ଖବର ଆଜିର ତାରିଖ:୧୬/୧୧/୨୫, ରବିବାର
୧-ପ୍ରକାଶ ପାଇଲା ସ୍ପେଶାଲ ଓଟିଇଟି।ପେପର-୧ରେ ୧୨ହଜାର ୯୮୮କୃତକାର୍ଯ୍ୟ,ପେପର-୨ରେ ୩୫ହଜାର ୧୬୫ ଜଣ କୃତକାର୍ଯ୍ୟ।ମୋଟ ୪୮ହଜାର ୧୫୩ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍ ହାର ରହିଛି ୬୬.୫୦ପ୍ରତିଶତ।
୨-କଟକ:ବାଲିଯାତ୍ରା ଶେଷ, ଯୁଆଡେ ଦେଖିବ କୁଢ଼ କୁଢ଼ ଅଳିଆ ଆଉ ଆବର୍ଜନା, ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ।
୩-ଭୁବନେଶ୍ୱର:ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ।
୪-ପୁରୀ:ବିଜୟ ହାସଲ ପରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କଲେ ଜୟ ଢୋଲକିଆ।
୫-ଭୁବନେଶ୍ୱର:୪୪୩୩ ନୂତନ ନର୍ସିଂ ଅଧିକାରୀ ପଦ ସୃଷ୍ଟି, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଉପସ୍ବାସ୍ଥ୍ଯ କେନ୍ଦ୍ର ଗୁଡିକରେ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବେ।
୬-ଭୁବନେଶ୍ୱର:ଭେଣ୍ଟିଲେଟରରେ ହ୍ୟୁମାନ ସାଗର, ଉନ୍ନତ ଚିକିତ୍ସା ପାଇଁ ସରକାରଙ୍କୁ ନେହୁରା ହେଲେ ମାଆ।
୭-ବାରିପଦା:ଚାର୍ଜ ବସାଇ କଥା ହେବା ବେଳେ ମୋବାଇଲ ହେଲା ବିସ୍ଫୋରଣ, ଯୁବକର ହାତ ପାପୁଲି ହେଲା ନଷ୍ଟ।
୮-ଜାଡ଼ରେ ଥରୁଛି ସାରା ଓଡ଼ିଶା, ଶିମିଳିପାଳରେ ୩ ଡିଗ୍ରୀକୁ ଖସିଲା ତାପମାତ୍ରା।
୯-ଭୁବନେଶ୍ୱର:ଆଜିଠାରୁ ସଡ଼କ ସୁରକ୍ଷା ପକ୍ଷ,ନିୟମ ଭାଙ୍ଗିଲେ ମିଳିବ କଡ଼ା ଦଣ୍ଡ ବିଧାନ।
୧୦-ଆସିଲାଣି ପିକ୍ ନିକ୍ ଋତୁ,ଜମିବ ଭୋଜିଭାତ, ବଣଭୋଜି ପାଇଁ ଆରମ୍ଭ ହେଲାଣି ବଣ ଖୋଜା, ଅଧିକାଂଶଙ୍କର ପସନ୍ଦ ନଦୀ ପଠା।
୧୧-୨୦ରୁ କେନ୍ଦୁଝର ବନଖଣ୍ଡରେ ବାଘ ଗଣନା,୪ଟି ଟିମ୍ ରେ ୩୦୦ କର୍ମଚାରୀ ନିୟୋଜିତ।
୧୨-ସୋର: ସୋରରେ ସିରିଜ୍ ଦୁର୍ଘଟଣା,୩ଟି ବାଇକକୁ ପିଟିଲା କାର୍, ୪ ଗୁରୁତର।
୧୩-କାଲିମେଳା:ଗାର୍ଲଫ୍ରେଣ୍ଡକୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବାକୁ ଗଞ୍ଜେଇ ବେପାର ! ୨୨ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ।
୧୪-ରାଜ୍ୟର ସମସ୍ତ ବନ୍ଦରରେ ମୁତୟନ ହେବ ତଟରକ୍ଷୀ ଜାହାଜ: କୋଷ୍ଟଗାର୍ଡ ଆଇଜି।
୧୫-୨୦କୋଟି କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ହେବ ଆସନ୍ତା ୧୯ ତାରିଖ ବୁଧବାର ଦିନ।
୧୬-ଇଡେନ୍ ଟେଷ୍ଟ; ଗୋଟିଏ ଦିନରେ ୧୬ଟି ୱିକେଟ୍, ୫୦ ଛୁଇଁପାରିଲେନି କୌଣସି ବ୍ୟାଟର।
୧୭-ବଢିବ ମହୂଆ ମୈତ୍ରଙ୍କ ଅଡୁଆ, ୪ ସପ୍ତାହରେ ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇକୁ ଲୋକପାଳଙ୍କ ନିର୍ଦ୍ଦେଶ।
୧୮-ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିବା ୪ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ।ଆଉ ଡାକ୍ତରୀ ଅଭ୍ୟାସ କରିପାରିବେନି ଏହି ୪ଜଣ।
୧୯-ମୁମ୍ବାଇ: ବିଳମ୍ବରେ ପହଞ୍ଚିବାରୁ ଶହେଥର ଉଠ୍ ବସ୍, ଭସାଇ ସ୍ଥିତ ଶ୍ରୀ ହନୁମନ୍ତ ବିଦ୍ୟାମନ୍ଦିରରେ, ଷଷ୍ଠ ଶ୍ରେଣୀ ଛାତ୍ରୀ ମୃତ।
୨୦-ଜୋହାନ୍ସବର୍ଗ:ଜଙ୍ଗଲ ସଫାରୀରେ ବାଘର ଶିକାର ହୋଇଗଲେ ‘ଗେମ ଅଫ ଥ୍ରୋନସ୍’ର ଏଡିଟର, କ୍ୟାଥେରିନ ଚ୍ୟାପେଲ ।
Comments
Post a Comment