ଖବର ଆଜିର ତାରିଖ:୧୦/୧୧/୨୫,ସୋମବାର
୧-ଅଧା ନଭେମ୍ବର ହେବାକୁ ବସିଲାଣି, ଏଯାଏଁ ଆସିନି ଶୀତ। ଏବର୍ଷ ଡେରିରେ ଆସି ଶୀଘ୍ର ଚାଲିଯିବ, ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି।
୨-ଥମିଲା ନୂଆପଡ଼ା ପ୍ରଚାର, ଏବେ ବୁଥ ମୁହାଁ ପୋଲିଂ ପାର୍ଟି।ମାଓ ପ୍ରବଣ ୮ଟି ସମ୍ବେଦନଶୀଳ ବୁଥକୁ ଆଜି ହେଲିକପଟର ଯୋଗେ ଯିବେ ପୋଲିଂ ପାର୍ଟି ।
୩-ରାଜ୍ଯ ସରକାରଙ୍କୁ PMOର ପରାମର୍ଶ:ଛୋଟ ସହରରେ ସ୍ମାର୍ଟସିଟି ସୁବିଧା ଆରମ୍ଭ କରାଯାଉ।
୪-ଭୁବନେଶ୍ବର:ମାଧ୍ଯମିକ ସ୍ତରରେ ଅଧାରୁ ପାଠ ଛାଡୁଛନ୍ତି ଅଧିକ ପିଲା,ଗମନାଗମନ ଓ ଶିକ୍ଷକ ଅଭାବ ସାଜିଛି ବାଧକ।
୫-୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଅଢ଼େଇ ଲକ୍ଷ ଭୋଟର, ମଙ୍ଗଳବାରେ ଭୋଟ୍ ଦେବ ନୂଆପଡ଼ା।
୬-କଟକ:ଆପାର୍ଟମେଣ୍ଟ ବାଲକୋନି ଖସି ୩ ମୃତ ଘଟଣା,୨୪ ଘଣ୍ଟାରେ ଯାଞ୍ଚ ରିପୋର୍ଟ ଦାଖଲ ନିର୍ଦେଶ।
୭-ଭୁବନେଶ୍ବର:ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯ ଯୋଗୁଁ ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।
୮-ଭୁବନେଶ୍ବର:ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ମାମଲାରେ ୪ଟି ସ୍ଥାନରେ ରେଡ୍, ମିଳିଲା ନଗଦ ୮୪ ଲକ୍ଷ ଟଙ୍କା।
୯-ଭୁବନେଶ୍ବର:ଆସନ୍ତା ୧୩ ତାରିଖରେ ବାଲେଶ୍ବର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
୧୦-ଏଣିକି ଧାମରା ବନ୍ଦରରେ ବାଂଲା ଅନୁପ୍ରବେଶକାରୀଙ୍କୁ ଜଗିବ ଡ୍ରୋନ।ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଡ୍ରୋନ୍ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଛି
୧୧-ଶିକ୍ଷକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ବସ୍ତି, TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବ ନାହିଁ ଚାକିରି।
୧୨-ଯାଜପୁରରେ ଅଜଣା ପୋକ ଆତଙ୍କ, ସନ୍ଧ୍ୟା ହେଲେ ରାସ୍ତାରେ ଯିବାକୁ ଡରୁଛନ୍ତି ଲୋକେ।
୧୩-ପ୍ରଚାରର ଶେଷ ଦିନରେ ବିଜେପିର ବଡ ପ୍ରତିଶ୍ରୁତି, ନୂଆପଡାରେ ହେବ ମେଡିକାଲ କଲେଜ।
୧୪-ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓବାର୍ତ୍ତା କରି ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି, ନୂଆପଡ଼ାରୁ ବିଜେପିର ପରାଜୟ ଅଭିଯାନ ଆରମ୍ଭ ହେବ।
୧୫-ୟୁରୋପ ମାର୍କେଟ୍ କବ୍ଜା କରିବା ଲକ୍ଷ୍ୟରେ ଭାରତୀୟ ଟିଭିଏସ ମୋଟର କମ୍ପାନୀ।
୧୬-ଇସଲାମାବାଦ:ପାକିସ୍ତାନରେ ଅଟାର ଅଭାବ, ୨୪ ଘଣ୍ଟା ମଧ୍ୟରେ ବଜାର ଖାଲି, ଅଟା ବସ୍ତାର ମୂଲ୍ୟ ହେଲା ଦ୍ୱିଗୁଣିତ।
୧୭-ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ଅନୂଭୂତ ,ରିକ୍ଟର ସ୍କେଲରେ ତୀବ୍ରତା ୫.୪।
୧୮-ବିହାର ବିଧାନସଭା ନିର୍ବାଚନ:ଦ୍ବିତୀୟ ପର୍ଯ୍ଯାୟ ପ୍ରଚାର ଶେଷ,ଆସନ୍ତାକାଲି ଭୋଟ୍,୧୪ରେ ଗଣତି।
୧୯-ଜାପାନରେ ଅଧିକ ଅଛନ୍ତି ୧୦୦ ବର୍ଷରୁ ଅଧିକ ବୟସର ଲୋକ, ସମସ୍ତେ ପୂରା ସୁସ୍ଥ ଓ ସକ୍ରିୟ।
୨୦-ଫାଇଟର ଜେଟ୍ ଓ ଯୁଦ୍ଧ ଜାହାଜରେ ତାଇୱାନକୁ ଘେରିଛି ଚୀନ୍, ଟ୍ରମ୍ପ କହିଲେ- କିଛି ହେଲେ ଦୁନିଆ ଦେଖିବ ଚୀନ୍ ର ହାଲ।
Comments
Post a Comment