ଖବର ଆଜିର ତାରିଖ:୨୦/୦୨/୨୬, ଶୁକ୍ରବାର



୧-ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କଲେ ଶିକ୍ଷା ସଚିବ; କମାଣ୍ଡ କଣ୍ଟ୍ରୋଲ୍ ରୁମ୍ ଯାଇ ସ୍ଥିତି ପରଖିଲେ।

୨-ମାଟ୍ରିକ ପରୀକ୍ଷା;ଉତ୍ସାହ ଭରିଲା ସହଜ ପ୍ରଶ୍ନ,ପ୍ରଥମ ଦିନରେ ପରୀକ୍ଷା ଦେଲେ ନାହିଁ ୧୨ ହଜାର ୯୩ ଜଣ।

୩-ଆଜି ରାଜ୍ୟ ବଜେଟ୍ : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

୪-ଭୁବନେଶ୍ୱର:ପଳାଶୁଣୀ ଭିଡ କାଟିବ ସ୍ପାଏ ଓ୍ବାକ୍,ଉପରେ ଚାଲିବେ ପଥଚାରୀ,ତଳେ ଗଡିବ ଗାଡ଼ି।

୫-ଚୌଦ୍ୱାର ଜେଲର ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ନିଲମ୍ବିତ।ବଦଳି ପରେ କାର୍ଯ୍ୟରେ ଯୋଗ ନ ଦେବାରୁ ହେଲେ ନିଲମ୍ବିତ।

୬-ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପରିଚୟ ପତ୍ର ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ ପୋଲିସର ହେବ କାର୍ଯ୍ୟାନୁଷ୍ଠାନ।

୭-ବିଧାନସଭାରେ ଥମୁନି ଧାନ ତାତି,ଗୃହ ଅଚଳ, ଅନ୍ନଦାତାଙ୍କୁ ଆଶ୍ୱାସନା, ବିରୋଧୀଙ୍କୁ ଚେତାବନୀ।

୮-କଟକ ମହାଜନପୁର ଅଞ୍ଚଳରେ ବାଣ ବିସ୍ଫୋରଣ,ମା ଓ ଶିଶୁ କନ୍ୟା ମୃତ,ଶାଶୂ ଗୁରୁତର।

୯-ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ କପଡ଼ା ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ।

୧୦-ତାଳଚେର ସନ୍ଥପଡ଼ା ନଦୀ ଘାଟ:ସାମ୍ବାଦିକଙ୍କୁ ଆକ୍ରମଣ, ମାରଣାସ୍ତ୍ରରେ ହାତ ଓ ଗୋଡ଼କୁ ହାଣିଲେ ୬ ଦୁର୍ବୃତ୍ତ।

୧୧-ରାୟଗଡ଼ା,ମାରିଗୁଡା ଗାଁ:୫ ମାସରେ ୫ ଜଣଙ୍କର ମୃତ୍ୟୁ,ଭୂତ ଭୟରେ ଗାଁରେ ଜଳୁନି ଚୁଲି।

୧୨-ଓଡ଼ିଶା ଗର୍ଭରେ ସୁନା ଲୁଚିଥିବା ସ୍ପଷ୍ଟ, ୧୧ ଜିଲ୍ଲାର ମାଟି ତଳେ ସୁନା ଥିବା ନେଇ ବିଧାନସଭାରେ ଖଣି ମନ୍ତ୍ରୀଙ୍କ ତଥ୍ୟ।

୧୩-ଭିଜିଲାନ୍ସ ଜାଲରେ ସୋର ତହସିଲଦାର; ଜବତ ପଥର ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ।

୧୪-ବିକାଶରେ ବାଧକ ମାଗଣା ଯୋଜନା, ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ତୁଷ୍ଟିକରଣ ନୀତି: ସୁପ୍ରିମକୋର୍ଟ।

୧୫-କୋଲକାତା: ଗ୍ରୁପ୍ C ରେ ଓ୍ବେଷ୍ଟ ଇଣ୍ଡିଜ୍ ଅପରାଜେୟ, ଇଟାଲୀକୁ ୪୨ ରନ୍ ରେ ହରାଇଲା।

୧୬-କଲମ୍ବୋ: ଗ୍ରୁପ୍ B ରେ ଜିମ୍ବାୱେ ଟେବୁଲ ଟପର, ଶ୍ରୀଲଙ୍କାକୁ ୬ ଓ୍ବିକେଟ୍ ରେ ହରାଇଲା।

୧୭-ପାଲ୍ଲେକେଲେ:ଆଜି ସନ୍ଧ୍ୟାରେ ଅଷ୍ଟ୍ରେଲିଆ -ଓମାନ ଶେଷ ଲିଗ୍ ମ୍ୟାଚ୍।

୧୮-ନୂଆ ଦିଲ୍ଲୀ:AI ମାନବ ସମ୍ବଳର ବିକଳ୍ପ ହେବା ଉଚିତ୍ ନୁହେଁ -ଜାତିସଂଘ ମହାସଚିବ।

୧୯-କରାଚୀ:ପାକିସ୍ତାନରେ ଗ୍ୟାସ ଲିକରୁ ବଡ ବିସ୍ଫୋରଣ, କୋଠା ଭୁଶୁଡି ୧୬ ମୃତ।

୨୦-ଆଫଗାନିସ୍ତାନ:ମହିଳାଙ୍କ ସ୍ବାଧୀନତା ଉପରେ ପୁଣି ଲାଗିଲା କଟକଣା। ସ୍ବାମୀମାନେ ସ୍ତ୍ରୀଙ୍କୁ ଏବଂ ପିଲାଙ୍କୁ ମାଡ଼ ମାରିଲେ ତାହା ଅପରାଧ ବୋଲି ବିବେଚନା କରାଯିବ ନାହିଁ। ହାଡ଼ ଭାଙ୍ଗିଲେ ୧୫ ଦିନ ଜେଲ୍ ଦଣ୍ଡ ହେବ।

୨୧-ଇରାନକୁ ୧୦ ଦିନ ସମୟ ଦେଲେ ଟ୍ରମ୍ପ। ମଧ୍ୟ ପ୍ରାଚ୍ୟରେ ଆମେରିକାର ବ୍ୟାପକ ବାୟୁସେନା ମୁତୟନ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024