ଖବର ଆଜିର ତାରିଖ:୦୪/୧୨/୨୫, ଗୁରୁବାର



୧-ଭୁବନେଶ୍ଵର: ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।

୨-କଟକ:ଆସନ୍ତା ୫ରେ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି, ପ୍ରବଳ ଭିଡ଼କୁ ଲକ୍ଷ୍ୟ କରି ୪ ତାରିଖରୁ ହେବ ପୋଲିସ ଫୋର୍ସ ମୁତୟନ।

୩-ଶିକ୍ଷକଙ୍କର ବିଭିନ୍ନ ଦାବି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ।ଉକ୍ତ କମିଟି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

୪-ଏଣିକି ଧାନମଣ୍ଡି ଉପରେ କଡ଼ା ନଜର ରଖିବେ ମନ୍ତ୍ରୀ; ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟନୁଷ୍ଠାନ।

୫-ଭୁବନେଶ୍ୱର:ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ,ଗଠନ ହେବ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି।

୬-ରାଜସ୍ଥାନରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ,ଗୌରବ ଆଣିଛନ୍ତି କିଟ୍ ଛାତ୍ରୀ, ମହିଳା ହକି ଟିମକୁ ମିଳିଲା ସ୍ବର୍ଣ୍ଣ ପଦକ।

୭-ଭୁବନେଶ୍ୱର:ଆସନ୍ତା ୩୧ ତାରିଖ ଯାଏ ଜାରିରହିବ e-KYC ପ୍ରକ୍ରିୟା, ୩୩ ହଜାର ୧୨୮ ଅଯୋଗ୍ୟ ରାସନକାର୍ଡ ବାତିଲ।

୮-ଖଣ୍ଡଗିରି:ବାଲ୍ଯ ବିବାହ ପୂର୍ବରୁ ଚଢ଼ାଉ,ବର, କନ୍ୟା ଫେରାର,ଫେରିଲେ ବରଯାତ୍ରୀ।

୯-ପୁଲିସ୍ SI ନିଯୁକ୍ତିରେ ଜାଲିଆତି ଘଟଣା, ଅରବିନ୍ଦ ରଖୁଥିଲା ସାର୍ଟିଫିକେଟ ଓ ବ୍ଲାଙ୍କ ଚେକ୍।

୧୦-ମାଲକାନଗିରି- ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ,ଟଳିଲେ ୧୨ ମାଓବାଦୀ- ୩ ଡିଆରଜି ଜବାନ ସହିଦ।

୧୧-ଜଗତସିଂହପୁର: ପୁଣି ବାଂଲାଦେଶୀ ତନାଘନା ହୋଇଥିବା ବେଳେ ବାଂଲାଦେଶୀଙ୍କୁ ଧରିବାକୁ ଭଦ୍ରକରେ ମଧ୍ୟ ଜୋରଦାର ଚଢାଉ ଜାରି, ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଯାଞ୍ଚ କରୁଛି ପୋଲିସ।

୧୨-ମହାକାଳପଡ଼ା: ଶାଶୁ ମାଡ଼ରେ ଗର୍ଭସ୍ଥ ସନ୍ତାନ ମୃତ୍ୟୁ, ହସ୍ପିଟାଲରେ ଚାଲିଗଲା ମା'ର ଜୀବନ।

୧୩-ପିପିଲି:ସଡକ ଦୁର୍ଘଟଣାରେ ଯୁବକ ମୃତ – ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତଲୋକେ।

୧୪-ଜଗତପୁର:୫ଘଣ୍ଟା ପରେ ବିରୂପାରୁ କାର ଉଦ୍ଧାର,ଜଣେ ନିଖୋଜ ଥିବା ସୂଚନା।

୧୫-ଶିକ୍ଷକ ସ୍କୁଲକୁ ମଦ ପିଇ ଆସିବାରୁ ହେଲା କଡ଼ା ଆକ୍ସନ। ଦିନକର ଦରମା ବନ୍ଦ କରିଦେଲେ ବିଇଓ । ମଦ୍ୟପ ଶିକ୍ଷକ ଜଣକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଝାରଖମଣ ପ୍ରାଥମିକ ବିଦ୍ୟାଳୟର ସୁରମଣି ମଲ୍ଲିକ।

୧୬-ରାଜନଗର:ଭିତରକନିକାରେ ଲାଗିଲାଣି ବିଦେଶାଗତ ପକ୍ଷୀଙ୍କ ଭିଡ଼, ରାବରେ ଫାଟି ପଡୁଛି ପରିବେଶ।

୧୭-ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀ ଦୀକ୍ଷିତ ନେଇଛନ୍ତି ୧ କୋଟି ୬୦ ଲକ୍ଷ ଟଙ୍କା : ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ।

୧୮-ରାୟପୁର:କୋହଲି-ଗାଏକ୍ଵାଡ଼ଙ୍କ ଶତକ ବୃଥା, ବିଶାଳ ସ୍କୋର କରି ହାରିଲା ଭାରତ; ସିରିଜ୍ ୧-୧ରେ ବରାବର କଲା ଦ. ଆଫ୍ରିକା।

୧୯-ଧର୍ମାନ୍ତରିତଙ୍କୁ ମିଳିବନି ସଂରକ୍ଷଣ ସୁବିଧା: ଆହ୍ଲାବାଦ ହାଇକୋର୍ଟ।

୨୦-ନୂଆ ଦିଲ୍ଲୀ:ଆଜି ଆସୁଛନ୍ତି ରୁଷ ରାଷ୍ଟ୍ରପତି, ପୁତିନଙ୍କ ପାଇଁ ରହିଛି ପାଞ୍ଚ ସ୍ତରୀୟ ସୁରକ୍ଷା ବଳୟ।

୨୧-୨୦୨୨ରୁ ଏପର୍ଯ୍ୟନ୍ତ ୨ ଲକ୍ଷ ଲୋକ ତୀବ୍ର ଶ୍ୱାସକ୍ରିୟା ରୋଗରେ ପୀଡ଼ିତ: ଡାକ୍ତର କହିଲେ, ବାୟୁ ପ୍ରଦୂଷଣ ମୁଖ୍ୟ କାରଣ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024