ଖବର ଆଜିର ତାରିଖ:୨୦/୧୧/୨୫, ଗୁରୁବାର


୧-ଭୁବନେଶ୍ୱର:ଓଡିଶାର ୩୪.୧୨ ଲକ୍ଷ ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ୍ ଟଙ୍କା।ଜଣେ ବି ଯୋଗ୍ୟ ଚାଷୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

୨-ରାଜଧାନୀରେ ନକଲି ନିଯୁକ୍ତି ରାକେଟ୍ ଜାଲ, କାର୍ଯ୍ୟାଳୟ ଖୋଲି ଲଗାଉଛନ୍ତି ଚୂନ,ମିଛ ନିଯୁକ୍ତି-ସତ ଠକେଇ।

୩-ଆସୁଛି ଲଘୁଚାପ, ବାତ୍ୟା ଆଶଙ୍କା, ଓଡ଼ିଶାରେ ୨୬ରୁ ଚାରି ଦିନ ବର୍ଷା ସମ୍ଭାବନା।

୪-ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ, ୫୦ ମାଓବାଦୀ ଗିରଫ।

୫-ଦାରିଙ୍ଗବାଡ଼ି:ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳିଦେଲା ପିଲା, ଶିଶୁପୁତ୍ରକୁ ମୃତ ଘୋଷଣା କଲେ ଡାକ୍ତର।

୬-କଟକ, ବାଲିକୁଦା:ନକଲି ଘିଅ କାରଖାନାରେ CMC ପକ୍ଷରୁ ଚଢଉ, ନକଲି ଘିଅ ଓ ସାମଗ୍ରୀ ଜବତ।

୭-ଖୁବ ଶୀଘ୍ର ଆରମ୍ଭ ହେବ କୋଷ୍ଟାଲ ହାଇୱେ ପ୍ରକଳ୍ପ କାର୍ଯ୍ୟ, ୮ ହଜାର ୩୦୦ କୋଟିର ବ୍ୟୟବରାଦକୁ କେନ୍ଦ୍ରର ଅନୁମୋଦନ।

୮-ଭୁବନେଶ୍ୱର:ମହଙ୍ଗା ପଡିଲା RTO ଅଫିସ ସାମ୍ନାରେ ଦଲାଲ ଗିରି, ୯ଜଣଙ୍କୁ ବାନ୍ଧିଲା କମିସନରେଟ ପୋଲିସ।

୯-ଭୁବନେଶ୍ୱର:ମହଙ୍ଗା ପଡିଲା ଯୁବତୀଙ୍କୁ ପ୍ରେମ ପ୍ରତାରଣା, ବନ୍ଧା ହେଲେ ଏୟାର ଫୋର୍ସର ଯବାନ

୧୦-ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଚ୍‌ଡି କୁମାରସ୍ବାମୀ; ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ସଂପ୍ରସାରଣ ନେଇ ହେଲା ଆଲୋଚନା।

୧୧-ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ବୃଦ୍ଧି ସମ୍ଭାବନା ; ମିଳୁଛି ୪ ଲକ୍ଷ, ୧୦ ଲକ୍ଷ ଟଙ୍କା ପାଇଁ ସୁପାରିସ।

୧୨-ଚମ୍ପୁଆ:ଲାଞ୍ଚ ନେଇ ଅବକାରୀ ଅଧୀକ୍ଷକ ଓ ଏଏସ୍ଆଇ ଗିରଫ, ୪୦ ହଜାର ଟଙ୍କା ଜବତ।

୧୩-କଟକ, ଗୋପାଳପୁର:ଭୟଙ୍କର ଦୁର୍ଘଟଣା, କାର୍ କୁ ୧୦୦ ମିଟର ଘୋଷାଡ଼ି ନେଲା ହାଇୱା।

୧୪-ସାବଧାନ ! ମାତିଛନ୍ତି ମିନି ଜାମତାରା ଗ୍ୟାଙ୍ଗ୍ ; ଗେମିଂ ନାଁରେ ଟଙ୍କା ଲୁଟୁଛନ୍ତି।

୧୫-ନୂଆଦିଲ୍ଲୀ:ଦିନକରେ ନିବେଶକଙ୍କ ଲାଭ ୧ ଲକ୍ଷ କୋଟି ଟଙ୍କା, ସେନ୍‌ସେକ୍ସରେ ୫୦୦ ପଏଣ୍ଟ ବୃଦ୍ଧି।

୧୬-ଭୁବନେଶ୍ୱର:୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି।

୧୭-ନୀତୀଶ ଏନଡିଏ ବିଧାୟକ ଦଳ ନେତା ମନୋନୀତ,ଆଜି ନେବେ ଶପଥ।

୧୮-ଭାରତକୁ Su-57 ଯୁଦ୍ଧ ବିମାନ ଦେବ ରୁଷ, ବିନା ସର୍ତ୍ତରେ ଟେକ୍ନୋଲୋଜି କରିବ ଟ୍ରାନ୍ସଫର୍।

୧୯-୧୦/୧୧ ଲାଲକିଲା ଆକ୍ରମଣ:୩ ଘଣ୍ଟାରେ ବୋମା ଖଞ୍ଜି ଥିଲା ଉମର ଉଲ୍ ନବି।

୨୦-କିଭ୍: ୟୁକ୍ରେନ ଉପରେ ୪୭୦ ଡ୍ରୋନ୍,୪୮ କ୍ଷେପଣାସ୍ତ୍ର ମାଡ଼:୯ ମୃତ।

Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024