ଖବର ଆଜିର ତାରିଖ:୧୫/୧୧/୨୫, ଶନିବାର
୧-ନୂଆପଡ଼ାରେ ବିଜେଡିକୁ ବଡ଼ ଝଟକା, ସମ୍ମାନ ରଖିଲା କଂଗ୍ରେସ।ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା।
୨-ଉପନିର୍ବାଚନ ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ‘X’ରେ ପୋଷ୍ଟ, ବିଜେଡି କର୍ମୀଙ୍କୁ ଶ୍ରମ ଓ ବିଜେପିକୁ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ।
୩-ରାଜ୍ୟରେ ବଢୁଛି ଶୀତ: ୧୦ ଡିଗ୍ରୀ ତଳେ ବହୁ ସହର, ସେମିଳିଗୁଡାରେ ୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ।
୪-କଟକ: ଅତିଥି ଶିକ୍ଷକ ନିଯୁକ୍ତି ମାମଲା, ରାଜ୍ୟରେ ୭୩ ହଜାର ଶିକ୍ଷକ ପଦ ଖାଲି।
୫-ବିଜେପି ପାଳିଲା ବିଜୟ ଉତ୍ସବ; ମୁଖ୍ୟମନ୍ତ୍ରୀ କହିଲେ, ଫଳାଫଳ ହେଲା ଐତିହାସିକ, ଇତିହାସ ସୃଷ୍ଟି କଲେ ନୂଆପଡ଼ାବାସୀ।
୬-ନୂଆପଡ଼ାରେ କଂଗ୍ରେସକୁ ଅର୍ଥ ନିଅଣ୍ଟ,ଶହେ ଟଙ୍କା ଦେବାକୁ କ୍ଷମତା ନ ଥିଲା: ଘାସିରାମ
୭-କବିତା ସଙ୍କଳନ ‘କେତେ ଫୁଲ ଫୁଟିଛି’ ପାଇଁ ରାଜକିଶୋର ପାଢ଼ୀଙ୍କୁ ମିଳିଛି କେନ୍ଦ୍ର ବାଲ୍ ସାହିତ୍ୟ ପୁରସ୍କାର-୨୦୨୫।
୮-ସୋନପୁର: ଲାଞ୍ଚ ନେଇ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକ, ସତ୍ୟାନନ୍ଦ ବେହେରା ଗିରଫ।
୯-ଭୁବନେଶ୍ୱର: ଆଜିଠୁ ଇକୋ ରିଟ୍ରିଟ୍, ଡିସେମ୍ବର ୧୩ରେ କୋଣାର୍କରେ ଆରମ୍ଭ ହେବ।
୧୦-ମୋଦୀ-ନୀତୀଶ ମ୍ଯାଜିକ୍,ବିହାରରେ ଏନଡିଏର ବିପୁଳ ବିଜୟ, ଭୁଶୁଡ଼ିଗଲା ମହାମେଣ୍ଟ।
୧୧-ବାଲିଅନ୍ତା:ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ସୋମନାଥ ପଲେଇ, ୪ ହଜାର ଟଙ୍କା ନେଉଥିଲେ ଲାଞ୍ଚ।
୧୨-ଭୁବନେଶ୍ୱର:କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ, ଏମ୍ସରେ ହେଲେ ଭର୍ତ୍ତି।ସେ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି।
୧୩-ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର 'ଲୋଗୋ' ଉନ୍ମୋଚନ; ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୨ ହଜାର କୋଟି।
୧୪-ନୂଆପଡ଼ା ଉପନିର୍ବାଚନ ପାଇଁ ସୁଭଦ୍ରା ଭଉଣୀଙ୍କୁ ଏକ୍ସରେ ଧନ୍ୟବାଦ ଜଣାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
୧୫-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଳପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ:ସ୍କୁଲରେ ପାଇଖାନା ସଫା କରୁଛନ୍ତି ପିଲା, ସାର୍ ବୁଲୁଛନ୍ତି ଆରାମରେ...ପାଠପଢା ଛାଡି ପିଲାଏ ଲାଗିଛନ୍ତି କାମରେ।
୧୬-ନୂଆଦିଲ୍ଲୀ:୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ, ନଭେମ୍ବର ୧୪ରୁ ୨୭ ଯାଏଁ ହେବ ମେଳା।
୧୭-ବିହାର ବିଜୟ ବଢାଇଲା ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ,ଆଗକୁ ଆସିପାରେ ବଡ଼ ଦାୟିତ୍ଵ।
୧୮-ଉତ୍ତର ପ୍ରଦେଶର ଶ୍ରବସ୍ତୀ ଅଞ୍ଚଳ:ଗୋଟିଏ ଘରୁ ମିଳିଲା ୫ ମୃତ ଦେହ, ତଳେ ପଡ଼ିଥିଲେ ସ୍ତ୍ରୀ-ପିଲା, ଝୁଲନ୍ତା ଅବସ୍ଥାରେ ଥିଲେ ସ୍ୱାମୀ।
୧୯-କୋଲକାତା ଟେଷ୍ଟରେ ବୁମରାଙ୍କ ଦବଦବା, ଦକ୍ଷିଣ ଆଫ୍ରିକାର ୧୫୯ ରନ ପରେ ଭାରତ ୩୭/୧।
୨୦-ବିହାରରେ ପ୍ରଚଣ୍ଡ ବିଜୟ ପରେ ଶାହଙ୍କ ପ୍ରଥମ ପ୍ରତିକ୍ରିୟା, ଅନୁପ୍ରବେଶକାରୀଙ୍କୁ ପ୍ରଶୟ ଦେଉଥିବା ଲୋକଙ୍କୁ ମିଳିଛି ଦୃଢ ଜବାବ।
Comments
Post a Comment