ଖବର ଆଜିର ତାରିଖ:୧୯/୧୧/୨୫, ବୁଧବାର



୧-ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ବିକାଶ ପାଇଁ କ୍ଷେତ୍ରକୁ ଯାଆନ୍ତୁ, ଲୋକମାନଙ୍କ କଥା ଶୁଣନ୍ତୁ, ସମ୍ମାନ କରନ୍ତୁ।

୨-ଶୀତରେ ଥରୁଛି ସାରା ଓଡ଼ିଶା। ଝାରସୁଗୁଡ଼ାରେ ୧୧ ଡିଗ୍ରୀକୁ ଖସିଲା ପାରଦ। ଜି.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରୀ ତାପମାତ୍ରା।

୩-ବରଗଡ଼:ସୁଶୀଲ ମେହେର ହେବେ କଂସ, ୩ ବର୍ଷ ପାଇଁ କଂସ ଭୂମିକାରେ କରିବେ ଅଭିନୟ।

୪-ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକର ବିଡ଼ିଓଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ; ପାହାଡ ଚଢି ଦୁର୍ଗମ ଅଞ୍ଚଳର ଲୋକଙ୍କ ସମସ୍ୟା ଵୁଝିବାରୁ ହେଲେ ପ୍ରଶଂସିତ।

୫-ଭୁବନେଶ୍ୱର:ସାଲିଆସାହି ବସ୍ତି ଉଚ୍ଛେଦ, ଗୋଟିଏ ଘରୁ ମିଳିଲା ପୁଳା ପୁଳା ଆଧାରକାର୍ଡ।

୬-ମାଲକାନଗିରି:ମାଓନେତା ହିଡମା ନିହତ, ପତ୍ନୀ ହେମାଙ୍କ ସମେତ ୬ ମୃତ।

୭-ଭୁବନେଶ୍ୱର:ଆସନ୍ତା ୨୭ରେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି।


୮-ଭୁବନେଶ୍ୱର : କିଟ୍‍ ଓ ଆପୋଲୋ ଟାୟାର୍ସ ମଧ୍ୟରେ ଏମଓୟୁ। ଟାୟାର୍‍ ଟେକ୍ନୋଲୋଜି ପାଠ୍ୟକ୍ରମ ନେଇ କିଟ୍ ବିଶ୍ବବିଦ୍ୟାଳୟ ଓ ଆପୋଲୋ ଟାୟାର୍ସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର। 

୯-ଗଠନ ହେବ ଆଉ ୪ ତହସିଲ,ଭାଗ ହେବ ଭୁବନେଶ୍ୱର,କଟକ ଓ ସମ୍ବଲପୁର।

୧୦-ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାର୍ ଙ୍କୁ ମିଳିଲା ଗିଲବର୍ଟ ୱାକର ପୁରସ୍କାର।

୧୧-କେନ୍ଦୁଝରରେ ୧୨ ଘଣ୍ଟିଆ ବନ୍ଦ ଫଳରେ ଯାତାୟାତ ଠପ୍; ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ବିରୁଦ୍ଧରେ ବନ୍ଦ ଡ଼ାକରା ଦେଇଛି ବିଶ୍ବହିନ୍ଦୁ ପରିଷଦ।

୧୨-ନୂଆପଡ଼ାରେ ଆଉ ନାହିଁ କୋଳାହଳ; ନିର୍ବାଚନ ସରିବା ପରେ ସଜବାଜ ହେଲେଣି ଦାଦନ।

୧୩-ଖାଲି ହେବାକୁ ଥିବା ୪ ରାଜ୍ୟସଭା ସିଟ୍‌ରୁ ୨ଟି ବିଜେପିର କ୍ଲିୟର ; ଗୋଟିଏ ବିଜେଡ଼ିକୁ ଯିବ, ଗୋଟିଏ ସିଟ୍‌ରେ ସଂଖ୍ୟା ଦ୍ୱନ୍ଦ୍ବ।

୧୪-ଜଗତସିଂହପୁର:ବାଂଲାଦେଶୀ ଚିହ୍ନଟ ପାଇଁ ଆକ୍ସନ ମୋଡ୍‌ରେ ପ୍ରଶାସନ; ପରିଚୟପତ୍ର ଓ ଆଧାର କାର୍ଡର ଚାଲିଛି ଯାଞ୍ଚ।

୧୫-କଟକ ବଡ଼ ଡ଼ାକ୍ତରଖାନା : ଯକୃତ ପ୍ରତିରୋପଣ ୟୁନିଟ୍ ଅଚଳ,ଉଠାଇନେଲେଣି ୫୦% ଯନ୍ତ୍ରପାତି।

୧୬-ନୂଆଦିଲ୍ଲୀ:ଆଜି ୨୦ କୋଟି ଚାଷୀଙ୍କୁ ମିଳିବ ପିଏମ କିଷାନ ୨୧ତମ କିସ୍ତି।

୧୭-ବୃଦ୍ଧ-ବୃଦ୍ଧାଙ୍କ ଅଣଦେଖା କଲେ ସମାଜ-ସଭ୍ୟତାରେ ଆସିଯିବ ଭୂକମ୍ପ, ବଡ ଚେତାବନୀ ଦେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ।

୧୮-ସଂରକ୍ଷଣର ସୀମା ୫୦ ପ୍ରତିଶତ ନ ଟପୁ, ନଚେତ୍ ନିର୍ବାଚନ ବନ୍ଦ କରି ଦେବୁ; ସୁପ୍ରିମକୋର୍ଟଙ୍କ ଚେତାବନୀ।

୧୯-ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍।ବିଶ୍ଵବ୍ୟାପୀ ଅପଲୋଡ୍ ଏବଂ ପୋଷ୍ଟିଂ ହୋଇପାରୁନି।

୨୦-୨୦ରେ ଶପଥ ନେବେ ନୀତୀଶ, ଯୋଗଦେବେ ପ୍ରଧାନମନ୍ତ୍ରୀ, ମୋହନ ମାଝୀ ହେବେ ସାମିଲ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024