ଖବର ଆଜିର ତାରିଖ:୧୮/୦୨/୨୬, ବୁଧବାର

 

୧-ଆଜିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ; ପ୍ରଥମ ଥର ପାଇଁ GPS ବ୍ୟବସ୍ଥାରେ ପଠାଗଲା ପ୍ରଶ୍ନପତ୍ର ଓ ଉତ୍ତରଖାତା।ଚଳିତ ବର୍ଷ ରାଜ୍ୟରେ ମୋଟ ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। 

୨-ମାଟ୍ରିକ ପିଲାଙ୍କ ପାଇଁ ବଢ଼ିଲା ପ୍ରବେଶ ସମୟ,ଏଣିକି ୯ଟା ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ମିଳିବ।

୩-ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ, ଓଡ଼ିଶା ହେବ ଦେଶର ଶ୍ରେଷ୍ଠ ୩ୟ।

୪-ଭୁବନେଶ୍ୱର:ଆସନ୍ତା ମାର୍ଚ୍ଚ ୭ରେ ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ।

୫-ଆହୁରି ୨ ଦିନ ରାଜ୍ୟରେ କୁହୁଡି କରିବ କଲବଲ; ପାଣିପାଗ ବିଭାଗ ପକ୍ଷରୁ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି।

୬-ମାଲକାନଗିରି:୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଛତିଶଗଡ଼ ସୁକମା ଏସପିଙ୍କ ନିକଟରେ କଲେ ଆତ୍ମସମର୍ପଣ।

୭-ବ୍ରହ୍ମପୁର:ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଗିରଫ ଭୟରେ ବିଷ ପିଇଥିଲେ ପିଇଓ, ମେଡିକାଲରେ ଆଖି ବୁଜିଲେ।

୮-ଭୁବନେଶ୍ୱର:ଚର୍ଚ୍ଚାରେ ଓଡ଼ିଆର ଯାଆଁଳା ଭାଇ; ଦେଖିବାକୁ ଯେମିତି ଏକା, ନମ୍ବର ବି ଆସିଲା ଏକା।ଜଣଙ୍କର ନାଁ ମହରୁଫ୍‌ ଓ ଅନ୍ୟ ଜଣକର ନାଁ ମସ୍‌ରୁର ଅହମ୍ମଦ ଖାନ ।

୯-ଚମ୍ପୁଆ,ସିଜୁକଳା:ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ଡ୍ରାଇଭର ସମେତ ୨ ପରୀକ୍ଷାର୍ଥୀ ମିଶି ୪ ଆହତ।

୧୦-ଭୁବନେଶ୍ୱର:ମେଧା ତାଲିକା ପ୍ରକାଶ,LTR ଆଶାୟୀ ଶିକ୍ଷକ ସଂଘ ଧାରଣା ହଟିଲା।

୧୧-ବଢୁଛି ସାର୍ଥକ ମହାପାତ୍ର ନିଖୋଜ ରହସ୍ୟ; ଜାହାଜ କମ୍ପାନୀ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ମା' ଓ ମାମୁ।

୧୨-ପୁରୀ: ମାଷ୍ଟର ସେଫ୍ ଫାଇନାଲରେ ଓଡ଼ିଶାର ଅଞ୍ଜୁ ଓ ମଞ୍ଜୁ।

୧୩-ତମାଣ୍ଡୋ: ଦୁବୃର୍ତ୍ତଙ୍କ ଆତଙ୍କରାଜ,ଦୁଇଜଣକୁ ହାଣିଲେ,୩ କାର ଭାଙ୍ଗିଲେ।

୧୪-ପାକିସ୍ତାନର ବାଜୌରରେ ପୁଣି ଆତଙ୍କବାଦୀଙ୍କ ବିସ୍ଫୋରଣ, ୧୧ ପୋଲିସଙ୍କ ସହ ୧୨ ମୃତ।

୧୫-ଆଇସିୟୁରେ ଭର୍ତ୍ତିହେଲେ ଅଭିନେତା ସଲମାନ ଖାନଙ୍କ ବାପା ସଲିମ ଖାନ; ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ଅଭିନେତା।

୧୬-ତାରିକ ରହମାନ ହେଲେ ବାଂଲାଦେଶର ପ୍ରଧାନମନ୍ତ୍ରୀ; ୨୫ ମନ୍ତ୍ରୀ ଓ ୨୪ରାଜ୍ୟମନ୍ତ୍ରୀ ନେଲେ ଶପଥ।

୧୭-ବର୍ଷା ଯୋଗୁଁ ଆୟର୍ଲାଣ୍ଡ ଏବଂ ଜିମ୍ବାୱେ ମଧ୍ୟରେ ଗ୍ରୁପ୍ ବି ମ୍ୟାଚ୍ ବାତିଲ,ଫଳରେ ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ।

୧୮-ଚେନ୍ନାଇ:ଟି୨୦ ବିଶ୍ବ କପ୍:କାନାଡାକୁ ହରାଇ ସୁପର-୮ରେ ନ୍ୟୁଜିଲାଣ୍ଡ।

୧୯-ଭାରତ ଗସ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ:ଭାରତରେ ତିଆରି ହେବ ହାମର କ୍ଷେପଣାସ୍ତ୍ର ଓ H125 ହେଲିକପ୍ଟର।

୨୦-ହାଭାନା:ଆମେରିକାର କଟକଣା ଅସହ୍ୟ,କ୍ଯୁବାରେ ଖାଦ୍ୟ ଓ ଇନ୍ଧନ ସଙ୍କଟ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024