ଖବର ଆଜିର ତାରିଖ:୧୫/୧୨/୨୫, ସୋମବାର



୧-ନ୍ୟାୟ କେବଳ ସମ୍ବିଧାନ କିମ୍ବା ବହିରେ ସୀମିତ ନରହି ସାଧାରଣ ଲୋକଙ୍କ ଜୀବନରେ ଅନୁଭବ ହେବା ଦରକାର : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି।

୨-ମାଲକାନଗିରି ହିଂସାକାଣ୍ଡ ମାମଲାରେ ଆଉ ୯ ଜଣ ଗିରଫ, ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି।

୩-ସୋରଡା ଥାନା ସନ୍ଧିକେନ୍ଦୁ ଗ୍ରାମରେ ଏକ ଅଘଟଣ।ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ; ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ।

୪-ବିଧାୟକଙ୍କ ଦରମା ବୃଦ୍ଧି ପରେ ସାଧାରଣରେ ବଢୁଛି ଅସନ୍ତୋଷ, ବରଗଡ଼ରେ ମିଠା ବାଣ୍ଟି ପ୍ରତୀକାତ୍ମକ ବିରୋଧ କଲେ ଚାଷୀ।

୫-କପେ କପେ ଚା’ ଦେଲେ ଯାଏ ଲକ୍ଷେ ଟଙ୍କା । ଏମିତି କଥା କହି କହି ସାଢ଼େ ୩ ଲକ୍ଷ ଟଙ୍କା ଦରମାର ହିସାବ ଦେଇଦେଲେ ଜୟନାରାୟଣ।

୬-ପୁରୀ:ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି, ନିମ୍ନମାନର କାମ ଯୋଗୁ ପାଣି ଗଳୁଥିବା ଅଭିଯୋଗ।

୭-ରାଜଧାନୀର ବିଭିନ୍ନ ବାର୍ ରେ ଚଢାଉ : ଅବକାରୀ ଅଫିସରଙ୍କ ଉପରେ ହମଲା , ୨ଅଟକ।

୮-ବାଲେଶ୍ଵର:ସରିଲା ଗୃହରକ୍ଷୀ ପରୀକ୍ଷା, ପଞ୍ଜିକୃତ ପ୍ରାର୍ଥୀ ୯୦୦୦, ପରୀକ୍ଷା ଦେଲେ ୬୦୦୦,ଖାଲି ପଡିଥିବା ପଦବୀ ୧୯୭।

୯-ଯାଜପୁର:ପ୍ରଣବ ବଳବନ୍ତରାୟଙ୍କ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୫ରୁ ଅଧିକ କର୍ମୀ ଗୁରୁତର ଆହତ।

୧୦-ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି।

୧୧-ନନ୍ଦନକାନନ: ରବିବାର ଦିନ ବୁଲିଲେ ୨୯ ହଜାର ପର୍ଯ୍ୟଟକ।

୧୨-ବାଲେଶ୍ଵର,ସାହାଜ:ଧାନ କଟା ମେସିନରେ କଟିଗଲେ ଯୁବଚାଷୀ।ମୃତ ଚାଷୀଙ୍କ ନାମ ରାଜୁ ଦଳେଇ ବୋଲି ସୂଚନା ମିଳିଛି।   

୧୩-ଜଳେଶ୍ବର ବଜାରରେ ବିକ୍ରି ହେଉଛି କେମିକାଲ୍ ବୋଳା ମାଛ, ଚଢ଼ାଉ ବେଳେ ଧରା ପଡ଼ିଲା ସତ

୧୪-ପୁଣି ହାଜତ ମୃତ୍ୟୁ ଅଭିଯୋଗ, ହରଡ଼ଘଣାରେ ବାଣପୁର ଥାନା ପୁଲିସ।ଛବିନ୍ଦ୍ର ନାୟକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଚଞ୍ଚଲ୍ୟ।

୧୫-ଧର୍ମଶାଳା ଟି-୨୦: ଭାରତକୁ ଜିତାଇଲେ ବୋଲର, ସିରିଜ୍ ୨-୧ରେ ଆଗୁଆ।

୧୬-କୋଟିଆରେ ଆନ୍ଧ୍ରର ନୂଆ ଚାଲ୍,ପ୍ରତି ୨୦ ପରିବାର ପାଇଁ ଜଣେ ଏଜେଣ୍ଟ ନିଯୁକ୍ତ।

୧୭-ମୁମ୍ବାଇ: "ଧୁରନ୍ଧର" ଫିଲ୍ମଟି ଭାରତରେ ଏକ ଉତ୍ତେଜନା ସୃଷ୍ଟି କରୁଥିବା ବେଳେ, ଏହା ପାକିସ୍ତାନରେ ହଇଚଇ ସୃଷ୍ଟି କରୁଛି।'ଧୁରନ୍ଧର' ଫିଲ୍ମ ବିରୋଧରେ ପାକିସ୍ତାନ କୋର୍ଟରେ ଆବେଦନ।

୧୮-କ୍ରୀଡ଼ାଜଗତ ପାଇଁ ଐତିହାସିକ ମୁହୂର୍ତ୍ତ, ଓ୍ଵାଙ୍ଖେଡ଼େରେ ସଚିନ-ମେସି ସାକ୍ଷାତ, ପରସ୍ପରକୁ ଦେଲେ ଉପହାର।

୧୯-ଆଜିଠୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ,ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଯାତ୍ରା କରିବେ।

୨୦-ଅଷ୍ଟ୍ରେଲିଆରେ ବଡ଼ ଅଘଟଣ, ଇହୁଦୀ ପର୍ବ ସମୟରେ ଆଖିବୁଜା ଗୁଳିମାଡ଼; ୧୨ମୃତ,୨୯ ଆହତ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024