ଖବର ଆଜିର ତାରିଖ:୧୭/୦୨/୨୬, ମଙ୍ଗଳବାର


୧-ଆଜିଠୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ବାଦଶ ପରୀକ୍ଷା,ସକାଳ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ।

୨-କଡ଼ା ସୁରକ୍ଷା ଭିତରେ ଚାଲିବ ଚଳିତ ବଜେଟ୍ ଅଧିବେଶନ; ୩୪ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଗିବେ ବ୍ଲାକ କମାଣ୍ଡୋ।

୩-ଭୁବନେଶ୍ୱର:ମାର୍ଚ୍ଚ ୮, ଆନ୍ତର୍ଜାତିକ ମହିଳା ଦିବସରେ ମିଳିବ ସୁଭଦ୍ରା କିସ୍ତି।

୪-୧୩ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଜେଇଇ ମେନ୍‌ ସେସନ୍‌-୧ ଦେଇଥିଲେ । ୧୨ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରେ ଭବେଶ ପାତ୍ର ଓଡ଼ିଶା ଟପ୍ପର।

୫-ଭୁବନେଶ୍ୱର:୪୨ଟି ଶିଳ୍ପସଂସ୍ଥା ଉପରେ ୪ ହଜାର କୋଟି ଜଳକର ବାକି।

୬-୧୮ ସୁଦ୍ଧା ବରିଷ୍ଠ ଏସ୍ ଇ ଏସ୍ ପ୍ରଧାନ ଶିକ୍ଷକଙ୍କ ତଥ୍ୟ ପ୍ରଦାନ କରିବାକୁ ସରକାରଙ୍କ ନିର୍ଦ୍ଦେଶ।

୭-ଭୁବନେଶ୍ୱର: ଅଗ୍ନି ଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ, ମୁଖ୍ୟ ଅଗ୍ନି ଯୋଦ୍ଧା ହେଲେ ୧୮୪ ଆଗ୍ନିକ।

୮-କିଟ୍ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସରେ ଅତିଥିଙ୍କ ମତ : “କିଟ କେବଳ ଅନୁଷ୍ଠାନ ନୁହେଁ; ଏହା ଏକ ଦୃଷ୍ଟିକୋଣ”।

୯-ଜାନୁଆରୀ ୨୮ ସୁନ୍ଦରପଦା ଛାତିଥରା ବିସ୍ଫୋରଣ ଘଟଣାରେ ଭାଇରାଲ୍ ହେଉଥିବା CCTV ଫୁଟେଜ୍ କୁ ଧରି ଘାଣ୍ଟୁଛି NIA। ବିସ୍ଫୋରଣ ପଛରେ ବଡ଼ ଚକ୍ରାନ୍ତର ଆଶଙ୍କା କରୁଛି NIA।

୧୦-ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ,ସମ୍ବଲପୁର ଶାନ୍ତିନଗର ସ୍ଥିତ ନିଜ ଘରେ ଚାଲିଥିଲା ଚିକିତ୍ସା।

୧୧-ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଜିଓ ପାଭିଲିଅନ୍ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୧୨-ବକ୍ସ ଅଫିସରେ ଭଲ ଆୟ କରିପାରୁନି ସାହିଦ କପୁରଙ୍କ ସିନେମା ଓ'ରୋମିଓ।

୧୩-କମିଲା ସୁନାଦର, ଗ୍ରାହକଙ୍କୁ ମିଳିଲା ଆଶ୍ବସ୍ତି। ଉଭୟ ୨୨ ଓ ୨୪ କ୍ୟାରେଟ୍ ସୁନାଦର ହ୍ରାସ। ୩ ଲକ୍ଷ ତଳକୁ ଖସିଲା ରୁପା, ସମସ୍ତେ ଖୁସି। ୨୪ କ୍ୟାରେଟ୍ ସୁନା ଦର ୧୩ ଶହ ୧୦ ଟଙ୍କା ହ୍ରାସ।

୧୪-ଯୁବକ ଯୁବତୀଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ: 'ବିବାହ ପ୍ରତିଶ୍ରୁତି ପାଇ ଶାରୀରିକ ସମ୍ପର୍କ ରଖନି'

୧୫-ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ AI ଭିଡିଓ କରିବା କଂଗ୍ରେସକୁ ପଡ଼ିଲା ମହଙ୍ଗା, ୯ ନେତାଙ୍କୁ ନୋଟିସ୍ ଜାରି।

୧୬-ଅହମ୍ମଦାବାଦର ଅନେକ ସ୍କୁଲକୁ ବୋମା ଧମକ। ଇମେଲ୍ ମାଧ୍ୟମରେ ସ୍କୁଲକୁ ଆସିଛି ଏହି ଚେତାବନୀ।

୧୭-ସଂଧ୍ୟା ୭ଟାରେ ହଠାତ୍ ଠପ୍ ହୋଇଗଲା ‘ଏକ୍ସ’, ଲକ୍ଷାଧିକ ୟୁଜର୍ସ ପ୍ରଭାବିତ।

୧୮-କୋଲକାତା:ଇଟାଲୀକୁ ହରାଇ ସୁପର ଏଇଟସ୍ ରେ ପହଞ୍ଚିଲା ଇଂଲଣ୍ଡ।

୧୯-କଲମ୍ବୋ:ନିଶଙ୍କଙ୍କ ଶତକ; ଶ୍ରୀଲଙ୍କା ସୁପର -୮ରେ, ଅଷ୍ଟ୍ରେଲିଆ ସଂକଟରେ।

୨୦-କଲକତା: ତାରିକ୍ ଙ୍କ ନିକଟକୁ ମିଠା ଓ ଫୁଲ ପଠାଇଲେ ମମତା ବାନାର୍ଜୀ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024