ଖବର ଆଜିର ତାରିଖ:୧୮/୧୧/୨୫, ମଙ୍ଗଳବାର



୧-ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୧ରୁ ଅନଲାଇନ୍ ରେ ଟିକେଟ୍ ବିକ୍ରି।ପରେ ୫ ତାରିଖରୁ ଅଫଲାଇନରେ ଟିକେଟ ବିକ୍ରି ହେବ।

୨-ଶୀତରେ ଆସିବ ବର୍ଷା ! ୨୨ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା।

୩-KIIT କ୍ରିକେଟ ଷ୍ଟାଡିୟମରେ ହେବ ରଣଜୀ ଟ୍ରଫି, ମ୍ୟାଚ ଆୟୋଜନ ପାଇଁ OCA କର୍ତ୍ତୃପକ୍ଷଙ୍କୁ ଡ. ସାମନ୍ତଙ୍କ ଧନ୍ୟବାଦ।

୪-ଧାମରା:ପ୍ରେମ ପାଇଁ ସାଙ୍ଗକୁ ମାରି ରେଳ ଧାରଣାରେ ଶୁଆଇ ଆତ୍ମହତ୍ୟାର ରୂପ ଦେଲା ସାଙ୍ଗ।

୫-ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର; ସିଣ୍ଡିକେଟର ମାଷ୍ଟର ମାଇଣ୍ଡକୁ ଖୋଜୁଛି କମିଶନରେଟ ପୋଲିସ।

୬-ଆରମ୍ଭ ହେଲା ହୀରାକୁଦ ଇକୋ ରିଟ୍ରିଟ, ଭର୍ଚୁଆଲ ମୋଡରେ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।

୭-ଢେଙ୍କାନାଳରେ ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ; ରେଳ ଅବରୋଧ ସହ ଗାଡ଼ି ଚଳାଚଳ ଠପ୍।

୮-ଭୁବନେଶ୍ୱର:ନିରବିଗଲା ହ୍ୟୁମାନ ସାଗରଙ୍କର ସ୍ବର, ସୁମଧୁର ସ୍ବର ବାନ୍ଧି ଥିଲା ସବୁରି ହୃଦୟ।

୯-ଜଗତସିଂହପୁର:ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର; ଦିଲ୍ଲୀ ବିସ୍ଫୋରଣ ପରେ ଓଡ଼ିଶାରେ ତନାଘନା ଆରମ୍ଭ।

୧୦-ଏଣିକି ଅନଲାଇନରେ ସୀମା ନିର୍ଦ୍ଧାରଣ ଆବେଦନ ପ୍ରକ୍ରିୟା,ରାଜସ୍ସ ବିଭାଗ ପକ୍ଷରୁ SOP ଜାରି।

୧୧-ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଡାକରା।

୧୨-OTET ଦେବାରେ ଆଶାୟୀ ବଞ୍ଚିତ ହେବା ଆଶଙ୍କା,ଖୋଲୁନି ଓ୍ବେବସାଇଟ୍,ହେଉନି ଆବେଦନ।

୧୩-ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ସରିଲା ଅଡିସନ, ଆଜି କଂସ ନାଁ ହେବ ଘୋଷଣା।

୧୪-ତିହିଡ଼ି: ଭଦ୍ରକ ଜିଲା ତିହିଡ଼ି ବ୍ଲକ ଜାଫରାବାଦ ଗାଁରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ।

୧୫-ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ।ସେ ହେଉଛି ଜସିର ବିଲାଲ ଓ୍ବାନି ଓରଫ ଦାନିଶ।

୧୬-କେନ୍ଦ୍ରର ବଡ଼ ନିଷ୍ପତ୍ତି:ଛାପା ଗଣମାଧ୍ୟମ ବିଜ୍ଞାପନ ଦର ୨୬% ବୃଦ୍ଧି।

୧୭-ଦିଲ୍ଲୀରେ ୫ ଟଙ୍କାରେ ମିଳିବ ପେଟପୁରା ଖାଦ୍ୟ, ଆରମ୍ଭ ହେବ ‘ଅଟଳ କ୍ୟାଣ୍ଟିନ’।ସ୍ୱଳ୍ପ ଆୟକାରୀ ଶ୍ରମିକ, ରିକ୍ସା ଚାଳକ ହେବେ ଉପକୃତ।

୧୮-ରାଜ୍ୟପାଳଙ୍କୁ ଇସ୍ତଫା ଦେଲେ ନୀତିଶ କୁମାର, ବିହାରରେ ନୂଆ ସରକାର ଗଠନ ନେଇ ପ୍ରସ୍ତୁତି ଆରମ୍ଭ।

୧୯-ଭାରତୀୟଙ୍କ ପାଇଁ ଭିସା ଫ୍ରି ସେବା ବନ୍ଦ କଲା ଇରାନ।ନଭେମ୍ବର ୨୨ରୁ ଭାରତୀୟ ଯାତ୍ରୀମାନଙ୍କୁ ଆଉ ବିନା ଭିସାରେ ଇରାନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

୨୦-ବାଂଲା ଅନ୍ତର୍ଜାତୀୟ କ୍ରାଇମ୍‌ ଟ୍ରିବ୍ୟୁନାଲ୍‌ ଙ୍କ ବଡ଼ ରାୟ ଶେଖ୍‌ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ; ବାଂଲାଦେଶ ହିଂସା ମାମଲାରେ ମିଳିବ ଫାଶୀଦଣ୍ଡ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)