୦୯-ଅକ୍ଟୋବର-୨୦୨୪,ବୁଧବାର


*_➡️୧-ଆଜି ହେଉଛି ନବରାତ୍ରି ର ସପ୍ତମୀ ପୂଜା, ଚଣ୍ତୀପାଠରେ କମ୍ପୁଛି ସାରା ପରିବେଶ । ବିଭିନ୍ନ ପୀଠରେ ମା'ଙ୍କ ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।_*

*_➡️୨-ବଢ଼ିଲା ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି। ରାଜ୍ୟ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ହେଲା ବୃଦ୍ଧି ।_*

*_➡️୩-ଆଜି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଏଥର ୩୫ ଲକ୍ଷରୁ ଅଧିକ ମହିଳା ପାଇବେ ଲାଭ । ବାରିପଦାରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଏହି ଟଙ୍କା l_*

*_➡️୪-ପୂଜା ପାଇଁ ଟ୍ବିନ୍‌ସିଟିରେ ମୁତୟନ ହେବେ ୧୦୨ ଫ୍ଲାଟୁନ ପୋଲିସ ଫୋର୍ସ, ଦାୟିତ୍ୱରେ ରହିବେ ୨ ଶହ ବରିଷ୍ଠ ଅଧିକାରୀ l ଭୁବନେଶ୍ୱରରେ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । କଟକରେ ୬୪ ପ୍ଲାଟୁନ ପୋଲିସ ଫୋର୍ସ । ଭୁବନେଶ୍ୱରରେ ୧୮୭ ପୂଜା ମଣ୍ଡପ, କଟକରେ ୧୬୬ଟି ମେଢ଼ ରହିଛି ।_*

*_➡️୫-ରାଜ୍ୟ ସ୍ଵାସ୍ଥ୍ୟସେବାରେ ଯୋଡି ହେଲା ଏକ ନୂଆ ଅଧ୍ୟାୟ । ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ୍ । ମେଡିକାଲର ଅସ୍ତିଶଲ୍ୟ ବିଭାଗରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ବୋନ୍‌ ବ୍ୟାଙ୍କକୁ କଲେ ଉଦ୍ଘାଟନ l_*

*_➡️୬-ବିଶିଷ୍ଟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ରାଜ୍ୟ ସ୍ତରରେ ବ୍ୟାପକ ଭାବରେ ପାଳନ କରାଯିବ l ଚଳିତ ବର୍ଷ ଏହାକୁ ଚତୁର୍ଥ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବ।_*

*_➡️୭-୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନକଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜଣାଇଲେ ଶୁଭେଚ୍ଛା ଓ ଅଭିନନ୍ଦନ l_*

*_➡️୮-୧୦ଟି ନୂତନ ESIC ମେଡିକାଲ କଲେଜ ପ୍ରତିଷ୍ଠା କରିବେ କେନ୍ଦ୍ର ସରକାର। ସେହିପରି ESI ନିଗମ ସଦସ୍ୟଙ୍କ ପାଇଁ ବେକାରୀ ଭତ୍ତା ଯୋଜନାକୁ ଜୁନ୍ 2026 ପର୍ଯ୍ୟନ୍ତ ବୃଦ୍ଧି କରିବେ ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଦେଲେ ସୂଚନା l_*

*_➡️୯-ନଭେମ୍ବର ୩ ତାରିଖ ଭାଇ ଦୂଜ ଅବସରରେ ଶୀତ ଋତୁ ପାଇଁ ବନ୍ଦ ହେବ କେଦାରନାଥ ମନ୍ଦିର l ଏନେଇ ମନ୍ଦିର କର୍ତ୍ତୃପକ୍ଷ ଦେଲେ ସୂଚନା l_*

*_➡️୧୦-ମିଥୁନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କନ୍ନଡ ଫିଲ୍ମର ସୁପରଷ୍ଟାର ଋଷଭ ସେଟ୍ଟୀଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ l_*

*_➡️୧୧-ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ନୂତନ ସରକାର ଗଠନ ନେଇ ହେଲା ପ୍ରସ୍ତୁତି ଆରମ୍ଭ l ଦଶହରା ଦିନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ l_*

*_➡️୧୨-ହରିୟାଣାରେ ବିଜେପିର ହ୍ୟାଟ୍ରିକ୍ ପରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟରେ ପହଞ୍ଚି ପାର୍ଟି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କୁ କଲେ ସମ୍ୱୋଧିତ l_*

