ଖବର ଆଜିର ତାରିଖ:୨୧/୦୨/୨୬, ଶନିବାର



୧-ଭୁବନେଶ୍ୱର:୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ଗତବର୍ଷ ଅପେକ୍ଷା ୬.୯% ବୃଦ୍ଧି।

୨-ବଜେଟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ରାଜ୍ୟର ୪ ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ହଟିଲା ପ୍ରଫେସନାଲ ଟ୍ୟାକ୍ସ।

୩-ଗ୍ରାମାଞ୍ଚଳର ବିକାଶ ପାଇଁ ୪୪ ହଜାର ୩୦୯ କୋଟି, ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ବ୍ୟୟ ବରାଦ।

୪-ସ୍ବାସ୍ଥ୍ୟ ସେବା ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ବ୍ୟୟ ବରାଦ, ଏସିବିର ପୁନର୍ବିକାଶ ପାଇଁ ୧ ହଜାର କୋଟି ।

୫-ବଜେଟରେ ୧୬ଟି ନୂଆ କାର୍ଯ୍ୟକ୍ରମକୁ ଅନୁମୋଦନ, ଭିବୀ ଜି ରାମ ଜି ଯୋଜନା ପାଇଁ ୫ହଜାର ୫ଶହ ୭୫ କୋଟି ଟଙ୍କା।

୬-ରାଜ୍ୟ ବଜେଟରେ ଦକ୍ଷତା ବିକାଶକୁ ଗୁରୁତ୍ବ, କ୍ଷୁଦ୍ର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଉଦ୍ୟମୀ' ଯୋଜନା।

୭-ବଜେଟରେ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା; BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା।

୮-ସରକାରୀ ସ୍କୁଲରୁ ମନ ଫେରେଇଲେଣି ପିଲା। ସ୍କୁଲ ଡ୍ରପ୍ ଆଉଟକୁ ନେଇ ଆସିଲା ସାଂଘାତିକ ଚିତ୍ର। ଚକିତ କଲା ବିଧାନସଭାରେ ଗଣଶିକ୍ଷା ବିଭାଗର ତଥ୍ୟ। ୨୦୨୪-୨୫ ଶିକ୍ଷାବର୍ଷରେ ପାଠ ଛାଡ଼ିଛନ୍ତି ୧୫% ପିଲା।

୯-ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ।

୧୦-ରୋଷେଇ ଘର ନାହିଁ,ମେନୁ ମାଳ ମାଳ ,ଋଣ ବୋଝ ମୁଣ୍ତ ପିଛା ୩୦ ହଜାର ପାର:ବଜେଟ୍ ଉପରେ ନବୀନ ପଟ୍ଟନାୟକଙ୍କ ମତ।

୧୧-କେନ୍ଦ୍ରାପଡ଼ା: ରାଜକନିକାରେ ଚାଞ୍ଚଲ୍ୟ,ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୪ ଶିକ୍ଷକଙ୍କ ବଳାତ୍କାର ଅଭିଯୋଗ।

୧୨-ଛେଣ୍ଡିପଦା:୨୨ କେଜି ଗଞ୍ଜେଇ ଜବତ,ବାପପୁଅ ଗିରଫ, ବାଇକ୍, ମୋବାଇଲ ଫୋନ ଜବତ।

୧୩-କଟକ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ -ପୁଅ ବୋହୂକୁ ନିଜ ସମ୍ପତ୍ତିରୁ ବେଦଖଲ କରିପାରିବେ ମା'।

୧୪-ପଶ୍ଚିମବଙ୍ଗରେ ନ୍ୟାୟିକ ଅଧିକାରୀ ଏସ୍ଆଇଆର୍ ର କରିବେ ତଦାରଖ: ସୁପ୍ରିମକୋର୍ଟ।

୧୫-ମୁମ୍ବାଇ:ହିଲାରୀ କ୍ଲିଣ୍ଟନଙ୍କୁ ନୀତା ଓ ମୁକେଶ ଅମ୍ବାନୀଙ୍କ ଜୋରଦାର ସ୍ୱାଗତ, ଆଣ୍ଟିଲିଆରେ ବିତାଇଲେ ଅପରାହ୍ନ।

୧୬-ପାଲ୍ଲେକେଲେ: ବିଜୟ ସହ ଅଷ୍ଟ୍ରେଲିଆର ବିଦାୟ,ଓମାନକୁ ୯ ଓ୍ବିକେଟ୍ ରେ ହରାଇଲା।

୧୭-ପ୍ରେମଦାସା ଷ୍ଟାଡିୟମରେ ଆଜିଠୁ ସୁପର -୮,ଆଜି ପାକିସ୍ତାନ - ନ୍ୟୁଜଲାଣ୍ଡ ଭେଟ।

୧୮-'AI ସବୁକିଛି କରିପାରିବ, କିନ୍ତୁ ଦିଲ୍ଲୀ ଟ୍ରାଫିକର ସମାଧାନ କରିପାରିବ ନାହିଁ'; ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ରେ ରିଷି ସୁନାକ କଲେ ତାଚ୍ଛଲ୍ୟ।

୧୯-ବାଂଲାଦେଶ ତାରିକ୍ ରହମାନ ସରକାରଙ୍କ ବଡ଼ ନିଷ୍ପତ୍ତି, ଭାରତୀୟଙ୍କ ଲାଗି ଆରମ୍ଭ ହେଲା ଭିସା ସେବା।

୨୦-ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣ, ୱାସିଂଟନକୁ ନିଜ ବାୟୁସେନା ଘାଟି ବ୍ୟବହାର କରିବାକୁ ଅନୁମତି ଦେଲାନାହିଁ ବ୍ରିଟେନ।

୨୧-ଓ୍ବାଶିଂଟନ୍: ଟ୍ରମ୍ପଙ୍କୁ ବଡ଼ ଝଟକା, ଅନ୍ୟ ଦେଶ ଗୁଡ଼ିକରେ ତାରିଫ୍ ରଦ୍ଦ କଲେ ଆମେରିକା ସୁପ୍ରିମକୋର୍ଟ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024