ଖବର ଆଜିର ତାରିଖ:୨୬/୧୨/୨୫, ଶୁକ୍ରବାର



୧-ଘନ କୁହୁଡି ତଳେ ରାଜ୍ୟ ରାଜଧାନୀ,୧୦ ମିଟର ଆଗକୁ ରାସ୍ତା ଦେଖା ଯାଉ ନାହିଁ।

୨-ଚନ୍ଦ୍ରଶେଖରପୁର:ବଣଭୋଜି ବେଳେ ପଶି ଆସିଲେ ହାତୀ ପଲ, ଶିଖରଚଣ୍ଡୀ ମୁଣ୍ଡିଆରେ ଆତଙ୍କ,ଭୋଜି ଭାତ ଛାଡି ଦୈ।ଡିଲେ ଲୋକ।

୩-ନନ୍ଦନକାନନ ବୁଲିଲେ ୩୩ ହଜାର ପର୍ଯ୍ୟଟକ, ବ୍ୟାଟେରୀ ଗାଡି ପାଇଁ ଲମ୍ବା ଲାଇନ୍।

୪-ଖୋର୍ଦ୍ଧା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ପ୍ରାୟ ୫୧୬ କୋଟି ଟଙ୍କାରେ ୩୯ଟି ପ୍ରକଳ୍ପର ହେଲା ଶୁଭରମ୍ଭ।

୫-ଭୁବନେଶ୍ୱର:ଆମ ସାଥି ୟୁନିଫାଏଡ୍ ହ୍ବାଟସପ୍ ଚାଟ୍ ବଟ୍ ର ହେଲା ଲୋକାର୍ପଣ,ପେପରଲେସ୍ ହେବ ସରକାରୀ କାର୍ଯ୍ୟ- ମୁଖ୍ୟମନ୍ତ୍ରୀ।

୬-ଆଜି ବିଜେଡି ପାଳିବ ୨୯ ତମ ପ୍ରତିଷ୍ଠା ଦିବସ, ନବୀନଙ୍କ ଆଭିମୁଖ୍ୟ ଉପରେ ସଭିଙ୍କ ନଜର।

୭-ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ; ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ଭିତରେ ରହିଛି ଓଡ଼ିଶାର ୩, ଦିଲ୍ଲୀକୁ ଟପିଲା ବାଲେଶ୍ୱର।

୮-ବର୍ଷ ଆରମ୍ଭରୁ ସୃଷ୍ଟି ହୋଇପାରେ ଲଘୁଚାପ : ଧାନ ଅମଳ ବେଳେ ବଢ଼ିଲା ଭୟ।ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା।

୯-କୋଟିପତି ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କୁ ଗିରଫ କଲା ଭିଜିଲାନ୍ସ , ବାବୁଙ୍କର ଅଛି ୧୬ଟି ପ୍ଲଟ୍‌।

୧୦-ସମ୍ବଲପୁର,ମହୁଲପାଲି ଥାନା ବ୍ରାହ୍ମଣଡିହି ଗ୍ରାମରେ ଅଭାବନୀୟ ଘଟଣା,ମହୁମାଛି ଆକ୍ରମଣ ଭୟରେ ପାଣିରେ ବୁଡ଼ି ରହି ଯୁବକଙ୍କ ମୃତ୍ୟୁ।

୧୧-ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି:ଖଣି ମନ୍ତ୍ରୀ

୧୨-ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା; ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ।

୧୩-ଅନୁଗୋଳ,କରମଟା ଗାଁ:ଶୀତ ପାଇଁ ଘର ବାହାରେ ଖରାରେ ବସିଥିଲେ ମା' ପୁଅ; ମାଡ଼ିଗଲା ଟ୍ରାକ୍ଟର, ଚାଲିଗଲା ପୁଅର ଜୀବନ।

୧୪-ରାୟଗଡ଼ା,ରାମନାଗଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର:ଡିସଚାର୍ଜ ପୂର୍ବରୁ ପ୍ରସୂତିଙ୍କୁ ମିଳିଲା ଜନ୍ମ ପ୍ରମାଣପତ୍ର।

୧୫-ଗୁଲୁଆଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ସ୍ତ୍ରୀ ବର୍ଷା।ନ୍ୟାୟ ପାଇଁ ସେ କୋର୍ଟକୁ ଯିବେ ଏବଂ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବେ।

୧୬-ଆଜିଠାରୁ ବର୍ଦ୍ଧିତ ରେଳ ଭଡା ଲାଗୁ,ପ୍ରତି କିଲୋମିଟର ଉପରେ ୧ରୁ ୨ ପ ଇସା ବଢ଼ିବ।

୧୭-ମୁମ୍ବାଇ:୨୦୨୫ରେ ନିଫଟି ୫୦ ସୂଚକାଙ୍କ ୧୦% ବୃଦ୍ଧି ପାଇଛି।

୧୮-ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜଣେ ଶିକ୍ଷକଙ୍କୁ ଗୁଳି ମାରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ।

୧୯-ଚୀନରେ ପୁଣି ଜଣେ ଭାରତୀୟ ଯାତ୍ରୀଙ୍କୁ ଦୁର୍ବ୍ୟବହାର: ୟୁଟ୍ୟୁବରଙ୍କୁ ଅଖିଆ ଅପିଆ ୧୫ ଘଣ୍ଟା ଅଟକ ରଖିଲେ ଚୀନ ଅଧିକାରୀ।

୨୦-ଖ୍ରୀଷ୍ଟମାସ ଉଡ଼ାଣରେ ବ୍ରିଟେନ ନିକଟକୁ ବୋମାବର୍ଷୀ ବିମାନ ପଠାଇଲେ ପୁଟିନ, ଯୁଦ୍ଧ ବିମାନ ସଜାଗ କଲା ନାଟୋ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)