ଖବର ଆଜିର ତାରିଖ:୦୭/୧୧/୨୫,ଶୁକ୍ରବାର
୧-ଓସିଏସ ପାରମ୍ଭିକ ପରୀକ୍ଷା ଫଳ ପ୍ରକାଶ,୨୪୦୫ ଜଣ କୃତକାର୍ଯ୍ଯ,ଖୁବଶୀଘ୍ର ମୁଖ୍ୟ ପରୀକ୍ଷା ତାରିଖ ଓପିଏସସି ପକ୍ଷରୁ ଘୋଷଣା କରାଯିବ।
୨-ଭୁବନେଶ୍ବର:କ୍ୟୁଏସ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୬ ପ୍ରକାଶିତ, ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନରେ ଅଛି କିଟ୍ ବିଶ୍ୱବିଦ୍ୟାଳୟ।
୩-ଭୁବନେଶ୍ବର:ଟିଜିଟି ସଂସ୍କୃତ ମେଧା ତାଲିକା ପ୍ରକାଶରେ ବିଳମ୍ବ,ଆଣ୍ଠେଇଲେ,କାନମୋଡି ଚାପୁଡା ଖାଇଲେ ଆଶାୟୀ।
୪-କଟକ:ଭିଜିଲାନ୍ସ ଜାଲରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ବିପ୍ଲବ ସାମନ୍ତରାୟ, ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ।
୫-ରଣପୁରଗଡ:କେ।ଟଗଡ ଦୁଧିଆ ମୁଣ୍ଡିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ , ୭ ଗୁରୁତର।
୬-ଗୁରୁବାର ପାଇଁ ଧୋଇଗଲା ଛାଡଖାଇ; ଆମିଷ ବଜାର ଖାଁ ଖାଁ, ଗ୍ରାହକ ନ ଆସିବାରୁ ବେପାର ହେଲା ମାନ୍ଦା।
୭-ଉତ୍ତରାଖଣ୍ଡ ଲାଲପୁରରେ ଓଡିଆ ଝିଅକୁ ହତ୍ଯା,ଘର ମାଲିକ ପୁଅ ଗିରଫ।
୮-ଏସଆଇ ପରୀକ୍ଷା ପରେ ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ସର୍ଭର ଡାଉନ୍ ଯୋଗୁଁ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ପରୀକ୍ଷା।
୯-ଯାଜପୁର ଜିଲ୍ଲାରେ ଅସୁସ୍ଥ ସ୍ବାସ୍ଥ୍ୟସେବା ; ମୁଖ୍ୟ ଚିକିତ୍ସାଳୟରେ ଫାଙ୍କା ପଡ଼ିଛି ୮୩ ଡାକ୍ତର ପଦବୀ।
୧୦-ଚିଟଫଣ୍ଡ ଠକେଇ ମାମଲାରେ ଇଡିର ବଡ଼ଧରଣର ରେଡ୍।ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ କମ୍ପାନୀ ମାଲିକ ପ୍ରଦୀପ ସିଂହଙ୍କ ଘରେ ରେଡ୍।
୧୧-ନୂଆପଡା:କୋମନାରେ ମୁଖ୍ୟମନ୍ତ୍ରୀଙ୍କ ବିଶାଳ ରୋଡ୍ ଶୋ', ଜୟ ଢୋଲକିଆଙ୍କ ପ୍ରଚାରରେ ହେଲେ ସାମିଲ।
୧୨-ବିଶ୍ୱ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ପାଇବ ଦାମୀ ପୁରସ୍କାର; ପ୍ରତି ଖେଳାଳିଙ୍କୁ ମିଳିବ ବିଳାସପୂର୍ଣ୍ଣ ଟାଟାର ସ୍ବତନ୍ତ୍ର SUV କାର୍।
୧୩-୪ର୍ଥ ଟି-୨୦ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଘରୋଇ ଅଷ୍ଟ୍ରେଲିଆ ଦଳକୁ ୪୮ ରନରେ ପରାଜିତ କରି ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ।
୧୪-ଭୁବନେଶ୍ବର:ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ।
୧୫-‘ଆମ ବସ୍’ରେ ଯାତ୍ରା କଲେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ,ନନ୍ଦନକାନନ ନିକଟରେ ପ୍ରସ୍ତାବିତ ବସ୍ ଷ୍ଟାଣ୍ଡ ସାଇଟ୍ ମଧ୍ୟ ପରିଦର୍ଶନ କରିଥିଲେ।
୧୬-ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟରେ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର।ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଗୁରୁବାର ରାତିରେ ଆସି ପହଞ୍ଚିଛନ୍ତି।
୧୭-ଆଦିତି ମିଶ୍ର ହେଲେ JNU ଛାତ୍ର ସଂସଦ ସଭାପତି, ୪ ପ୍ରମୁଖ ପଦବୀରେ ବାଜି ମାରିଲା ବାମପନ୍ଥୀ ମେଣ୍ଟ।
୧୮-ବିହାର:ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ, ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍,୬୫% ମତଦାନ।
୧୯-ଭାରତର ବଡ଼ ନିଷ୍ପତ୍ତି ! ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଚୀନ ସହ ଲିଙ୍କ୍ ସାଟେଲାଇଟ୍କୁ ନା, ଆତ୍ମନିର୍ଭର ଦିଗରେ ଅଗ୍ରସର ଭାରତ।
୨୦-ଫିଲିପାଇନ୍ସକୁ ଛାରଖାର କଲା ଘୂର୍ଣ୍ଣିଝଡ଼, ୧୧୪ ଜଣଙ୍କ ମୃତ୍ୟୁ, ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା।
Comments
Post a Comment