ଖବର ଆଜିର ତାରିଖ:୦୧/୧୨/୨୫, ସୋମବାର
୧-ସମ୍ପତ୍ତି ଘୋଷଣା ବିନା ଓଡ଼ିଶା ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ମିଳିବ ନାହିଁ।ସବୁ ବିଭାଗକୁ ଚିଠି ଲେଖିଲେ ACS ସୁରେନ୍ଦ୍ର କୁମାର।
୨-ଆଜିଠୁ ବାରବାଟୀ ଟିଟ୍ବେଣ୍ଟି ପାଇଁ ଅନଲାଇନ୍ ଟିକେଟ ବିକ୍ରି, ୫ ରୁ ଅଫଲାଇନରେ ଟିକେଟ୍ ବିକ୍ରି ହେବ।ଚଳିତଥର ୪୨ ହଜାର ଦର୍ଶକ ମ୍ୟାଚ ଦେଖିବେ।
୩-ବିପଦ ବଢ଼ାଉଛି ଜଙ୍କ୍ ଫୁଡ୍: ସଚେତନ ପାଇଁ ଅଙ୍ଗନୱାଡି, ଶିଶୁ ଯତ୍ନକେନ୍ଦ୍ର ଓ ଶକ୍ତି ସଦନରେ ଲାଗିବ ତେଲ ବୋର୍ଡ।
୪-ରାୟଗଡ଼ା:କଲ୍ୟାଣସିଂହପୁରରେ ୨୮ ଟିକିଆ ହାତୀପଲ, ଲୋକେ ଭୟଭୀତ।
୫-ଭୁବନେଶ୍ୱର:ମାଗଣା ରୋଗୀ ସେବାରେ ରାଜ୍ଯରେ ଗଡିବ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ।
୬-ଭୁବନେଶ୍ୱର:କିସ୍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଅନୁଷ୍ଠିତ, ଜାଗରଣ, ଆତ୍ମୀୟତା ଓ ପ୍ରତିବଦ୍ଧତା ଜୀବନର ମୂଳମନ୍ତ୍ର ହେଉ: ପ୍ରଫେସର ଗଣେଶୀ ଲାଲ।
୭-ଆଜିଠୁ କୋଣାର୍କ ମହୋତ୍ସବ, ପାରମ୍ପରିକ ନୃତ୍ୟ ସଙ୍ଗୀତରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ।
୮-୧୦ ଜଣ ମହିଳା ଏକାଠି ହେଲେ, ସୁଭଦ୍ରା ଟଙ୍କାରେ ବ୍ୟବସାୟ କଲେ,ବଡ଼ି, ଧୂପକାଠି ଓ ପୋଷାକ ତିଆରି କରି ଆତ୍ମନିର୍ଭରଶୀଳ କେନ୍ଦ୍ରାପଡ଼ା କଳାବୁଦା ଗାଁର ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା।
୯-ପ୍ରାଥମିକ ସ୍କୁଲ ସଫେଇ କାହା ଦାୟିତ୍ୱ ତାକୁ ନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟୀକରଣ ନାହିଁ,ଚକ୍, ଡଷ୍ଟର ବଦଳରେ ହାତରେ ଝାଡୁ; ସ୍କୁଲ ସଫେଇ କରୁଛନ୍ତି ଶିକ୍ଷୟିତ୍ରୀ।
୧୦-ନନ୍ଦନକାନନର ସର୍ଭର ଡାଉନ: ମିଳୁନି ଟିକେଟ୍, ପର୍ଯ୍ୟଟକ ହନ୍ତସନ୍ତ।
୧୧-କଟକ:ପ୍ରତାପ ଜେନା କହିଲେ ୨୦୨୪ ନିର୍ବାଚନ ପରାଜୟର କାରଣ: ‘ବିଶ୍ବାସୀ ମାନେ ବିଶ୍ବାସଘାତ କଲେ’।
୧୨-ସୋର:ବେଆଇନ ବାଲି ବୋଝେଇ ବେଳେ ମାଡ଼ିବସିଲା ପ୍ରଶାସନ, ୧୫ ଟ୍ରକ ପଥର ଓ ବାଲି ଜବତ।
୧୩-ବୌଦ୍ଧ:ଆକ୍ସନ ମୋଡ଼ରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ, ୧୦ ଶିକ୍ଷକଙ୍କ ଦରମା ବନ୍ଦ ସହ ଜାରି କଲେ କାରଣ ଦର୍ଶାଅ ନୋଟିସ।
୧୪-ପାଣିସିଙ୍ଗଡ଼ା ଚାଷ କରି ଆତ୍ମନିର୍ଭର, ଚର୍ଚ୍ଚାରେ ବାଲେଶ୍ବର ବାଲିଆପାଳ ଅଞ୍ଚଳର ଯୁବଚାଷୀ ଗଦାଧର ଓ ମୁରଲୀଧର।
୧୫-ରାଞ୍ଚିରେ ରୋମାଞ୍ଚକର ବିଜୟ: ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ୧୭ ରନ୍ରେ ହରାଇ ମ୍ୟାଚ୍ ଜିତିଲା ଭାରତ,ସିରିଜ୍ରେ ୧-୦ରେ ଆଗୁଆ।
୧୬-ଦୁଇଗୁଣା ପାରିଶ୍ରମିକ ବଢାଇଲେ ନିର୍ବାଚନ କମିଶନ। BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି। ଭୋଟର ତାଲିକା ଅପଡେଟ୍ ପାଇଁ ଅତିରିକ୍ତ ଦୁଇ ହଜାର ଟଙ୍କା।
୧୭-ଭାରତ ମୁହାଁ ଶ୍ରୀଲଙ୍କାରେ ପ୍ରଳୟ ରଚିଥିବା ସାମୁଦ୍ରିକ ଝଡ଼ ଡିଟୱା। ଡିଟୱାର ଗତିପଥ ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନିକଟତର ହେବା ନେଇ ଅନୁମାନ କରୁଛି ଭାରତୀୟ ପାଣିପାଗ ବିଭାଗ।
୧୮-ବେପରୁଆ ଭାବରେ ଚାଲୁଛି ସ୍ଲିପର ବସ। ନିରାପତ୍ତାକୁ ଧ୍ୟାନ ନଦେଇ ଗଡୁଛି ବସ। ବେପରୁଆ ସ୍ଲିପର ବସ ହଟାଇବାକୁ କଡା ନିର୍ଦ୍ଦେଶ। ସବୁ ରାଜ୍ୟକୁ ଜାତୀୟ ମାନବାଧିକାର କମିଶନଙ୍କ ଚିଠି।
୧୯-ତାମିଲନାଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି,ଦୁଇ ବସ ମୁହାଁମୁହିଁ ଧକ୍କା: ୭ ମୃତ, ୪୦ ଆହତ।
୨୦-H-1Bଭିସା ବନ୍ଦ କରିବା ଉଚିତ ନୁହେଁ, ଆମେରିକା ଭାରତୀୟ ପ୍ରତିଭାଙ୍କ ଠାରୁ ବହୁତ ଲାଭବାନ ହୋଇଛି: ଏଲନ ମସ୍କ।
୨୧-ଆମେରିକାର କାଲିଫର୍ନିଆରେ ଆଖିବୁଜା ଗୁଳିକାଣ୍ଡ : ୪ମୃତ , ୧୦ ଗୁରୁତର।
Comments
Post a Comment