ଖବର ଆଜିର ତାରିଖ:୨୦/୧୨/୨୫, ଶନିବାର

 

୧-ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।

୨-ଭୁବନେଶ୍ୱର:ବର୍ଷ ଶେଷ ପର୍ଯ୍ୟନ୍ତ ଶୀତ ପ୍ରକୋପ,ଘୁ.ଉଦୟଗିରିରେ ପାରଦ ୪.୩ଡିଗ୍ରୀ।

୩-ଗୁରୁ-ଶିଷ୍ୟ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ! ସ୍କୁଲରେ ପାଳନ ହେବନି ଗୁରୁ ଓ ଶିଶୁ ଦିବସ।ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି ।

୪-ଖୋର୍ଦ୍ଧା:ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ମେଧାବୃତ୍ତି ଲୁଟ୍,୭ ବୈଷୟିକ ଶିକ୍ଷାନୁଷ୍ଠାନ କରିଛନ୍ତି ୧୯ କୋଟି ଆତ୍ମସାତ।

୫-ରାଜ୍ୟରେ ହେବ କି ନୂଆ ଆଞ୍ଚଳିକ ଦଳ ? ମହମ୍ମଦ ମୋକିମ ଓ ବିଜୟ ମହାପାତ୍ରଙ୍କ ଭେଟଘାଟ ପରେ ବଢ଼ିଲା ଚର୍ଚ୍ଚା।

୬-ଭୁବନେଶ୍ୱର:ଜନଜାଗରଣ ଆଣିଲା ଅଭିଯୋଗ,ଟାଟା ପାଓ୍ବାରର ଅତିରିକ୍ତ ସୁରକ୍ଷା ଜମା ଆଦାୟ ବେଆଇନ।

୭-ଭିଜିଲାନ୍ସ ଜାଲରେ ବିଞ୍ଝାରପୁରର ଅତିରିକ୍ତ ତହସିଲଦାର ପ୍ରଦୀପ୍ତ କୁମାର ସେଠୀ,୩୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ।

୮-ଧାନ ପାଇଁ ସୀମାନ୍ତ ରାଜ୍ୟର ସୀମା ସିଲ୍ କଲେ ରାଜ୍ୟ ସରକାର, ବର୍ଡରରେ ଲାଗିବ ସିସିଟିଭି।

୯-ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ହାତୀ ପାଇଁ ସ୍କୁଲ ଛୁଟି । ୧୦ଟି ସ୍କୁଲକୁ ଛୁଟି ଘୋଷଣା କଲେ ବାଲେଶ୍ବର ଡିଇଓ । 

୧୦-ନନ୍ଦନକାନନ: ଶୁକ୍ରବାର ନନ୍ଦନକାନନ ବୁଲିଲେ ୧୮ ହଜାର ପର୍ଯ୍ୟଟକ। ଟିକେଟ ବିକ୍ରିରୁ ଏହି ତଥ୍ୟ ମିଳିଛି।

୧୧-ବହଳଦା- ମୟୁରଭଞ୍ଜ ଜିଲ୍ଲା ତିରିଂଥାନା ଅନ୍ତର୍ଗତ ବଡଭୁଣ୍ଡୁ ଉଚ୍ଚବିଦ୍ୟାଳୟ ପରିସରରେ ଥିବା ସୂଚନା ଫଳକ ପଡି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ।

୧୨-ପୁଲିସ SI କେଳେଙ୍କାରୀ ମାମଲା; ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସିଲିକନ୍ ମୁଖ୍ୟ।

୧୩-ସୁନାବେଡ଼ା:ଛାତିଥରା ସିରିଜ୍ ଦୁର୍ଘଟଣା; ଦୁଇ ଚାରି ଚକିଆ ଓ ୮ ବାଇକକୁ ଧକ୍କା ଦେଇ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ବ୍ରେକ୍ ଫେଲ୍ ଆଇଚର୍।

୧୪-ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ; ଦ୍ୱିତୀୟ ପତ୍ନୀ ଥିଲେ ପ୍ରଥମ ପତ୍ନୀଙ୍କ ଭରଣପୋଷଣକୁ ଅଣଦେଖା କରିପାରିବନି ସ୍ଵାମୀ।

୧୫-ଅହମଦାବାଦ:ଟି୨୦ ଶୃଙ୍ଖଳା ଜିତିଲା ଭାରତ।ଗତକାଲି ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକା ୩୦ରନ୍ ରେ ପରାସ୍ତ।

୧୬-ଯୁବରାଜ ସିଂହ, ରବିନ୍ ଉଥପ୍ପା, ଉର୍ବଶୀ ଓ ସୋନୁ ସୁଦଙ୍କ ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ।

୧୭-୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍, ରବିବାର ଭାରତ - ପାକିସ୍ତାନ ଫାଇନାଲ।

୧୮-ତାମିଲନାଡୁରେ ଏସଆଇଆରର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ଜାରି, ବାଦ୍ ପଡିଲେ ଏକ କୋଟି ଭୋଟର।

୧୯-ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ସଂସଦ ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ; ଏଥରର ଗମ୍ଭୀର ପ୍ରସଙ୍ଗ ଥିଲା ରାମଜୀ ବିଲ୍।

୨୦-ବାଂଲାଦେଶରେ ହିଂସା; ହିନ୍ଦୁଙ୍କୁ ହତ୍ୟା, ଗଣମାଧ୍ୟମ କାର୍ଯ୍ୟାଳୟ ପୋଡ଼ାଜଳା।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)