ଖବର ଆଜିର ତାରିଖ:୧୯/୦୨/୨୬, ଗୁରୁବାର



୧-ଆଜିଠୁ ଦଶମ ବୋର୍ଡ ପରୀକ୍ଷା; ସାଢ଼େ ପାଞ୍ଚ ଲକ୍ଷ ପିଲା ଦେବେ ଛାତ୍ର ଜୀବନର ବଡ ଏଗ୍‌ଜାମ।୩,୦୮୨ କେନ୍ଦ୍ରରେ ହେବ ପରୀକ୍ଷା ।

୨-ଭୁବନେଶ୍ୱର: ତିନି ମାସରେ ପୂରଣ ହେବ ୩୪,୬୪୧ ସରକାରୀ ପଦ। ଜୁନ୍ ସୁଦ୍ଧା ୬୫,୦୦୦ ନିଯୁକ୍ତି ଲକ୍ଷ୍ୟ।

୩-ଭୁବନେଶ୍ୱର:DSR ଦେଉ ନାହାନ୍ତି ଜିଲ୍ଲାପାଳ,ତାଗିଦା କଲେ ସରକାର।

୪-'୨୦୨୭ ମାର୍ଚ୍ଚ ସୁଦ୍ଧା ୩ ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାର ଲକ୍ଷ୍ୟ'; ଗୃହରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ।

୫-ବିଧାନସଭାକୁ ଧାନ ମୁଣ୍ଡାଇ ଆସିଲେ ବିରୋଧୀ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା ହେଲା।

୬-ବ୍ରହ୍ମପୁର:ଝିଅ ବାହାଘର ପାଇଁ ଗୁଆ ଦେବାକୁ ଯାଉଥିଲେ ବାପା, ଦୁର୍ଘଟଣାରେ ଚାଲିଗଲା ଜୀବନ।

୭-କଟକ ସହରରେ ଚାଞ୍ଚଲ୍ୟ,ନୂଆପଡ଼ା ପ୍ରେସ କଲୋନୀରେ ଗୁଳିମାଡ଼ରେ ଯୁବକ ମୃତ।ମୃତକଙ୍କ ନାଁ ହେଉଛି ସୌମ୍ୟ ରଞ୍ଜନ ଜେନା ଓରଫ ରିଙ୍କୁ।

୮-ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହେଲେ ବିକ୍ରମ ପଣ୍ଡା : ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚାଲିଛି ଚିକିତ୍ସା

୯-ନୂଆ ଦିଲ୍ଲୀ ଏଆଇ ସମ୍ମିଟ୍ ରେ ବିଲ୍‍ ଗେଟସଙ୍କୁ ସାକ୍ଷାତ କଲେ ଅଚ୍ୟୁତ ସାମନ୍ତ।କିସ୍‍ ଓ ଗେଟସ ଫାଉଣ୍ଡେସନ୍‍ କିଭଳି ଜେଣ୍ଡର ଇକ୍ୱାଲିଟି ଉପରେ ମିଳିତ ଭାବେ କାମ କରିବେ ସେ ନେଇ ଆଲୋଚନା ହୋଇଥିଲା।

୧୦-ରାଉରକେଲା:ବିଶ୍ୱ କପ୍ ପାଇଁ ଅନଲାଇନ୍ ବେଟିଂ, ନଗଦ ୨୦ ଲକ୍ଷ ଟଙ୍କା ଜବତ।

୧୧-ଚଣ୍ଡିଗଡ଼ ଷ୍ଟାଇଲ ଆପଣାଇବ ଓଡ଼ିଶା, ଏପ୍ରିଲରୁ କାମ ଆରମ୍ଭ ହେବ ଜୟଦେବ ବିହାର- ନନ୍ଦନକାନନ ରାସ୍ତା।

୧୨-ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳ ପଞ୍ଚାୟତ ବନ୍ଧଗୁଡା ଗାଁର ନାରାୟଣ ଖେମୁଡଙ୍କ ଝିଅ ଲକ୍ଷ୍ମୀ ଖେମୁଡୁ।ହାର୍ ମାନି ନାହାନ୍ତି , ଆଜି ମାଟ୍ରିକ ପରୀକ୍ଷା ଦେବେ, ଉତ୍ତର ଗୋଡ଼ରେ ଲେଖିବେ।

୧୩-ରାଜଧାନୀରେ ଖଣ୍ଡା ବୁଲିବା ଘଟଣାରେ ୪ ଗିରଫ, ବଣ୍ଟି ଓ ବରୁନକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି।

୧୪-ସମ୍ବଲପୁର ବୁର୍ଲାରେ ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା; ଲୋକେ ଅଟକାଇବାକୁ ଉଦ୍ୟମ କରି ବିଫଳ

୧୫-ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନ ବାନ୍ଧୁଛି ଲଘୁଚାପ; ପ୍ରଭାବରେ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା।

୧୬-ଟି-୨୦ ବିଶ୍ବକପ୍: ନାମିବ୍ୟାକୁ ୧୦୨ ରନରେ ହରାଇ ସୁପର-୮ରେ ପାକିସ୍ତାନ।

୧୭-ଗବେଷଣା ପାଇଁ ଚୀନରେ ସୁନାଠାରୁ ଅଧିକ ବେଗରେ ବଢୁଛି ମାଙ୍କଡ଼ଙ୍କ ମୂଲ୍ୟ, ଦାମ୍ ରହିଛି ୧୮.୩୭ ଲକ୍ଷ।

୧୮-ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ, ପ୍ରେସ୍ ନୋଟ୍ ଜାରି କଲେ ECI।୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।

୧୯-T20 World Cupରେ ବିଜୟର ଚୌକା ମାରିଲା ଭାରତ, ୧୭ ରନରେ ହାରିଲା ନେଦରଲାଣ୍ଡ।

୨୦-ସାରା ବିଶ୍ବରେ YouTube ସର୍ଭର ଡାଉନ୍ : ଭାରତ ସମେତ ଅନେକ ଦେଶରେ ପ୍ରଭାବ।

୨୧-'ଏହା ଠିକ୍ କଥା ନୁହେଁ...’, ଟ୍ରମ୍ପଙ୍କୁ ନେଇ ଜେଲେନସ୍କି ଅସନ୍ତୁଷ୍ଟ, ହଠାତ୍ ଶେଷ ହେଲା ରୁଷ-ୟୁକ୍ରେନ ଶାନ୍ତି ଆଲୋଚନା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024