ଖବର ଆଜିର ତାରିଖ:୧୧/୧୨/୨୫, ଗୁରୁବାର



୧-ଖସୁଛି ପାରଦ, ବଢୁଛି ଶୀତ। କିଛିଦିନ ହେବ ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସଂଧ୍ୟା ହେବା କ୍ଷଣି ଦୋକାନ ବଜାର, ରାସ୍ତାଘାଟ ସବୁ ଶୂନଶାନ।

୨-ଭୁବନେଶ୍ୱର:ଏବେ ଦରମାରେ ଆଗୁଆ ଓଡ଼ିଶା ବିଧାୟକ, କର୍ଣ୍ଣାଟକ ଦିଲ୍ଲୀ, ମହାରାଷ୍ଟ୍ର, ୟୁପି ଓ ତେଲେଙ୍ଗାନାକୁ ବି ଟପିଗଲେ।

୩-ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ।

୪-ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲା କନିଷ୍ଠ ଶିକ୍ଷକ ସଂଘ, ନିୟମିତ ହେବା ନେଇ ଆନ୍ଦୋଳନ।

୫-ବ୍ରହ୍ମପୁର:ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି, ଆମରଣ ଅନଶନ ବେଳେ ଦୁଇ ଛାତ୍ର ଗୁରୁତର।

୬-ପଦାରେ ପଡ଼ିଲା ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା; ସିଏଜି ରିପୋର୍ଟରୁ ଆସିଲା ସାଙ୍ଘାତିକ ସତ୍ୟ, ଅଧାରୁ ପିଲା ଛାଡୁଛନ୍ତି ପାଠପଢ଼ା।

୭-ସ୍ବାଭାବିକ ହେଉଛି ମାଲକାନଗିରି, ମୃତ ମହିଳାଙ୍କର କରାଗଲା ଅନ୍ତିମ ସତ୍କାର।

୮-ଗୋଆରେ ଭୟାବହ ଅଗ୍ନିକାଣ୍ଡ ପରେ ପୁରୀରେ ଆକ୍ସନ ମୋଡ୍‌ରେ ଅଗ୍ନିଶମ ବିଭାଗ; ୩୩ ହୋଟେଲକୁ ନୋଟିସ୍‌ ଜାରି କଲା ବିଭାଗ।

୯-ସାତକୋଶିଆରେ ସମାଗମ ହେଲେଣି ବିଦେଶୀ ପକ୍ଷୀ, ଏଥର ବିଳମ୍ୱିତ ହୋଇଛି ପକ୍ଷୀଙ୍କ ଆଗମନ।

୧୦-ମହାନଦୀ ଜଳ ବିବାଦ ମାମଲା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ।

୧୧-ଢେଙ୍କାନାଳ: ଜମି ଅଧିଗ୍ରହଣ କ୍ଷତିପୂରଣ ଦେବାରେ ଅବହେଳା, ତହସିଲଦାରଙ୍କ ଗାଡ଼ି ସିଲ୍।

୧୨-ଜାନୁଆରୀରୁ ଠପ୍ ହୋଇପାରେ ଡାକ୍ତରଖାନାରେ ଓପିଡି ରୋଗୀ ସେବା, ଡାକ୍ତର ସଂଘ ପକ୍ଷରୁ ସୂଚନା।୧୮ ଦଫା ଦାବିରେ ନେଇ ନଭେମ୍ବର ୨୦ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଛି।

୧୩-କଟକ: ଭକ୍ତଙ୍କ ବିରୋଧରେ ମୋକିମଙ୍କ ବିଦ୍ରୋହ, ତେଜିଲା କଂଗ୍ରେସ କଳି,ଫେରିଲା ପୁରୁଣା ରୋଗ।

୧୪-ରାଜ୍ୟବ୍ୟାପୀ କଫ ସିରପ ଉପରେ ଚଢ଼ାଉ ଅଭିଯାନ ଜାରି, ୭୩,୦୦୦ ରୁ ଅଧିକ ବେଆଇନ କଫ ସିରପ ବୋତଲ ଜବତ କଲା ଓଡ଼ିଶା ପୋଲିସ।

୧୫-ଡିସେମ୍ବର ୧୩ ରୁ ଭୁବନେଶ୍ୱରର ପାର୍କଗୁଡ଼ିକ ସପ୍ତାହାନ୍ତରେ ସାରା ଦିନ ଖୋଲା ରହିବ।

୧୬-ନୀଳଗିରିରେ ପଶିଲେ ଝାଡ଼ଖଣ୍ଡୀ ହାତୀ, ୨୭ ଟିକିଆ ହାତୀପଲଙ୍କ ଉପଦ୍ରଵ ଜାରି।

୧୭-ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ।

୧୮-ନୂଆ ଦିଲ୍ଲୀ:ଭାରତରେ ୩.୧୪ ଲକ୍ଷ କୋଟି ଖଟାଇବ ଆମାଜନ,AI ଉପରେ ଫୋକସ୍।

୧୯-ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୧୯ ଜଣଙ୍କ ମୃତ୍ୟୁ।

୨୦-ଅଷ୍ଟ୍ରେଲିଆ ଲାଗୁ କଲା ଚମକାଇଲା ଭଳି ନିୟମ , ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ୍ ମିଡ଼ିଆକୁ ନା।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024