ଖବର ଆଜିର ତାରିଖ:୦୭/୧୨/୨୫, ରବିବାର



୧-ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ଜାଡ ଅନୁଭୂତ। ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ସବୁଠୁ ଥଣ୍ଡା ସ୍ଥାନ। ଟୁଇନ୍ ସିଟିରେ ୧୫ ଡିଗ୍ରୀ ତଳକୁ ଖସିଲା ପାରଦ।

୨-ଭୁବନେଶ୍ୱର:୬ ପ୍ରସ୍ତାବକୁ କ୍ୟାବିନେଟ୍ ର ମୋହର, ସୁଦୃଢ ହେବ ବୟନ ଶିଳ୍ପ ଭିତ୍ତିଭୂମି, ବିଶ୍ବବିଦ୍ୟାଳୟରେ ସୁନିଶ୍ଚିତ ହେବ ସମାନ ସଂରକ୍ଷଣ ବ୍ୟବସ୍ଥା।

୩-୨୦ ଜାନୁଆରୀ ୨୦୨୬ରେ ଅନୁଷ୍ଠିତ ହେବ OSSTET ୨୦୨୫।ବିଜ୍ଞପ୍ତି ଅନୁଯାୟୀ, OSSTET 2025 ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ।

୪-ପୁରୀରେ ଦୁଇଦିନିଆ ଗ୍ଲୋବାଲ ଏନର୍ଜି ସମିଟର ଶୁଭାରମ୍ଭ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶକ୍ତିମନ୍ତ୍ରୀ।

୫-ରାଜଧାନୀରେ ହାଇପ୍ରୋଫାଇଲ ବନ୍ଧୁକ ଚାଲାଣ ରାକେଟ, କାର୍ ଭିତରୁ ଜବତ ହେଲା ୧୧ ମାଉଜର।

୬-'ଓସଲା'ର ଚେତାବନୀ: ଦାବି ପୂରଣ ନ ହେଲେ ଯୁକ୍ତ ଦୁଇ ପରୀକ୍ଷା ବର୍ଜନ।

୭-ମେଧାବୀଙ୍କ ଭବିଷ୍ୟତ ସହ ଖେଳ, ଦେଢ଼ ବର୍ଷରେ ୧୮ ପରୀକ୍ଷା ବାତିଲ,ସୋସିଆଲ ମିଡିଆରେ ପୋଷ୍ଟ କରି ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

୮-ଟାଟା ପାଓ୍ବାରର ଅତିରିକ୍ତ ସୁରକ୍ଷା ଜମା, ସ୍ମାର୍ଟ ମିଟରକୁ ବିରୋଧ, ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଗଣ ଆନ୍ଦୋଳନ।

୯-ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ। ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା IGHରେ ଭର୍ତ୍ତି। ଶରୀର ୯୦% ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି।

୧୦-ଯାଜପୁର:ଆକ୍ସନ ମୋଡରେ ଜିଲ୍ଲାପାଳ; କହିଲେ ଏଣିକି ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

୧୧-ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ମା’ ତାରିଣୀଙ୍କ ପରିକ୍ରମା ପ୍ରକଳ୍ପର କରିବେ ଶିଳାନ୍ୟାସ।

୧୨-ଗଞ୍ଜାମ,ମାଁ କୁରେଇଶୁଣି ମନ୍ଦିର ନିକଟ:ବାଇକ୍‍ ସହ ସ୍କୁଟି ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ଚାଲିଗଲା ଗର୍ଭବତୀ ପତ୍ନୀ ଓ ସ୍ବାମୀଙ୍କ ଜୀବନ; ବଞ୍ଚିଗଲା ୩ ବର୍ଷର ଶିଶୁ।

୧୩-କ୍ରିକେଟ୍ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଆମ ବସ୍ ସେବା ଜାରୀ। ବିଭିନ୍ନ ରୁଟ୍ ରେ କ୍ରୁଟ୍ ପକ୍ଷରୁ ଚଳାଚଳ ହେବ ସ୍ୱତନ୍ତ୍ର ବସ୍।

୧୪-କଳିଙ୍ଗାଘାଟିରେ ଲାଗିଲା ସେନସର। ଦୁଇ ପାର୍ଶ୍ୱରୁ ଗାଡି ଆସିଲେ ସାଇରନ ବାଜିବ। ସାଇରନ୍ ସହ ଲାଇଟ୍ ଡ୍ରାଇଭରଙ୍କୁ ଜାଗ୍ରତ କରିବ।

୧୫-ମୟୁରଭଞ୍ଜ ବଡ଼ସାହି ତଳପଦା ଗ୍ରାମ ପଞ୍ଚାୟତ:ଲାଞ୍ଚ ନେଇ ଗିରଫ ହେଲେ ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର, ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ।

୧୬-ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ତଲାକ୍ ହେଲେ ପତ୍ନୀଙ୍କ ଉପହାର ଫେରାଇବେ ଶ୍ବଶୁର ଘର।

୧୭-ଫୋନ ପେ ରେ ଟଙ୍କା ନେଉଥିଲେ ସାବଧାନ। ସ୍କାନ୍ କଲେ ପେମେଣ୍ଟ ଦେଖାଉଛି, ହେଲେ ଆକାଉଣ୍ଟକୁ ଆସୁନି ଟଙ୍କା। ଦୋକାନୀଙ୍କୁ ଲୁଟିବାର ଏପରି ନୂଆ ଫଣ୍ଡା ଆପଣେଇଛନ୍ତି ଦୁର୍ବୁତ୍ତ।

୧୮-ବିଶାଖାପାଟଣା:ଜୟସୱାଲଙ୍କ ଶତକ, ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ।

୧୯-ଏୟାରଲାଇନ୍ସଙ୍କ ମନମୁଖୀ ଉପରେ ସବୁଦିନ ପାଇଁ ଲାଗିବ ଲଗାମ, ଆକ୍ସନ ମୋଡରେ ପ୍ରଧାନମନ୍ତ୍ରୀ ମୋଦି।

୨୦-ଦକ୍ଷିଣ ଆଫ୍ରିକା, ପ୍ରିଟୋରିଆ ସହର:ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ।

୨୧-ପୁଟିନଙ୍କୁ ମୋଦୀଙ୍କ ଉପହାର:ଭଗବତ୍ ଗୀତା,ଆସାମ ଚା' ଓ କାଶ୍ମୀରୀ କେଶର।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024