ଖବର ଆଜିର ତାରିଖ:୦୯/୧୨/୨୫, ମଙ୍ଗଳବାର



୧-ଆଜି ବାରବାଟୀ ଲଢେଇ,ପ୍ରଥମ ଥର ନାଲି ମାଟି ପିଚ୍ ରେ ହେବ ମୁକାବିଲା, ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ୍ ଆରମ୍ଭ କରିବେ।

୨-ଆସନ୍ତା ୧୨ ତାରିଖ ଯାଏଁ ଶୀତ ଲହରି ବହିପାରେ, ଅସମ୍ଭାଳ ଜାଡ ସହିତ କାଲୁଆ ପବନ ମାଡ଼ ଛଟପଟ କରିବ।

୩-ଭୁବନେଶ୍ୱର:ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ବିଧାନସଭାରେ ପାରିତ।ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଅନୁମୋଦିତ।

୪-ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସରକାରଙ୍କ ସହ ଆଲୋଚନା ବିଫଳ ପରେ...ମାସ୍ ଲିଭରେ ଯିବାକୁ ଦେଲେ ଧମକ । 

୫-କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି, ୧୬ ସେଣ୍ଟିମିଟରର ଗର୍ତ୍ତ ଖୋଳିବା ପ୍ରକ୍ରିୟା ଆରମ୍ଭ।

୬-ଲୋୟର ପିଏମଜି ଛକରେ ବିକ୍ଷୋଭକାରୀଙ୍କ ଭିଡ଼, ପ୍ରତିଦିନ ଯୋଡି ହେଉଛନ୍ତି ନୂଆ ନୂଆ ସଂଘ ଓ ସଂଗଠନ।

୭-କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଚାଲାଣ, ବ୍ରହ୍ମପୁର ରେଳ ଷ୍ଟେସନରୁ ଧରିଲା GR ପୋଲିସ।

୮-ଗଜପତି:ବାଇକକୁ କଚାଡି ଭାଙ୍ଗିଲା ହାତୀ; ଅଳ୍ପକେ ଜୀବନ ବଞ୍ଚାଇ ଦୌଡି ପଳାଇଆସିଲେ ବାଇକ ଚାଳକ।

୯-ମାଲକାନଗିରି,ଏମଭି-୨୬ ଓ ରାଖେଲଗୁଡା ଗାଁରେ ଗଣ୍ଡଗୋଳ:୨୪ ଘଣ୍ଟା ପାଇଁ ମାଲକାନଗିରିରେ ବନ୍ଦ କରାଗଲା ଇଣ୍ଟରନେଟ୍ ସେବା।

୧୦-ବଲାଙ୍ଗିର ସହରରେ ଫଳ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ।

୧୧-ଗୋଆ ନାଇଟ୍ କ୍ଲବ ନିଆଁ ପରେ ଭୁବନେଶ୍ବରରେ ଥରହର , ଫାୟାର ସେଫଟି କ୍ଲିୟରାନ୍ସ ନଥିଲେ କ୍ଲବ୍ ଓ ପବରେ ଝୁଲିବ ତାଲା।

୧୨-ସୁନ୍ଦରଗଡ଼:ଜୀବନ ହାରିଲେ ଆତ୍ମାହୁତି ଉଦ୍ୟମ ପୀଡ଼ିତା, ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିଲା।

୧୩-ମୟୁରଭଞ୍ଜ,ବାଇଗଣବାଡ଼ିଆ ବି.ବି ମହାବିଦ୍ୟାଳୟ:କଲେଜରେ ଛୁରା ମାଡ଼, ଜଣେ ଛାତ୍ର ଗୁରୁତର, ଅଭିଯୁକ୍ତ ଛାତ୍ର ଅଟକ।

୧୪-ନିଳଗିରି:ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ।

୧୫-ଯାଜପୁର ଟାଉନ୍ : ଲାଞ୍ଚ ନେଉଥିବା ବେଳେ ଥାନା ଭିତରେ ଏଏସ୍ଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ।

୧୬-୬ ଦିନରେ ରଦ୍ଦ ହୋଇଥିବା ୩୯୦୦ ଉଡାଣର ହିସାବ ମାଗିବ DGCA, ଇଣ୍ଡିଗୋ ସିଇଓ-ସିଓଓକୁ ହେବ ଜେରା।

୧୭-ଗୋଆ ଅଗ୍ନିକାଣ୍ଡ ଘଟଣାର ଅଭିଯୁକ୍ତ ଥାଇଲ୍ୟାଣ୍ଡ ଫେରାର, ସିବିଆଇ ମାଧ୍ୟମରେ ଇଣ୍ଟରପୋଲର ସାହାଯ୍ୟ ଲୋଡିଲା ପୋଲିସ।

୧୮-ଆସନ୍ତାବର୍ଷରୁ ଭାରତରେ ଦେଖିବାକୁ ମିଳିବନି ଟି-୨୦ ବିଶ୍ୱକପ୍ ! ବ୍ରଡକାଷ୍ଟ ରାଇଟ୍ସରୁ ପଛକୁ ହଟିଲା ଜିଓଷ୍ଟାର।

୧୯-ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ,ଉଠିବ ୩୦ ଫୁଟର ଜୁଆର, ସୁନାମୀ ୱାର୍ଣ୍ଣିଂ ଜାରି।

୨୦-ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା,ଶୋରେ ଫରହାନା ଭଟ୍ଟ ହେଲେ ରନର୍ସଅପ୍।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)