ଖବର ଆଜିର ତାରିଖ:୨୪/୧୧/୨୫, ସୋମବାର



୧-ଭୁବନେଶ୍ୱର: ବାଂଲାଦେଶୀଙ୍କୁ ତଡ଼ିପାର କସରତ ଆରମ୍ଭ, କୋଲକାତା ଲିଙ୍କ୍ ଖୋଜିବ NIA।

୨-ବିଜେଡି ଉତ୍ତରାଧିକାରୀ ଚର୍ଚ୍ଚା,୩ ଦିନରେ ନିଷ୍ପତ୍ତି ନେଇପାରନ୍ତି ନବୀନ,ଦଳକୁ ଆସି ସୁଜାତା ଯିବେ ରାଜ୍ୟସଭା! ପ୍ରସଙ୍ଗକୁ ମନା କଲେ ନାହିଁ ଦେବୀ।

୩-ବଢୁଛି ବାତ୍ୟା ଭୟ, ଆହୁରି ଘନିଭୂତ ହେଉଛି ଲଘୁଚାପ,ଆଜି ନେଇପାରେ ଅବପାତର ରୂପ । ୨୬ ବେଳକୁ ହୋଇପାରେ ବାତ୍ୟାରେ ପରିଣତ ।

୪-ଏଣିକି ଆବାସିକ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି : ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ।

୫-ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳାର ବିକଳ ଚିତ୍ର, ୨୪ ଘଣ୍ଟାରେ ରାଜ୍ୟରେ ୫ ହତ୍ୟାକାଣ୍ଡ।

୬-ସରକାରଙ୍କୁ ପୁଣି ଟାର୍ଗେଟ କଲେ ନବୀନ, କହିଲେ- ରାଜ୍ୟରେ ମା'ମାନେ ସବୁଠୁ ଅସୁରକ୍ଷିତ 

୭-ଦାରିଙ୍ଗବାଡ଼ି: ଭୁଲ ରାସ୍ତା ଦେଖାଇଲା ଗୁଗୁଲ ମ୍ୟାପ, ଘାଟିରେ ଓଲଟିଲା ବନ୍ଧାକୋବି ବୋଝେଇ ଟ୍ରକ, ଲୁଟିନେଲେ ଲୋକ।

୮-ନୟାଗଡ଼, ବୃନ୍ଦାବନପୁର ଗ୍ରାମ:ଶଳାକୁ ପିଟି ମାରିଦେଲେ ଭିଣୋଇ ପରିବାର,ଦୁଇ ମହିଳାଙ୍କୁ ପୁଲିସର ପଚରାଉଚରା ଜାରି।

୯-ଦିଲ୍ଲୀ ଯିବେ ୧୦ ହଜାର କଂଗ୍ରେସ କର୍ମୀ, ରାହୁଲ ଗାନ୍ଧୀଙ୍କ ଭୋଟ ଚୋରି ଅଭିଯାନରେ ହେବେ ସାମିଲ।

୧୦-ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ:ଯୁକ୍ତ ଦୁଇ ପିଲାଙ୍କୁ ଭରସା ଗେଷ୍ଟ ଫାକଲ୍ଟି , ଛାତ୍ରଛାତ୍ରୀଙ୍କ ତୁଳନାରେ ନାହାନ୍ତି ଅଧ୍ୟାପକ।

୧୧-ଜାହାନିଆ ସମୁଦ୍ରକୂଳରେ ବୁଲୁଛି କୁମ୍ଭୀର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।

୧୨-ଆନନ୍ଦପୁର:ମାଣିକପୁର ନିକଟରେ ଦୁର୍ଘଟଣା, କଲେଜ ବସ୍ କୁ ଧକ୍କା ଦେଲା ହାଇୱା,୫ ଛାତ୍ରଛାତ୍ରୀ ଆହତ।

୧୩-ଦିଲ୍ଲୀରେ ବଡ଼ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ, ୨୬୨ କୋଟି ମୂଲ୍ୟର ମାଦକ ଦ୍ରବ୍ୟ ଜବତ କଲା ଏନସିବି।

୧୪-ପୁଣି ଭାରତୀୟ ମହିଳା ବିଶ୍ଵ ଚାମ୍ପିଅନ୍,
ଭାରତ ପ୍ରଥମଥର ପାଇଁ ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ଵକପ୍‌ ଜିତି ଇତିହାସ ରଚିଛି।

୧୫-ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, କେଏଲ ରାହୁଲ ଅଧିନାୟକ ନିଯୁକ୍ତ।

୧୬-ନୂଆଦିଲ୍ଲୀ:ଜଷ୍ଟିସ ସୂର୍ଯ୍ୟକାନ୍ତ ୫୩ତମ ପ୍ରଧାନ ବିଚାରପତି ଭାବେ ନେବେ ଶପଥ ଆଜି।

୧୭-ବୈଷ୍ଣଦେବୀ କଲେଜରେ ଏମବିବିଏସର ୫୦ ସିଟରୁ ୪୧ ଛାତ୍ର ମୁସଲିମ, ଜୋର ଧରିଲା ବିବାଦ।

୧୮-ଅଟକିଗଲା ସ୍ମୃତି ମନ୍ଧାନାଙ୍କ ବିବାହ : ହସ୍ପିଟାଲରେ ଭର୍ତ୍ତି ହେଲେ ବାପା।

୧୯-କାର୍ଯ୍ୟକାଳ ଶେଷ ଦିନରେ CJI ଜଣାଇଲେ ତାଙ୍କ ରିଟାୟାରମେଣ୍ଟ ସ୍କିମ୍, ସରକାରୀ ପଦପଦବୀରୁ ରହିବେ ଦୂରରେ।

୨୦-ଢାକା:ବାଂଲାଦେଶରେ ସ୍ଥିତି ଜଟିଳ,ହସିନାଙ୍କ ପ୍ରତ୍ଯର୍ପଣ ଦାବିରେ ବିକ୍ଷୋଭ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024