*_➡️୧୩-ଦେଶର ସବୁଠୁ ବଡ଼ ଡିଟିଏଚ୍ କମ୍ପାନି ଟାଟା ପ୍ଲେକୁ କିଣିପାରେ ଭାରତୀ ଏୟାରଟେଲ୍‌। ଏନେଇ ଏୟାରଟେଲ, ଟାଟା ଗ୍ରୁପ୍‌ ସହ ଚାଲିଛି ଆଲୋଚନା l କ୍ଷତିରେ ଚାଲୁଛି କମ୍ପାନି l_*

*_➡️୧୪-ସଚିନଙ୍କ ସହ ଯୋଡ଼ିହେଲା ବ୍ୟାଙ୍କ ଅଫ୍‌ ବରୋଦା l କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କୁ ନିଜର ଗ୍ଲୋବାଲ୍ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ କଲା ନିଯୁକ୍ତ l_*

*_➡️୧୫-ଅହମଦାବାଦରେ ୨୦୦ କୋଟିର ଜିଏସ୍‌ଟି ଠକେଇ ମାମଲାରେ ୧୪ ସ୍ଥାନରେ ହେଲା ଚଢ଼ାଉ, ୩୩ ଜଣ ହେଲେ ଗିରଫ l ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହେଶ ଲାଙ୍ଗା ନାମକ ଜଣେ ଖବରଦାତା ରହିଛନ୍ତି।_*

*_➡️୧୬-ୟୁକ୍ରେନ ଯୁଦ୍ଧରେ ରୁଷିଆ ସହାୟତା ପାଇଁ ସୈନ୍ୟ ପଠାଇଲେ ଦକ୍ଷିଣ କୋରିଆର କିମ୍ ୟୋଙ୍ଗ-ହ୍ୟୁନ l_*

*_➡️୧୭-ବଢିଲା ଇସ୍ରାଏଲର ଚିନ୍ତା । ହମାସ ମୁଖ୍ୟ ବଞ୍ଚିଥିବା ନେଇ ସୁରାକ ପାଇଲା ଇସ୍ରାଏଲ ସେନା l_*

*_➡️୧୮-ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ।_*

*_➡️୧୯-୨୦୨୪ ବର୍ଷ ପାଇଁ ସ୍ପୋର୍ଟସ ଲଗଅନ୍ ପୁରସ୍କାର ଜିତିଥିବା ବ୍ୟକ୍ତିଙ୍କ ନାମ ହେଲା ଘୋଷଣା l ଦୀର୍ଘ ୪ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଏହି ବର୍ଷ ସ୍ପୋର୍ଟସ ଲଗ୍‌ଅନ୍‌ ପୁରସ୍କାର ପ୍ରଦାନ କରାଯିବ ।_*

*_➡️୨୦-ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ପାକିସ୍ତାନରେ ଖେଳାଯିବ। ତେବେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ହାଇବ୍ରିଡ୍ ମୋଡେଲ୍‌ରେ ଖେଳାଯିବ ଏହି ଚାମ୍ପିଅନ୍ସ ଟ୍ରଫି l ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିପାରେ।_*

*_🔅ଆଜି ପିଠେ ଶ୍ରୀଦୂର୍ଗାଦେବ୍ୟାହଃ ତ୍ରିଦିନାତ୍ମକ ସପ୍ତମୀ ପୂଜା ll_*
*_🔅ଆଜି ତପଃ ଷଷ୍ଠୀ ll_*
*_🔅ଆଜି ଉତ୍କଳମଣୀ ଗୋପବନ୍ଧୁ ଜୟନ୍ତୀ ll_*
*_🔅ଆଜି ଜରୁରୀକାଳୀନ ନର୍ସ ଦିବସ ll_*
*_🔅ଆଜି ଅଗ୍ନି ନିରାକରଣ ଦିବସ ll_*
*_🔅ଆଜି ଜାତୀୟ ସ୍ନେକର୍ସ ଦିବସ ll_*
*_🔅ଆଜି ଜାତୀୟ ନାନୋଟେକ୍ନୋଲୋଜି ଦିବସ ll_*
*_🔅ଆଜି ଆନ୍ତର୍ଜାତୀୟ ବିୟର ଏବଂ ପିଜା ଦିବସ ll_*
*_🔅ଆଜି ବିଶ୍ୱ ପୋଷ୍ଟ ଦିବସ ll_*

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)