୭-IPL ୧୯: ରୟାଲ ଚ୍ୟାଲେଞ୍ଜର୍ସ ଓ ସନରାଇଜର୍ସ ମଧ୍ୟରେ ହେବ ପ୍ରଥମ ମୁକାବିଲା।

୧୮-ଦୁବାଇ ବିମାନ ବନ୍ଦରରେ ଇରାନର ଆକ୍ରମଣ; ଭାରତୀୟଙ୍କ ସହ ୪ଆହତ।

୧୯-ଆକ୍ସନ ମୋଡରେ ଭାରତ,ରୁଷରୁ କିଣିଲା ୩ କୋଟି ବ୍ୟାରେଲ ତେଲ।

୨୦-ଆହୁରି ରକ୍ତମୁଖା ଇରାନ,ବାହାରିନ୍, କୁଏତ୍,ୟୁଏଇ ଏବଂ କତାରରେ କରୁଛି ବୋମାବର୍ଷା।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)