ଖବର ଆଜିର ତାରିଖ:୦୬/୧୨/୨୫, ଶନିବାର



୧-ନୂଆ ଦିଲ୍ଲୀ:ବିଶ୍ବ ସମୁଦାୟକୁ ଭାରତ-ରୁଷର ମିଳିତ ଆହ୍ବାନ: ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢେଇ ଜାରି ରହିବ।

୨-ଭୁବନେଶ୍ୱର:ଫେବୃଆରୀ ୧୯ରେ ହେବ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍।

୩-ଭୁବନେଶ୍ୱର:ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ - ଗଣଶିକ୍ଷା ମନ୍ତ୍ରୀ

୪-'ଓଡ଼ିଆ ଅସ୍ମିତା’ ପାଇଁ ୨୦୦ କୋଟିର ସ୍ବତନ୍ତ୍ର ପାଣ୍ଠି; ଗୃହରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

୫-ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ; ନିରାଶରେ ଫେରିଲେ ପରୀକ୍ଷାର୍ଥୀ।

୬-ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମିଳିବ ୫୧ ହଜାର ଟଙ୍କା।

୭-ଭୁବନେଶ୍ୱର:ଆଜିଠାରୁ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ପୁସ୍ତକ ମହୋତ୍ସବ , ଉଦ୍ଘାଟନ କରିବେ ମୁଖ୍ଯମନ୍ତ୍ରୀ।

୮-ପୁଣି ଜଳଜଳ ବାରବାଟୀ ଟିକେଟ୍ କଳାବଜାରୀ ଚିତ୍ର, ଏଥର ବି କ୍ରିକେଟ୍ ଅଜ୍ଞ ମହିଳାଙ୍କୁ ଧାଡ଼ିରେ ରଖି ମାତିଲେ ଦଲାଲ।

୯- କଟକ:ରାତି ଅନିଦ୍ରା ସତ୍ବେ ମିଳିଲାନି ଟିକେଟ୍, କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ।

୧୦-ନୀଳଗିରି:ଛାତ୍ରଙ୍କୁ ବେଡି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ନୀଳଗିରି ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ।

୧୧-ବୁର୍ଲା ଭିସୁଟ ଛାତ୍ରୀଙ୍କୁ ନିର୍ଯାତନା ଘଟଣା, ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

୧୨-ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ହେବ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’।

୧୩-ମହାତ୍ମାଗାନ୍ଧୀ ମାର୍ଗରେ ଏକାଠି ହୋଇଛନ୍ତି ୨୫ ହଜାରରୁ ଅଧିକ ଶିକ୍ଷକ। ଗ୍ରେଡ୍ ପେ ବୃଦ୍ଧି ଆଉ ଠିକା ବ୍ୟବସ୍ଥା ଉଚ୍ଛେଦ ଭଳି ଦୁଇ ୨ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ପ୍ରାଥମିକ ଶିକ୍ଷକ ସଂଘ।

୧୪-୩ଟି ଗାଡ଼ିକୁ ଧକ୍କା ଦେଇ ଘରେ ପଶିଲା ହାଇୱା, ଡ୍ରାଇଭର ନିଖୋଜ।କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ତେଲିସାହି ନିକଟରେ ଘଟିଛି ସିରିଜ୍ ଦୁର୍ଘଟଣା ।
  
୧୫-ଭୁବନେଶ୍ୱର:ପାରାଦୀପ ଓ ମହାକାଳପଡ଼ାରେ ହେବ ଆର୍ସେଲର ମିତ୍ତଲ - ନିପ୍ପନ କାରଖାନା।

୧୬-ନୂଆ ଦିଲ୍ଲୀ:ରେପୋ ରେଟ୍ ୫.୨୫%କୁ ହ୍ରାସ,କମିବ ଗାଡ଼ି ଓ ଗୃହ ୠଣ କିସ୍ତି।

୧୭-୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ୩୦ ଦିନିଆ ମାଗଣା ପର୍ଯ୍ୟଟକ ଭିଜା।

୧୮-ବିଶାଖାପାଟଣା:ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ୩ୟ ଦିନିକିଆ ଆଜି।

୧୯-ଦିଲ୍ଲୀରୁ ଇଣ୍ଡିଗୋର ୨୩୫ ବିମାନ ବାତିଲ, ସାରା ଦେଶରେ ୪୦୦ରୁ ଅଧିକ ଉଡ଼ାଣ ପ୍ରଭାବିତ - ଯାତ୍ରୀ ହନ୍ତସନ୍ତ।

୨୦-ବିଦେଶ ଗଣମାଧ୍ୟମରେ ପୁଟିନଙ୍କ ଗସ୍ତ ଚର୍ଚ୍ଚା; ୟୁକ୍ରେନ ଯୁଦ୍ଧ ବେଳେ ଭାରତ ସହ ସମ୍ପର୍କ ବଢ଼ାଉଛି ରୁଷିଆ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024