ଖବର ଆଜିର ତାରିଖ:୦୮/୧୧/୨୫,ଶନିବାର



୧-୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଆଜିଠୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ଆରମ୍ଭ।ଫର୍ମ ପୂରଣର ଶେଷ ତାରିଖ ୨୨ ତାରିଖ ଧାର୍ଯ୍ୟ କରାଯାଇଛି ।

୨-ଭୁବନେଶ୍ବର:୮୪ତମ ଭାରତୀୟ ସଡକ ସମ୍ମେଳନ ଉଦଘାଟିତ,ଓଡିଶାକୁ ହଜାରେ କୋଟି।

୩-ରାଞ୍ଚି:ଓଡ଼ିଆ ଝିଅ ଆଇପିଏସ୍ ତଦାଶା ମିଶ୍ର ହେଲେ ଝାଡ଼ଖଣ୍ଡର ପ୍ରଥମ ମହିଳା ଡିଜିପି।

୪-କନ୍ଧମାଳ ଜିଲ୍ଲାରେ ଶୀତ ସହ ଘନ କୁହୁଡ଼ି ଅନୁଭୂତ, ନିଆଁ ସେକିବା ସହ ଗରମ ଚା’ ର ମଜା ନେଉଛନ୍ତି ଲୋକେ।

୫-ରାଜଧାନୀରେ ଛାଡଖାଇ:୪.୦୧ କୋଟିର ଆମିଷ କାରବାର,ମାଂସକୁ ଟପିଗଲା ମାଛ ବେପାର।

୬-ଡ. ଅଚ୍ୟୁତ ସାମନ୍ତଙ୍କୁ ଏସ୍‍ଆର୍‍ଏମ୍‍ ବିଶ୍ୱବିଦ୍ୟାଳୟ ତରଫରୁ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍, ଉପରାଷ୍ଟ୍ରପତି ପ୍ରଦାନ କଲେ ସମ୍ମାନ।

୭-ଆସୁଛି ଡବଲ୍ ଲଘୁଚାପ, ୧୪ ଓ ୧୯ ତାରିଖରେ ହେବା ସମ୍ଭାବନା,ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

୮-ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକ୍ସନ ଟେଷ୍ଟ, ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ।

୯-ନୂଆପଡ଼ାରେ ଜମିଲା ନବୀନଙ୍କ ପ୍ରଚାର, ଅରୁଣ କହିଲେ- ଏକ ପାଖିଆ ନିର୍ବାଚନ ଜିତିବ ବିଜେଡି।

୧୦-୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଭୋଟରଙ୍କୁ ନୂଆପଡ଼ା ଛାଡ଼ିବାକୁ ନିର୍ଦେଶ।

୧୧-ଦକ୍ଷିଣ ଭାରତୀୟ ଫିଲ୍ମର ଫେଭରେଟ୍ ସ୍ପଟ୍ ‘କୋରାପୁଟ’, ତେଲୁଗୁ ଫିଲ୍ମ ‘କମରେଡ୍ କଲ୍ୟାଣ’ର ସୁଟିଂ ଆରମ୍ଭ।

୧୨-ଆଜି ଗାବାରେ ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦, ବଦଳିପାରେ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶ।

୧୩-ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ଜେରା , ରେଡ୍ ବେଳେ ନଗଦ ଅଢ଼େଇ କୋଟି ଜବତ ସୂଚନା।

୧୪-ନୂଆପଡ଼ାରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ, କହିଲେ- ପ୍ରାର୍ଥୀ ଚୋରି କରିବେ, ଭୋଟରଙ୍କ ହୃଦୟ ଜିତିପାରିବେନି।

୧୫-ଆସନ୍ତା ଡିସେମ୍ବରରୁ ରାଜଧାନୀକୁ ପୁଣି ଫେରିବ ପଥ ଉତ୍ସବ।୧୬ ତାରିଖରେ ମାଷ୍ଟର କ୍ୟାଣ୍ଟିନ୍‌ରେ ଆରମ୍ଭ ହେବ ଷ୍ଟ୍ରିଟ୍‌ କାର୍ନିଭାଲ।

୧୬-ନୂଆପଡାରେ ମତଦାନର ୪୮ଘଣ୍ଟା ପୂର୍ବରୁ ପବ୍ଲିକ୍ ମିଟିଂ ସହ ବନ୍ଦ ହେବ ମିଡିଆ ପ୍ରଚାର ପ୍ରସାର, ସବୁ ଗାଡ଼ି ଚେକିଂ କରିବାକୁ ନିର୍ଦ୍ଦେଶ

୧୭-ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ପରିସରରୁ ହଟାଇବାକୁ ନିର୍ଦ୍ଦେଶ।

୧୮-ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ୭୦୦ ବିମାନ ଉଡ଼ାଣରେ ବିଳମ୍ବ,ଯାତ୍ରୀ ହନ୍ତସନ୍ତ ।

୧୯-ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପୂର୍ବତନ ବହଳଦା ତହସିଲଦାର ଭୀମସେନ ମଙ୍ଗରାଜ, ଦୋଷୀ ସାବ୍ୟସ୍ତ, ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ।

୨୦-ଗତ ୨୧ ଦିନରେ ୧୦ ହଜାର ଟଙ୍କାରୁ ଅଧିକ କମିଲାଣି ସୁନା: ରୁପା ପାଖାପାଖି ୩୦ ହଜାର କମିଛି।

୨୧-ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’କୁ ୧୫୦ବର୍ଷ ପୂର୍ତ୍ତି: ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ।

୨୨-ଆଇସିସିର ବଡ଼ ନିଷ୍ପତ୍ତି, ୨୦୨୯ ମହିଳା ବିଶ୍ୱକପରେ ଭାଗ ନେବେ ୧୦ ଟିମ୍।

୨୩-ମହାରାଷ୍ଟ୍ର ରାଜନୀତିରେ ଝଡ଼, ୧୮ ଶହ କୋଟିର ଜମି ଦୁର୍ନୀତି ନେଇ ଅଡ଼ୁଆରେ ପାର୍ଥ ପାୱାର।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024