ଖବର ଆଜିର ତାରିଖ:୨୨/୧୧/୨୫, ଶନିବାର



୧-ବଢ଼ିଲା ବାତ୍ୟା ଚର୍ଚ୍ଚା,ନେଲୋରରୁ ପାରାଦୀପ ମୁହାଁଇ ପାରେ।ଆଜି ସୃଷ୍ଟି ହେବ ଲଘୁଚାପ,୨୪ରେ ଅବପାତ।

୨-ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ, ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ଗ୍ଲୋବାଲ କାପାବିଲିଟି ସେଣ୍ଟର।

୩-ବାଲିଯାତ୍ରା ପଡ଼ିଆକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ, ୭ ଦିନ ମଧ୍ୟରେ ସଫେଇ ପାଇଁ ଦେଲେ ନିର୍ଦ୍ଦେଶ।

୪-ସୋର:ବାପ ଉପରେ ଅଭିମାନ କରି ଘର ଛାଡ଼ିଥିଲା ପୁଅ, ୪୨ ବର୍ଷ ପରେ ଘରକୁ ଫେରିଲା।

୫-ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ,ଆଖି ଖୋଲୁଛନ୍ତି,ଜିଭ ଦେଖାଉଛନ୍ତି।

୬-ନୀଳଗିରି, ରାଜା ସାହି:ଲୁଣ ଭାବି ଖାଇଦେଲେ ଥିମେଟ୍; ଗୁରୁତର ଅବସ୍ଥାରେ ୩ ଶିଶୁ ମେଡିକାଲରେ ଭର୍ତ୍ତି।

୭-ବଲାଙ୍ଗୀର:ବଢିଲା ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ, ୨ ମ୍ୟାନଜରଙ୍କ ନାଁରେ ଏତଲା ରୁଜୁ।

୮-ଦେବଗଡ଼:ସୋସାଇଟି ପାଣ୍ଠି ଆତ୍ମସାତ ଅଭିଯୋଗରେ, କାଦୋପଡ଼ା PACS ସଚିବଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ।

୯-କଟକ: ଶିକ୍ଷକଙ୍କୁ ଜିଆଏ ପ୍ରଦାନ ବିବାଦ,ଶିକ୍ଷା ଟ୍ରାଇବ୍ଯୁନାଲଙ୍କ ଆଦେଶ ରଦ୍ଦ।

୧୦-କୁକୁର କାମୁଡ଼ାରେ ଜୀବନ ଗଲେ ୫ ଲକ୍ଷ କ୍ଷତିପୂରଣ, ଗୁରୁତର ପୀଡ଼ିତଙ୍କୁ ମିଳିବ ୫ ହଜାର।

୧୧-ଶସ୍ତା ହୋଇପାରେ ସ୍ୱାସ୍ଥ୍ୟ ବୀମା; ପ୍ରିମିୟମ ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ IRDAIକୁ ପ୍ରସ୍ତାବ ପଠାଇଲେ ସରକାର।

୧୨-ସାରା ଦେଶରେ ଲାଗୁ ହେଲା ‘ଲେବର କୋଡ’, ଲାଭବାନ ହେବେ ୪୦ କୋଟି ଶ୍ରମିକ।

୧୩-ଦୁବାଇରେ ଏକ ଏୟାର ଶୋ'ରେ ଅଂଶଗ୍ରହଣ କରିଥିବା ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ। ଏୟାର ଶୋ ବେଳେ ହଠାତ ନିୟନ୍ତ୍ରଣ ହରାଇ ଖସି ପଡ଼ିଲା ତେଜସ୍। ପାଇଲଟଙ୍କ ସ୍ଥିତି ଏବେ ବି ଅସ୍ପଷ୍ଟ।

୧୪-ବ୍ଯାଂକକ୍: ମେକ୍ସିକୋର ଫାତିମା ବସ୍କ ଫର୍ଣାଡେଜ୍ ଚଳିତ ବର୍ଷର ବ୍ରହ୍ମାଣ୍ତ ସୁନ୍ଦରୀ ହୋଇଛନ୍ତି।

୧୫-ଗୁଆହାଟି: ଆଜିଠାରୁ ଦ୍ବିତୀୟ ଟେଷ୍ଟ, ଶୃଙ୍ଖଳା ବରାବର ଲକ୍ଷ୍ୟରେ ଭାରତ।

୧୬-ପାଟଣା:୨୦ ବର୍ଷ ପରେ ବଦଳିଲେ ଗୃହବିଭାଗ ମନ୍ତ୍ରୀ -ନୀତିଶଙ୍କ ଠାରୁ ସମ୍ରାଟ ନେଲେ ଦାୟିତ୍ୱ

୧୭-କୋଲକାତା ଓ ଢାକାରେ ଅନୁଭୂତ ହେଲା ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.6।

୧୮-ପାକିସ୍ତାନର ଫୈସଲାବାଦରେ ଭୟଙ୍କର ବିସ୍ଫୋରଣ,ଏଥିରେ ଏଯାବତ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।

୧୯-ଢାକା: ବାଂଲାଦେଶରେ ଭୂମିକମ୍ପ, କାନ୍ଥ ଓ ଛାତ ଭୂସୁଡି ପଡ଼ିବାରୁ ୬ ମୃତ।

୨୦-ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,G20 ସମ୍ମିଳନୀରେ ଯୋଗଦେବେ।

୨୧-ଆସିଲା ‘ୱାର୍ଲଡ ଇକୋନମୀ ଆଉଟଲୁକ୍’ ରିପୋର୍ଟ-୨୦୨୫,ଅଧିକ ଋଣ ଉଠାଇ ଥିବା ଦେଶଙ୍କ ସୂଚୀର ଶୀର୍ଷରେ ଆମେରିକା, ଚୀନ୍ ଓ ଜାପାନ ଅଛନ୍ତି। 


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024