ଖବର ଆଜିର ତାରିଖ:୨୯/୧୧/୨୫, ଶନିବାର



୧-ଭୁବନେଶ୍ୱର:୨୦ରୁ କମ୍ ପିଲା ଥିଲେ ଚାଲିବ ସ୍କୁଲ।ପାଠ ଛାଡିଛନ୍ତି ୧,୮୩,୨୧୬ଜଣ, ଫେରିଛନ୍ତି ୬୦,୭୨୯ ଜଣ।

୨-ବ୍ରହ୍ମପୁର:SI ପରେ ASO ଚାକିରି ନା'ରେ ଠକେଇ, ପୋଲିସର ଖୋଳତାଡ ଜାରି।

୩-ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି।

୪-ଫୁଲବାଣୀ:ସରକାରୀ ଅର୍ଥ ଆତ୍ମସାତ,କୋଏରମାଣ୍ଡୁ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ବିନାୟକ ନାୟକ ଗିରଫ।

୫-ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସର ନିକଟରେ ବାଣ ଫୁଟିବା ଘଟଣାରେ ଟ୍ବିଷ୍ଟ, କେହି ଦୁର୍ବୃତ୍ତ ବାରୁଦ ବ୍ୟବହାର କରି ଫୁଟାଇଥିବା ସନ୍ଦେହ।

୬-ରାଉରକେଲା:ପିପ୍ପଳିରୁ ମିଳିଲା ଆଣ୍ଟି କ୍ୟାନ୍ସର କମ୍ପାଉଣ୍ଡ, NIT ଲାଇଫ ସାଇନ୍ସ ବିଭାଗର ରିସର୍ଚ୍ଚରଙ୍କ ନୂଆ ଉଦ୍ଭାବନ।

୭-ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ, ଗୃହରେ ଅତିରିକ୍ତ ବଜେଟ୍‌ ଆଗତ କଲେ ମୁଖ୍ୟମନ୍ତ୍ରୀ।

୮-ବାରବାଟୀ ମ୍ୟାଚ୍‌: ବାଲିଯାତ୍ରା ପଡ଼ିଆରେ ହେବ ଫ୍ୟାନ ପାର୍କ।

୯-ମାଲକାନଗିରି:ପୁଣି ୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।

୧୦-ଗୃହରେ ପାଟକୁରା ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ; ୮କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ।

୧୧-ଥମୁନି ବେଆଇନ ବାଲି ଉଠାଣକୁ ନେଇ ବିବାଦ, ସୁବର୍ଣ୍ଣରେଖା ନଦୀ ପଠାରୁ ଉତ୍ତୋଳନକୁ ନେଇ ବସ୍ତାରେ ଖଣ୍ଡ ଯୁଦ୍ଧ।

୧୨-ବିଧାନସଭାରେ ଉଠିଲା ମଣ୍ଡି ପ୍ରସଙ୍ଗ ; ବିଜେଡି କହିଲା ଧାନ ନଉଠାଇଲେ ସ୍ଥିତି ଭୟଙ୍କର ହେବ।

୧୩-ରାଜକନିକା:୮୦ ଲକ୍ଷ ଟଙ୍କା ଖର୍ଚ୍ଚରେ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା, କିନ୍ତୁ ଅନ୍ଧାରରେ କଟୁଛି ଲୋକଙ୍କ ଜୀବନ।

୧୪-୧୫୮୯ଟି ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍ ସଂଯୋଗ, ୧୧୪ଟିରେ ନାହିଁ ଶୌଚାଳୟ।ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ଉପଲବ୍ଧ। 

୧୫-ଭୁବନେଶ୍ୱର: ରାଜ୍ୟରେ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଖାଲି ପଡ଼ିଛି ୨୪୬୭ଟି ଶିକ୍ଷକ ପଦବୀ।

୧୬-ନୂଆ ଦିଲ୍ଲୀ:ତେଜସ୍ ଯୁଦ୍ଧ ବିମାନରେ କୌଣସି ତ୍ରୁଟି ନାହିଁ: ହାଲ୍ ଅଧ୍ୟକ୍ଷ ଡିକେ ସୁନିଲ।

୧୭-ଭାରତରୁ ମିଳିଲା ଏସିଆର ସର୍ବପୁରାତନ କଣ୍ଟା ବାଉଁଶ ଜୀବାଶ୍ମ, ମଣିପୁର ଚିରାଙ୍ଗ ନଦୀ ଅବବାହିକାରୁ ହେଲା ଠାବ।

୧୮-ସବୁ ଆକଳନ ଭୁଲ୍, ୮.୨% ବେଗରେ ଉପରକୁ ଉଠିଲା ଦେଶର ଜିଡିପି।ଯାହାକି ଗତ ବର୍ଷର ତୁଳନାରେ ୫.୬ ପ୍ରତିଶତ ଅଧିକ ଅଟେ । 

୧୯-ଡିସେମ୍ବର ୪ ରେ ଭାରତ ଆସିବେ ଋଷ ରାଷ୍ଟ୍ରପତି, ଦୁଇଦିନିଆ ଗସ୍ତ ଭିତରେ ବହୁ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର ସମ୍ଭାବନା।

୨୦-ହଂକଂ:ପୋ ଜିଲ୍ଲାରେ ଘଟିଥିବା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨୮କୁ ବୃଦ୍ଧି।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)