ଖବର ଆଜିର ତାରିଖ:୦୫/୧୨/୨୫, ଶୁକ୍ରବାର



୧-ନୂଆଦିଲ୍ଲୀ:ଦୁଇ ଦିନିଆ ଭାରତ ଗସ୍ତରେ ପୁଟିନ, ଆଜି ଭାରତ -ରୁଷ୍ ଶିଖର ସମ୍ମୀଳନୀ।

୨-ଭୁବନେଶ୍ୱର:ଆଜି ମହାନଦୀ ଯୁଗ୍ମ ବୈଷୟିକ କମିଟି ବୈଠକ,୨୦ରେ ହେବ ଟ୍ରାଇବୁନାଲ ଶୁଣାଣୀ।

୩-ଗାନ୍ଧିଜୀଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଧାନସଭାରେ ଝଡ଼, ବିରୋଧୀଙ୍କ ଗାନ୍ଧିଜୀଙ୍କ ପ୍ରତମୂର୍ତ୍ତୀ ତଳେ ଧାରଣା।

୪-ବାରବାଟୀ ମ୍ୟାଚ୍ ପାଇଁ ସଜାଗ ପୋଲିସ, ଷ୍ଟାଡିୟମ ସୁରକ୍ଷାରେ ରହିବେ ୯ ଅତିରିକ୍ତ ଏସପି, ୪୦ ଡିଏସପି।

୫-ବୁର୍ଲା: ସହପାଠିନୀଙ୍କୁ ନିର୍ଯାତନା ଅଭିଯୋଗ, ଜେଲ୍ ଗଲେ ଭିସୁଟ୍ ଛାତ୍ର।

୬-ଭୁବନେଶ୍ୱର: ବୈଷୟିକ ତ୍ରୁଟି ପାଇଁ ୧୫ଟି ବିମାନ ବାତିଲ, ଭୁବନେଶ୍ୱରରେ ଅଟକି ଗଲେ ଅକ୍ଷୟ କୁମାର।

୭-ସହଜ ହେଲା ପୁରୁଣା ଆପାର୍ଟମେଣ୍ଟ କିଣାବିକା, ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟ ପାଇଁ ଏବେ ନୂଆ କାଗଜପତ୍ର ଦରକାର ନାହିଁ।

୮-ପୁରୀ:ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର୍, ପୁରୀକୁ ନିଶାମୁକ୍ତ କରିବାକୁ ପୋଲିସର ଜାରି ରହିଛି ଅପରେସନ ଚକ୍ର।

୯-ଫୁଲବାଣୀ:ବେଆଇନ୍ ବନ୍ଧୁକ ତିଆରି କାରଖାନା ଠାବ କଲା କନ୍ଧମାଳ ପୋଲିସ, ଜଣେ ଗିରଫ, ବିପୁଳ ପରିମାଣର ବନ୍ଧୁକ ଜବତ।

୧୦-ଭୁବନେଶ୍ୱର: ନାଲକୋ ଅଧିକାରୀ ବୋଲି ପରିଚୟ ଦେଇ ୬୪ ଲକ୍ଷ ଠକେଇ, ଗୁଜରାଟରୁ ଓଡ଼ିଆ ଦମ୍ପତି ଗିରଫ।

୧୧-ରାଜ୍ୟରେ ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ, ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର।

୧୨-ଭୁବନେଶ୍ୱରରୁ ରାଉରକେଲାକୁ ଆରମ୍ଭ ହେବ ବିମାନ ସେବା, ସପ୍ତାହକୁ ୬ଦିନ ଚଳାଚଳ କରିବ।

୧୩-ଇଂଲଣ୍ଡ କ୍ୟୁଏସ ରିଇମାଜିନ୍ ଶିକ୍ଷା ସମ୍ମିଳନୀରେ ଡ଼. ଅଚ୍ୟୁତ ସାମନ୍ତଙ୍କ ଉଦବୋଧନ, ବିଭିନ୍ନ ବିଶ୍ବବିଦ୍ୟାଳୟ ସହ KIIT ର ବୁଝାମଣାପତ୍ର ସ୍ୱାକ୍ଷରିତ।

୧୪-ସଙ୍ଗୀତ ମ‌ହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ମାମଲା : ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ ବହିସ୍କୃତ, ବହିଷ୍କାର ପରେ ଗିରଫ।

୧୫-ଗଞ୍ଜାମ: ଆଲପୁର ଗାଁରେ ଥିବା ସରକାରୀ ସ୍କୁଲ, ସକାଳ ୧୦ ଟାରେ ନୁହେଁ ଦିନ ୧୨ ଟାରେ ପଡ଼ୁଛି ଉପସ୍ଥାନ।ପିଲାମାନେ ମନ ଇଚ୍ଛାରେ ଯିଏ ଯେଉଁ ସମୟରେ ପାରିଲା ଆସୁଛନ୍ତି।

୧୬-ଭୁବନେଶ୍ୱର: ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା, ବିଧାନସଭା ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ।

୧୭-ଯାଜପୁର ଟାଉନ: ଅଳକୁଣ୍ଡ ଥାନା IIC ଓ ASI ମଧ୍ୟରେ ଚାପୁଡ଼ା ମରାମରି, ଉଭୟଙ୍କୁ ବଦଳି କଲେ ଏସପି।

୧୮-ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଆଫ୍ରିକୀୟ ଚିତା, ଖୁଆଡ଼ ନିର୍ମାଣ କାର୍ଯ୍ୟ ଆରମ୍ଭ।

୧୯-ଡିସେମ୍ବର ୨୪ ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, କଳାକାରଙ୍କ ଅଭ୍ୟାସରେ କମ୍ପିଲାଣି ଆଖଡ଼ାଶାଳ।

୨୦-ଭାରତରେ ରୁଷ ରାଷ୍ଟ୍ରପତି, ବିମାନବନ୍ଦରରେ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ, ପୁଣି ଗୋଟିଏ କାରରେ ଗଲେ ମୋଦି-ପୁତିନ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024