ଖବର ଆଜିର ତାରିଖ:୧୦/୦୨/୨୬, ମଙ୍ଗଳବାର



୧-ପ୍ରଶ୍ନପତ୍ର ପ୍ରଘଟ,କପି ରୋକିବାକୁ କଡ଼ା ସୁରକ୍ଷା,ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର।

୨-୧୨ରେ ପାଚିକା ଓ ସହାୟିକାଙ୍କ ଧର୍ମଘଟ, ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ।

୩-ଗତକାଲି ଥିଲା ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି, ୯୪ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି :ମୁଖ୍ୟମନ୍ତ୍ରୀ

୪-ରାଜଧାନୀରେ ଅନଲାଇନ ଅଟୋ ଓ ଟାକ୍ସି ସଂଘର ଆନ୍ଦୋଳନ; ଯାତ୍ରୀ ହନ୍ତସନ୍ତ।

୫-ଶିଶୁଭବନ ଛକ, ଭୁବନେଶ୍ୱର:ରାଜଧାନୀରେ ଦୁର୍ଘଟଣା ସହ ମର୍ଡର ଲିଙ୍କ, ତ୍ରିକୋଣୀୟ ପ୍ରେମରୁ ହତ୍ୟା କରି ପଳାଉଥିବା ବେଳେ ବ୍ରିଜ ତଳକୁ ଖସିଥିଲା କାର।

୬-ପୁରୀ ସ୍ବର୍ଗଦ୍ବାର ସମୁଦ୍ରବେଳାରେ ଅଘଟଣ ରୋକିଲେ ଲାଇଫଗାର୍ଡ। ସମୁଦ୍ରରେ ଭାସି ଯାଉଥିବା ୫ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର।

୭-ବାସୁଦେବପୁର:ଷ୍ଟାର୍ଟ ବେଳେ ହୁତୁ ହୁତୁ ହୋଇ ଜଳିଗଲା ବାଇକ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ।

୮-ବାଙ୍କୀ, କିଆପଲା ପଞ୍ଚାୟତ କୁମୁସର ଗାଁ:ଆଇସକ୍ରିମ ଖାଇବା ପରେ ୧୮ରୁ ଅଧିକ ପିଲା ଅସୁସ୍ଥ।

୯-ଆଠଗଡ଼ ମଣ୍ତିରେ ଅବ୍ୟବସ୍ଥା, ୫ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି।

୧୦-ଧାନ କିଣାରେ ଅବ୍ୟବସ୍ଥା, ବିଜେପି ସରକାରଙ୍କୁ ନବୀନଙ୍କ ତୀବ୍ର ସମାଲୋଚନା।

୧୧-ବ୍ରହ୍ମପୁର:ପୀତବାସ ପଣ୍ଡା ହତ୍ୟା ମାମଲା, କୋର୍ଟରେ ହାଜର ହେଲେ ଅନ୍ୟତମ ଅଭିଯୁକ୍ତ ମଦନ ଦଳେଇ।

୧୨-ରାଜ୍ୟସଭା ନିର୍ବାଚନ, ନବୀନଙ୍କ ପାଇଁ ଅଗ୍ନିପରୀକ୍ଷା; ସମୟ ମାଗି ଭକ୍ତ ନିରାଶ, ନିରବ ବିଜେଡି ସୁପ୍ରିମୋ !

୧୩-ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ମାରିଦେବାକୁ ଧମକ। ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ବିବାଦ। ସୃଷ୍ଟି ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି।

୧୪-ଭୁବନେଶ୍ୱର:ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ,କଟକ-ସମ୍ବଲପୁର NH-୫୫ କୁ ୬ ଲେନ୍‌ କରିବା ନେଇ ହେବ ସର୍ଭେ।

୧୫-କାଲିମେଳା:କୋଟିଏ ଟଙ୍କାର ନୀଳ ଜହର, ଜଙ୍ଗଲ ଭିତରୁ ଜବତ ହେଲା ୫୪ଟି ବ୍ୟାଗ୍।

୧୬-ମାଲକାନଗିରିରେ ଗଞ୍ଜେଇ ତେଲ ପ୍ରସ୍ତୁତ କାରଖାନା ଠାବ, ୪ ଗିରଫ।

୧୭-ସ୍ପଷ୍ଟ କଲେ ସୁପ୍ରିମକୋର୍ଟ: ବନ୍ଦ ହେବ ନାହିଁ ଏସ୍ଆଇଆର୍, ସମସ୍ତ ରାଜ୍ୟ ବୁଝିଯିବା ଦରକାର।

୧୮-ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ , ଗୃହରେ ବିରୋଧୀ ଦଳ ନେତାଙ୍କୁ କହିବାକୁ ଅନୁମତି ଦିଆଯାଉନଥିବାରୁ ହଙ୍ଗାମା, ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ସଂସଦ ମୁଲତବୀ 

୧୯-ୟୁ' ଟର୍ଣ୍ଣ ମାରିଲା ପାକିସ୍ତାନ, ଫେବ୍ରୁଆରି ୧୫ରେ ଭାରତ ସହ କଲମ୍ବୋଠାରେ ଖେଳିବ।ICC ଚାପରେ PCB ଚେପା।

୨୦-ଓ୍ବାଲ୍ଡକପ୍ କ୍ରିକେଟ:ନବାଗତ ଓମାନକୁ ୮ ଓ୍ବିକେଟ୍ ରେ ହରାଇଲା ଜିମ୍ବାୱେ।

୨୧-କଲମ୍ବୋ:ଆଜି ପାକିସ୍ତାନ -ଆମେରିକା ମ୍ୟାଚ୍ ଉପରେ ସଭିଙ୍କ ନଜର।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024