ଖବର ଆଜିର ତାରିଖ:୦୩/୧୨/୨୫, ବୁଧବାର



୧-କଟକ: ଆଜିଠୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନାମ ଅନଲାଇନ୍ ରେ ପଞ୍ଜିକରଣ ଆରମ୍ଭ,୧୭ ତାରିଖ ଯାଏଁ ଚାଲିବ।

୨-ଭୁବନେଶ୍ୱର:୨୨ରୁ +୨ ଇଣ୍ଟରନାଲ, ଜାନୁଆରୀ ୨ରୁ ପ୍ରାକ୍ଟିକାଲ,ଏଥର ପରୀକ୍ଷା ଦେବେ ୪ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ।ଆଜି ପ୍ରକାଶ ପାଇବ ପରୀକ୍ଷା ସୂଚୀ।

୩-ଗାଡିଚାଳକ ସାବଧାନ; ଚାରି ଚକିଆରେ କଳା କାଚ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ; ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ସରକାରଙ୍କ ନିର୍ଦ୍ଦେଶ।

୪-ପୁରୀ : ଶ୍ରୀଜୀଉଙ୍କ ବନକଲାଗି ନୀତି ଆଜି,ପାଞ୍ଚ ଘଣ୍ଟା (ଅପରାହ୍ନ ୫ଟାରୁ ରାତି ୧୦ଟା) ପାଇଁ ବନ୍ଦ ରହିବ ସାର୍ବଜନୀନ ଦର୍ଶନ।

୫-ଶ୍ରୀମନ୍ଦିର ପ୍ରସଙ୍ଗରେ ନିଜର ଭୁଲ୍ ସ୍ଵୀକାର କଲେ ଶୁଭଙ୍କର, ଡିଲିଟ୍ କଲେ ଭିଡିଓ।

୬-ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ, ୪ ବର୍ଷରେ ୧୬୮ ନକଲି ଔଷଧ ଚିହ୍ନଟ।

୭-କଣ୍ଟାବାଞ୍ଜି:ବଙ୍ଗୋମୁଣ୍ଡା ରେଞ୍ଜର ବିଭିନ୍ନ ଗାଁରେ ହାତୀ ଆତଙ୍କ, ବିଲରେ ଦଳି ଚକଟି ଫସଲ ନଷ୍ଟ କରୁଛନ୍ତି ହାତୀପଲ।

୮-ମୌଳିକ ଦାବିକୁ ନେଇ ୧୮ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ।

୯-ଭୁବନେଶ୍ୱର: ବରଗଡ଼ ଧନୁଯାତ୍ରାକୁ ଚଳିତ ବର୍ଷ ରାଜ୍ୟ ସଂସ୍କୃତି ବିଭାଗ କୋଟିଏ ଟଙ୍କା ସହାୟତା ଦେବ।

୧୦-ଝାରସୁଗୁଡାର ବ୍ୟବସାୟୀ ମୁକେଶ କୁମାର ବୁଚୱାନୀଙ୍କ ଘରୁ ଡକାୟତି ଘଟଣାରେ ଟ୍ବିଷ୍ଟ। ଏତଲାରେ ଦର୍ଶାଇଥିଲେ ୧୪ ଲକ୍ଷ କିନ୍ତୁ ଜବତ ହେଲା ୩୮ ଲକ୍ଷ। 

୧୧-କୋରାପୁଟ ବୈପାରୀଗୁଡ଼ା ଶିରିବେଡ଼ା ପିଏମଶ୍ରୀ ବିଦ୍ୟାଳୟ:ଭାତ, ଡାଲମା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ହେଲେ ଭର୍ତ୍ତି।

୧୨-ସାଇବର ଲୁଟେରାଙ୍କ ଟାର୍ଗେଟରେ ଏବେ କଲେଜ୍ ଛାତ୍ରଛାତ୍ରୀ, ଫୋନ୍ ରେ କଲେଜ୍ ଅଧ୍ୟକ୍ଷଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା।

୧୩-ବାରବାଟୀ ଟି-୨୦: ଲାଲ୍ ମାଟିରେ ପ୍ରସ୍ତୁତ ପିଚରେ ଖେଳାଯିବ IND vs SA ମ୍ୟାଚ୍।

୧୪-ରାୟପୁର:୨ୟ ଦିନିକିଆ ଆଜି, ଶୃଙ୍ଖଳା ବିଜୟ ଲକ୍ଷ୍ଯରେ ଭାରତ।

୧୫-ନୂଆଦିଲ୍ଲୀ : ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାମ । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ।

୧୬-ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ, ବଙ୍ଗୋପସାଗର ଉପରେ ସଫଳ ପରୀକ୍ଷଣ କଲା ସେନା। ସଠିକ ଲକ୍ଷ୍ୟ ଓ ବିନାଶକାରୀ ଦକ୍ଷତା ପ୍ରଦର୍ଶିତ।

୧୭-ଚେନ୍ନାଇ:ଡିଟଓ୍ବା ପ୍ରଭାବରେ ତାମିଲନାଡୁ ଉପକୂଳରେ ବର୍ଷା ଜାରି।

୧୮-ନୂଆ ଦିଲ୍ଲୀ:୨୦୨୬ ଏପ୍ରିଲରୁ ୨୦୨୭ ଫେବୃଆରୀ ,ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା।

୧୯-ସବୁ ଫୋନରେ ରହିବ `ସଂଚାର ସାଥୀ'। ଫୋନ୍ ପ୍ରସ୍ତୁତ ହେଉଥିବା ସମୟରେ ଲୋଡ୍ ହେବ। କେହି ଡିଲିଟ୍ କିମ୍ବା ଅନ୍ ଇନଷ୍ଟଲ୍ କରିପାରିବେ ନାହିଁ। ପୁରୁଣା ଫୋନରେ ସଫ୍ଟୱେର୍ ଅପଡେଟ୍ ଜରିଆରେ ଇନଷ୍ଟଲ୍ ହେବ

୨୦-ଦୁର୍ଘଟଣା ରୋକିବାକୁ ବଡ଼ ପ୍ରୟାସ; ଜାତୀୟ ରାଜପଥରେ ଗଲାବେଳେ ମୋବାଇଲକୁ ଆସିଯିବ ଆଗୁଆ ଜରୁରୀ ସୂଚନା।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024