ଖବର ଆଜିର ତାରିଖ:୧୦/୧୨/୨୫, ବୁଧବାର


୧-ଭୁବନେଶ୍ୱର: ଅଢ଼େଇ ଗୁଣା ବଢ଼ିଲା ବିଧାୟକଙ୍କ ଦରମା,ଭତ୍ତା ୧ଲକ୍ଷ ୬୫ ହଜାରକୁ ବୃଦ୍ଧି। ପୂର୍ବତନ ବିଧାୟକଙ୍କ ପେନସନ ୩୫ ହଜାରରୁ ୮୦ ହଜାରକୁ ବୃଦ୍ଧି। ବର୍ଦ୍ଧିତ ଦରମା ୨୦୨୪ ଜୁନ ୫ରୁ ଲାଗୁ।

୨-୧୧ ଦିନରେ ସରିଲା ବିଧାନସଭା ଅଧିବେଶନ,୧୮ ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ।

୩-ଡ୍ରପ ଆଉଟ୍ ପିଲାମାନଙ୍କ ପାଇଁ ନାମଲେଖା ସୁଯୋଗ,ଆଜିଠୁ ୧୪ ଯାଏଁ ଯୁକ୍ତ ଦୁଇରେ ଆବେଦନ ସୁଯୋଗ।

୪-ସରକାରୀ ବିଦ୍ୟାଳୟରେ କ୍ରମାଗତ କମୁଛି ନାମଲେଖା,ଦୁଇ ବର୍ଷରେ ଘରୋଇ ବିଦ୍ୟାର୍ଥୀଙ୍କ ସଂଖ୍ୟା ୨% ବୃଦ୍ଧି।

୫-ଭୁବନେଶ୍ୱର:ଶିକ୍ଷକ ଆନ୍ଦୋଳନକୁ ନାଲି ଆଖି,ଡିଇଓଙ୍କୁ ରିପୋର୍ଟ ତଲବ କଲେ ସରକାର।

୬-ହୋମ୍ ଗାର୍ଡ ଚାକିରିରେ ଭର୍ତ୍ତି ହେଲେ ଏମ୍ ଟେକ୍ ଆଉ ବି ଟେକ୍ ପିଲା। ରାଉରକେଲା ପୋଲିସ ଜିଲ୍ଲାରେ ୧୧୮ ଜଣ ପ୍ରାର୍ଥୀ ହୋମ୍ ଗାର୍ଡ୍ ଟ୍ରେନିଂ ସାରିବା ପରେ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ।

୭-ଚନ୍ଦକା: ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ୍, ପୁଲିସ୍ କୁ ଆକ୍ରମଣ;୭ ଗିରଫ।

୮-ଓଡ଼ିଶାରେ ବଢୁଛି ସାଇବର ଅପରାଧ, ୧୬ ମାସ ମଧ୍ୟରେ ୨୨୨ କୋଟି ଟଙ୍କା ଲୁଟ

୯-ସୂର୍ଯ୍ୟ ମନ୍ଦିର ଭିତରକୁ ଯାଇପାରିବେ ପର୍ଯ୍ୟଟକ, ଦେଖିପାରିବେ ବ୍ଲାକ୍ ପାଗୋଡ଼ା ଭିତର କାରୁକାର୍ଯ୍ୟ।

୧୦-ଶୀତରେ ଥରହର ସାରା ଓଡ଼ିଶା; ରାଜସ୍ଥାନ ଉପରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଓଡ଼ିଶାରେ ଶୀତର ପ୍ରକୋପ ବୃଦ୍ଧି।

୧୧-ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ, ମାର୍ଚ୍ଚ ୧୧ ରେ ହେବାକୁ ଥିବା ପରୀକ୍ଷା ହେବ ମାର୍ଚ୍ଚ ୨୩ ରେ।

୧୨-ପାଚିକା ମହାସଂଘର ଆନ୍ଦୋଳନ ସ୍ଥଗିତ, ନୂଆବର୍ଷରେ ନୂଆ ସନ୍ଦେଶର ଆଶ୍ଵାସନା।

୧୩-ପ୍ରତିବର୍ଷ ଦାଦନ ଖଟିବାକୁ ଯାଉଛନ୍ତି ୭୦ ହଜାରରୁ ଉର୍ଦ୍ଧ୍ୱ, କେବଳ ବଲାଙ୍ଗୀରରୁ ଯାଉଛନ୍ତି ୫୦ ହଜାର।

୧୪-ମାଲକାନଗିରିରେ ଉତ୍ତେଜନା ଘଟଣା : ଆହୁରି ୧୮ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣାକୁ ବୃଦ୍ଧି କରିଛି ପ୍ରଶାସନ।

୧୫-କଟକ:ହାର୍ଦ୍ଦିକଙ୍କ ବିସ୍ଫାରଣ ପରେ ବୋଲରଙ୍କ କମାଲ୍, ଦ. ଆଫ୍ରିକାକୁ ସହଜରେ ହରାଇଲା ଭାରତ।

୧୬-ଗୋଆ କ୍ଲବ୍ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ଉପରେ ଚାଲିବ ବୁଲଡୋଜର୍, ଥାଇଲାଣ୍ଡରେ ଲୁଚିଛନ୍ତି ଦୁଇ ଭାଇ।

୧୭-ଭାରତରେ ୧.୫ ଲକ୍ଷ କୋଟି ଟଙ୍କା ନିବେଶ, ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ସତ୍ୟ ନାଡେଲାଙ୍କ ଘୋଷଣା।

୧୮-ନୂଆ ଦିଲ୍ଲୀ:ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ।

୧୯-ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର।

୨୦-ଇଣ୍ଡୋନେସିଆର ଜାକାର୍ତ୍ତାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ,୨୦ ଜଣଙ୍କ ମୃତ୍ୟୁ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024