ଖବର ଆଜିର ତାରିଖ:୨୩/୧୧/୨୫, ରବିବାର



୧-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ରେ ଅବପାତ ରୂପ ନେବ, ଚାଷୀଭାଇଙ୍କୁ ସତର୍କତା ସୂଚନା ଜାରି।

୨-ସୁରକ୍ଷା ଦୃଷ୍ଟିରୁ ବାରବାଟୀ ଷ୍ଟାଡିୟମର ଗ୍ୟାଲେରୀରେ କମିଲା ସିଟ୍ ସଂଖ୍ୟା, ଅଢ଼େଇ ହଜାର ସିଟ୍ କମାଇଲା ଓସିଏ।

୩-ଓଡ଼ିଶା ସରକାରୀ ସ୍କୁଲ ଛାତ୍ରଙ୍କ ଭାଇରାଲ୍ ଡ୍ୟାନ୍ସ୍ , ନାଚ ଦେଖି ହ୍ରିତିକ ରୋଶନ କଲେ କମେଣ୍ଟ୍।

୪-କଟକ,ଗଣ୍ଡରପୁର:ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ, ୧୦ ଛାତ୍ରଙ୍କ ନାଁରେ ମାମଲା ରୁଜୁ।

୫-ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା: ଦୁଇ ମ୍ୟାନେଜରଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ।

୬-କାଳିଆର କରୁଣା ; ସୁସ୍ଥ ହେଉଛି କୋମାକୁ ଚାଲିଯାଇଥିବା ୮ ବର୍ଷର ଶିଶୁ।

୭-ହିନ୍ଦୋଳ: ଫେରାର ପୂର୍ବ ଟ୍ରେଜେରି କିରାଣୀ ମନୋରଞ୍ଜନ ସାହୁ, ଲୋକମାନେ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ।

୮-କଟକ/କନ୍ଧମାଳ:ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କ ସହ ପ୍ରଧାନ ଶିକ୍ଷୟତ୍ରୀ, ଯଥାକ୍ରମେ ୩ ଓ ୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ।

୯-ଗଜପତିରେ ଶିକ୍ଷା ବ୍ୟବସ୍ଥା,ଆଙ୍କୁଡୁ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୧୯ ବିଦ୍ୟାର୍ଥୀଙ୍କୁ ୮ ଶିକ୍ଷକ।

୧୦-ବେସରକାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ନୂଆ ନିୟମ; ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା, ଅଧିକ କାର୍ଯ୍ୟ କଲେ ମିଳିବ ଦ୍ୱିଗୁଣା ଦରମା

୧୧-ଏଣିକି ଶସ୍ତାରେ ମିଳିବ ବାଲି, MSP ଲାଗୁ କରିବେ ସରକାର।ଇ ଲଟେରୀ ମାଧ୍ୟମରେ ଦିଆଯିବ ଲିଜ୍।

୧୨-ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ୧୦୧ କୋଟି ଟଙ୍କା ବ୍ୟୟରେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଲେ।

୧୩-ଭାଙ୍ଗୁଛି ମାଓ ଗଡ଼, ତେଲେଙ୍କାନା ପୁଲିସ ନିକଟରେ ୩୭ ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ।

୧୪-ଏସ୍‌ଆଇ ପରୀକ୍ଷା ଅନିୟମିତତା: ସିବିଆଇରେ ହାଜର ହେଲେ ଆଉ ଜଣେ ପରୀକ୍ଷାର୍ଥୀ।

୧୫-IITF ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ମଣ୍ଡପ ବୁଲି ଖୁସି ବ୍ୟକ୍ତ କଲେ ।

୧୬-ଟ୍ବେଣ୍ଟି୨୦ ବିଶ୍ବକପ୍ -୨୦୨୬, ଫେବୃଆରୀ ୧୫ରେ ଭାରତ-ପାକ୍ ମୁକାବିଲା।

୧୭-ଗୁଆହାଟୀ: ଦ୍ବିତୀୟ ଟେଷ୍ଟରେ କୁଲଦୀପଙ୍କୁ ୩ ଓ୍ବିକେଟ୍; ଦକ୍ଷିଣ ଆଫ୍ରିକା ୬/୨୪୭।

୧୮-ବାଂଲାଦେଶୀଙ୍କୁ ରଖିବା ମାମଲାରେ 
ସିକନ୍ଦର ଆଲାମକୁ ବାନ୍ଧିଲା ଜଗତସିଂହପୁର ପୋଲିସ।

୧୯-ମୁମ୍ବାଇ: ଡିଜିଟାଲ ଆରେଷ୍ଟର ଶିକାର,୮୦ ବର୍ଷୀୟା ବୃଦ୍ଧାଙ୍କ ଠାରୁ ଲୁଟିଲେ ୧ କୋଟି।

୨୦-ମହଙ୍ଗା ପଡିଲା ଅଲଫଲାହ ବିଶ୍ବବିଦ୍ୟାଳୟରେ ପାଠପଢ଼ା, ଅନିଶ୍ଚିତତା ମଧ୍ୟରେ ୬୦୦ ଛାତ୍ରଙ୍କ ଭବିଷ୍ୟତ।

୨୧-ଜି୨୦ ସମ୍ମିଳନୀରେ ମୋଦି, ବିଶ୍ୱର ସାମଗ୍ରିକ ବିକାଶ ଉପରେ ଦେଲେ ଗୁରୁତ୍ୱ।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)