ଖବର ଆଜିର ତାରିଖ:୧୧/୧୧/୨୫,ମଙ୍ଗଳବାର




୧-ଆଜି ନୂଆପଡା ଭୋଟ,୧୪ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ।ବାହାରୁ ଇଭିଏମ୍ ଅଣାଯାଇନି:CEO

୨-ନୁଆପଡାରେ ସମ୍ବେଦନଶୀଳ ବୁଥ୍‌ରେ ସୁରକ୍ଷା କଡ଼ାକଡ଼ି କରିବାକୁ ଦାବୀ କରିବା ସହ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ଇସିଆଇଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ।

୩-ଭୁବନେଶ୍ବର:୨୭ରୁ ବିଧାନସଭା ଶୀତକାଳୀନ ଅଧିବେଶନ; ପ୍ରଥମଥର ପାଇଁ ଗୃହକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୪-କୋରାପୁଟ୍:ଅମିନିଗୁଡା ଛକରେ ଓଲଟିଲା ଟୁରିଷ୍ଟ ବସ୍, ଆହତ ୫ ଜଣ ମେଡିକାଲରେ ଭର୍ତ୍ତି।

୫-୧୪ରୁ ରାଜଧାନୀ ପୁସ୍ତକ ମେଳା,ସହିଦନଗର ଦୁର୍ଗାପୂଜା ପଡିଆରେ ଲାଗିବ ୩୦୦ ଷ୍ଟଲ।

୬-ତମାଣ୍ଡୋ:ଟ୍ରେଡିଂ ନିବେଶ ନାଁରେ ଲକ୍ଷାଧିକ ଟଙ୍କା ଠକେଇ,ଠକ ମହିଳା ସମେତ ଦୁଇ ଗିରଫ।

୭-ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା, ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ହେବ ମିଛଧରା ପରୀକ୍ଷା।

୮-KIMS ପକ୍ଷରୁ ଯାଜପୁର ବିରିପଟାରେ ତୃତୀୟ ମେଗା ସ୍ବାସ୍ଥ୍ୟ ଶିବିର, ଯୋଗ ଦେଲେ ୨୫ରୁ ଊର୍ଦ୍ଧ୍ବ ବିଶେଷଜ୍ଞ ଡାକ୍ତର।

୯-ସୋଆ ଯୁବ ସାହିତ୍ୟ ପୁରସ୍କାର ୨୦୨୫ ପାଇବେ ଓଡ଼ିଆ ଯୁବ କବି ଓ ସୂର୍ଯ୍ୟସ୍ନାତ ତ୍ରିପାଠୀ, କ୍ଷୁଦ୍ର ଗଳ୍ପ ସଂକଳନ ‘ଠିଆପୁଚି ନାରଙ୍ଗ’ ପାଇଁ ହେବେ ସମ୍ବର୍ଦ୍ଧିତ।

୧୦-ଭୁବନେଶ୍ବର:ରାଜସ୍ବ ଆଦାୟକୁ BMCର ଗୁରୁତ୍ବ,ପୂର୍ଣ୍ଣମାତ୍ରାରେ କାର୍ଯ୍ଯକ୍ଷମ ହେବ କଲ୍ଯାଣମଣ୍ଡପ।

୧୧-ମାଲିକାନା ହକ୍ ଉପରେ ପ୍ରଶ୍ନ ଉଠାଇ ପାରିବେନି ଭଡ଼ାଟିଆ: ସୁପ୍ରିମକୋର୍ଟ।

୧୨-ଭଦ୍ରକ:କଟକରୁ ବାଲେଶ୍ବର ଫେରୁଥିଲେ ଦମ୍ପତି, ଅଧାବାଟରେ ପିଲାକୁ ଖୁଆଇବା ବେଳେ ସୁନା-ରୁପା ଗହଣା ଲୁଟିନେଲେ ଦୁର୍ବୃତ୍ତ।

୧୩-କଟକ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି, ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ।

୧୪-ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ନିର୍ଯାତନା ମାମଲା , ଫେରାଇ ଆଣିବାକୁ ବାଲେଶ୍ବର ଜିଲ୍ଲା ପ୍ରଶାସନର ତତ୍ପରତା ଜାରି।

୧୫-ଲାଲ୍‌ କିଲ୍ଲା ନିକଟରେ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ଦିଲ୍ଲୀ ଓ ମୁମ୍ବଇରେ ହାଇଆଲର୍ଟ।

୧୬-ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ , ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ।

୧୭-ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା; କହିଲେ ଏଣିକି ୟୁପିର ସମସ୍ତ ସ୍କୁଲରେ ବାଧ୍ୟତାମୂଳକ ହେବ 'ବନ୍ଦେ ମାତରମ୍' ଗାନ।

୧୮-କଲକାତା:ରିଚା ଘୋଷଙ୍କ ନାମରେ ଦାର୍ଜିଲିଂରେ ଷ୍ଟାଡିୟମ ନିର୍ମାଣ ହେବ।

୧୯-ଜୀବିତ କବର ନେଲେ ହମାସର ୨୦୦ ଆତଙ୍କବାଦୀ! ସୁଡ଼ଙ୍ଗକୁ ସିମେଣ୍ଟ କଂକ୍ରିଟରେ ପ୍ୟାକ କରିଦେଲା ଇସ୍ରାଏଲ।

୨୦-ଫିଲିପାଇନ୍ସରେ ତାଣ୍ଡବ ରଚିଲା ସୁପର ଟାଇଫୁନ୍ ଫଙ୍ଗ-ୱଙ୍ଗ; ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ୨୩୦ କିମି ବେଗରେ ବହିଲା ପବନ।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)