ଖବର ଆଜିର ତାରିଖ:୨୫/୧୧/୨୫, ମଙ୍ଗଳବାର
୧-କଟକ : ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା OTET ଆବେଦନ ଅବଧି, ପୂର୍ବରୁ ଏହା ୨୫ ଯାଏଁ ଥିଲା।
୨-ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ, ପୁଣି ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ; ପାଖକୁ ଯାଇ ବୁଝିଲେ ଦିବ୍ୟାଙ୍ଗଙ୍କ ଦୁଃଖ। ଏଯାଏଁ ସମାଧାନ ହେଲାଣି ୯୬% ଅଭିଯୋଗ।
୩-ବାତ୍ୟା ଥୟ;ପ୍ରଭାବ ଅସ୍ପଷ୍ଟ,୨୪ ଘଣ୍ଟାରେ ଅବପାତ,୪୮ ଘଣ୍ଟାରେ ବାତ୍ୟା ଆଶଙ୍କା।
୪-+୨ରେ ଏଥର ୩.୯୮ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ, ଡିସେମ୍ବର ୩ରେ ପରୀକ୍ଷା ତାରିଖ ଘୋଷଣା।
୫-ସାରା ରାଜ୍ୟରେ ଘନ କୁହୁଡି,୧୦୦ ମିଟର ପର୍ଯ୍ୟନ୍ତ ଜିରୋ ଭିଜିବିଲିଟି, ଯାତାୟାତ ବାଧାପ୍ରାପ୍ତ।
୬-ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲାରେ ୧୫୦ଟି ବହୁମୁଖୀ ସମବାୟ ସମିତି ଗଠନ ସହ ୫୦ଟି କୃଷି ଉତ୍ପାଦ ସଂଗଠନ କରିବାକୁ ପରାମର୍ଶ।
୭-ଭୁବନେଶ୍ୱର:୧୧ ଦଫା ଦାବି ନେଇ ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି।
୮-ଜାନୁଆରୀ ୭ରୁ KIIT ରେ ଓଡ଼ିଶା ଡେଣ୍ଟାଲ୍ ଶୋ’, ଭାରତରେ ପ୍ରଥମ ଥର ଲାଗି ଏଭଳି ସମ୍ମିଳନୀ ଅନୁଷ୍ଠିତ ହେବ।
୯-ଚିର ନିଦ୍ରାରେ ଧରମ୍ ଜୀ; ଶୋକରେ ବୁଡିଛି ବଲିଉଡ୍, ହି-ମ୍ୟାନଙ୍କୁ ଝୁରୁଛନ୍ତି ଅଗଣିତ ପ୍ରଶଂସକ।
୧୦-ବଲିଉଡ଼ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ KIIT, KISS ଓ କାଦମ୍ବିନୀ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଗଭୀର ଶୋକ।
୧୧-ଭୁବନେଶ୍ୱର:ଟ୍ରାଫିକ ଭିଡ଼ ଏଡାଇବା ପାଇଁ ପ୍ରମୁଖ ରାସ୍ତାରେ କମିଶନରେଟ୍ ପୋଲିସର ପାର୍କିଂ କଟକଣା ଲାଗୁ।
୧୨-ବରଗଡ଼:୭୮ତମ ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ବାଜିଛି ଶୁଭଶଙ୍ଖ, ସ୍ଥାପିତ ହୋଇଛି ଶୁଭ ସ୍ତମ୍ଭ।
୧୩-ଭୁବନେଶ୍ୱର:ଆସନ୍ତା ୨୭ରୁ ୩୧ ତାରିଖ ଯାଏଁ ହେବ ସପ୍ତଦଶ ବିଧାନ ସଭାର ପଞ୍ଚମ ଅଧିବେଶନ।
୧୪-ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣା ହୃଦୟବିଦାରକ : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
୧୫-ପର୍ଯ୍ୟଟନ ଋତୁ: ଐତିହ୍ୟ ସ୍ଥଳୀ ଖଣ୍ଡଗିରି -ଉଦୟଗିରିରେ ଜମିଲାଣି ଭିଡ଼।
୧୬-ହଜିଯାଇଥିବା ପୁରୁଣା ରୂପ ଫେରି ପାଇବ ଚଉଷଠି ଯୋଗିନୀ ପୀଠ, ୨୦ କୋଟି ଟଙ୍କା ମଞ୍ଜୁର।
୧୭-ଦକ୍ଷିଣ ଆଫ୍ରିକାର ହାତ ମୁଠାରେ ଗୌହାଟୀ ଟେଷ୍ଟ, ପରାଜୟ ଆଶଙ୍କାରେ ଭାରତ।
୧୮-ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିବାହକୁ ଘୁଞ୍ଚାଇଲେ ସ୍ମୃତି ମନ୍ଧାନା, ସୋସିଆଲ ମିଡିଆରୁ ହଟାଇଲେ ଫଟୋ-ଭିଡିଓ।
୧୯-ମୋବାଇଲ ଉପଭୋକ୍ତାଙ୍କୁ ଚେତାବନୀ, ସିମ୍ କାଡ଼ର୍ ଅପବ୍ୟବହାର ପାଇଁ ନିଜେ ଦାୟୀ।
୨୦-ଅରୁଣାଚଳ ପ୍ରଦେଶ ଯୁବତୀ ସାଂଘାଇରେ ୧୮ ଘଣ୍ଟା ଅଟକ, ନିଜ ଅଂଶ ଦାବି କରି ଭାରତୀୟ ପାସପୋର୍ଟକୁ ଅବୈଧ କହିଲା ଚୀନ।
Comments
Post a Comment