ଖବର ଆଜିର ତାରିଖ:୦୮/୧୨/୨୫, ସୋମବାର


୧-ଥରୁଛି ଓଡିଶା: ରାଉରକେଲା ଏବଂ ଝାରସୁଗୁଡ଼ାରେ ୭ ଡିଗ୍ରୀ ଛୁଇଁଲା ପାରଦ, ଘୁ.ଉଦୟଗିରି ସବୁଠାରୁ ଥଣ୍ଡା, ସେଠାରେ ତାପମାତ୍ରା ଅଛି ୪.୪ ଡିଗ୍ରି ସେଲସିୟସ୍

୨-ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପାଇଁ ୩୧୨କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ, ବର୍ଷେ ଭିତରେ କାର୍ଯ୍ୟ ଶେଷ ହେବ।

୩-ଭୁବନେଶ୍ୱର:ଆଜିର ଅଭ୍ୟାସ ଅଧିବେଶନ ଏବଂ ୯ ରେ ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ୟାଚ୍ ପାଇଁ ଟ୍ରାଫିକ୍ କଟକଣା ଲାଗୁ।

୪-ଦିନ ରାତି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି। ଶୀତ କାକରରେ ପଡ଼ି ସରକାରଙ୍କୁ ମାଗୁଛନ୍ତି ନ୍ୟାୟ। ସ୍କୁଲକୁ ଫେରିଯିବାକୁ ଅପିଲ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

୫-ବିଭିନ୍ନ ଦାବି ନେଇ ଡିସେମ୍ବର ୧୦ରେ ରାଜଧାନୀରରେ ହେବ ବିଶାଳ ଶିକ୍ଷକ ସମାବେଶ : ସମନ୍ୱୟ ସମିତି।

୬-ବାରିପଦା:ଉଦଘାଟିତ ହେଲା ରାଜ୍ୟର ପ୍ରଥମ ଅତ୍ୟାଧୁନିକ କିମ୍ସ-ଶୁଭ୍ରା ରୁରାଲ୍ ହସ୍ପିଟାଲ୍। ଏଥି ସହିତ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ।

୭-ବାଲେଶ୍ଵର:ଜେଇ ସିଭିଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଯୁବକ ଗିରଫ।

୮-ଭୁବନେଶ୍ୱର:ଫସଲ ବୀମାରେ ଓଡ଼ିଶା ପଛୁଆ,୫ ଜିଲ୍ଲାରେ ଚାଷୀ ପଞ୍ଜିକରଣ ଲକ୍ଷେରୁ କମ୍।

୯-ଭୁବନେଶ୍ୱର:ଆଜିଠାରୁ ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ।

୧୦-ବାରବାଟୀ ମ୍ୟାଚ୍ ବେଳେ ଜଗିବେ ୫୦ ପ୍ଲାଟୁନ ଫୋର୍ସ, ଟିକେଟ୍‌ରେ ଉଲ୍ଲେଖ ଥିବା ଜିନିଷ ଆଣିବାକୁ ମନା।ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍‌ର ଖେଳାଳି । 

୧୧-କଣ୍ଟାବାଞ୍ଜି:ମହାଖଣ୍ଡ ପଂଚାୟତରେ ଘରଦ୍ବାର ଭାଙ୍ଗୁଛନ୍ତି ୩୦ ଟିକିଆ ହାତୀପଲ, ହାତୀ ଭୟରେ ରାତିସାରା ଛାତ ଉପରେ ଗ୍ରାମବାସୀ।

୧୨-ଅନୁଗୁଳରେ ଚାଲିଛି ଲେବର କାର୍ଡ ରାକେଟ। ଏମାନଙ୍କ ଟାର୍ଗେଟରେ ଗାଁ ଗହଳିର ନିରୀହ ଶ୍ରମିକ। ଶ୍ରମ କାର୍ଡ କରାଇଦେବା ବାହାନାରେ ଲୁଟୁଛନ୍ତି। ୧୬ଶହରୁ ୧୮ଶହ ଟଙ୍କା ଦାବି କରୁଛନ୍ତି।

୧୩-ଭୁବନେଶ୍ୱର: ଖୋଲୁଛି ବନ୍ଧୁକ ବେପାରୀଙ୍କ ଗୁମର,ବିକିଛନ୍ତି ୬୦ରୁ ଉର୍ଦ୍ଧ୍ବ ବନ୍ଧୁକ।

୧୪-ଭୁବନେଶ୍ୱର:ଦେଶର ୧୨୫ କୋଟି ଲୋକ ପିଉଛନ୍ତି ବିଷାକ୍ତ ପାଣି, ବର୍ଷକୁ ଗଡୁଛି ୧କୋଟି ୫୦ଲକ୍ଷ ମୁଣ୍ଡ।

୧୫-ନନ୍ଦନକାନନ: ରବିବାର ଛୁଟିଦିନରେ ନନ୍ଦନକାନନକୁ ଆସିଲେ ୨୦,୮୪୦ ପର୍ଯ୍ୟଟକ।

୧୬-ନୂଆ ଦିଲ୍ଲୀ:ଇଣ୍ଡିଗୋରେ ଅଚଳାବସ୍ଥା ଜାରି,ପୁଣି ୬୫୦ ବିମାନ ବାତିଲ।

୧୭-ନୂଆ ଦିଲ୍ଲୀ:ଅଫିସ ସମୟ ପରେ କିମ୍ବା ଛୁଟି ଦିନରେ ବସ୍ ଙ୍କ ଫୋନକୁ ନା!: ଆସିଲା ଲୋକସଭାରେ ପ୍ରାଇଭେଟ୍ ବିଲ୍।

୧୮-ଗୋଆ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ: ଶୋକ ପ୍ରକାଶ ସହ କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ।

୧୯-ମୁମ୍ବାଇ:ଭାଙ୍ଗିଲା ପଲାସ-ସ୍ମୃତିଙ୍କ ବାହାଘର , ସୋସିଆଲ ମିଡିଆରେ ସ୍ପଷ୍ଟ ସୂଚନା ଦେଲେ ସ୍ମୃତି।

୨୦-ମୁମ୍ବାଇ:୩୦ କୋଟି ଜାଲିଆତି ମାମଲାରେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024