ଖବର ଆଜିର ତାରିଖ:୧୪/୧୧/୨୫, ଶୁକ୍ରବାର



୧-ଆଜି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି, ୨୬ ରାଉଣ୍ଡରେ ହେବ ଗଣତି, ସକାଳ ୮ରୁ ଆରମ୍ଭ।

୨-ପାଟନା:ନୀତୀଶ ନା ତେଜସ୍ଵୀ ? ବିହାର ବିଧାନସଭା ପାଇଁ ମତଦାନର ଆଜି ଗଣତି।

୩-୧୦/୧୧ ଦିଲ୍ଲୀ ବିସ୍ଫୋରଣ:ଫିଟୁଛି ବଡ଼ ଷଡ଼ଯନ୍ତ୍ରର ଗୁମର, ଦୋଷୀଙ୍କ ଦଣ୍ଡ ଦେଖି ଚକିତ ହେବ ବିଶ୍ବ:ଅମିତ ଶାହା।

୪-୬ଶହ ଡାଟା ଏଣ୍ଟ୍ରି ଅପରେଟରଙ୍କ ନିୟମିତ ଚାକିରି ବାଟ ଫିଟିଲା,ଓଡ଼ିଶା ସରକାରଙ୍କ SLP ସୁପ୍ରିମକୋର୍ଟରେ ଖାରଜ।

୫-କୁଆଁପାଳ: ପୁଲିସ୍ ର ଥାର୍ଡ ଡିଗ୍ରୀ ଅଭିଯୋଗ, ଫାଣ୍ଡି ଅଧିକାରୀ ନିଲମ୍ବିତ।

୬-ଭୁବନେଶ୍ୱର:ପାରିବାରିକ କଳହ ମାମଲାରେ ଲାଞ୍ଚ, ବାଲିଅନ୍ତା ଥାନା ASI ଗିରଫ।

୭-ଭୁବନେଶ୍ୱର:ଡିସେମ୍ବର ୨୨ରୁ +୨ ଆସେସମେଣ୍ଟ, ଅନୁପସ୍ଥିତି ରହିଲେ ହେବେ ଅକୃତକାର୍ଯ୍ୟ।

୮-କଟକ ବାଲିଯାତ୍ରା:ଶ୍ରେୟାଙ୍କ କାର୍ଯ୍ୟକ୍ରମରେ ଠେଲାପେଲା, ବ୍ୟାରିକେଡ଼ ଭାଙ୍ଗି ୩ ଆହତ।

୯-ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ , ୨୦ ତାରିଖରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବେ ରାଷ୍ଟ୍ରପତି।

୧୦-ନୂଆପଡ଼ା ପାଇଁ ଭକ୍ତଙ୍କ ଭବିଷ୍ୟବାଣୀ: କହିଲେ, ଘାସିରାମ ମାଝୀଙ୍କୁ ମିଳିଛି ଜନ ସମର୍ଥନ, ୫ ହଜାରରୁ ଅଧିକ ଭୋଟରେ ଜିତିବ କଂଗ୍ରେସ।

୧୧-ଧାନ କିଣିବା ପାଇଁ ତାରିଖ ଘୋଷଣା କଲେ ସରକାର, ଆସନ୍ତା ୨୦ତାରିଖରୁ ମଣ୍ଡିରେ ଆରମ୍ଭ ହେବ ଖରିଫ୍ ଧାନ କିଣା।

୧୨-ଜଗତସିଂହପୁର ଜିଲା ସିମଳଦା ଗାଁ:ଦେବୀ ନଦୀରେ ୩ ନିଖୋଜ ଘଟଣା, ମିଳିଳା ଜଣଙ୍କ ମୃତଦେହ।

୧୩-ଭଦ୍ରକ:ଭ୍ୟାନିଟି ବ୍ୟାଗରୁ ସୁନା ଚୋରି ଘଟଣା, ନାବାଳକ ଗିରଫ ସହ ଅଳଙ୍କାର ଜବତ।

୧୪-ଭୁବନେଶ୍ୱର:ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ ,ତିଆରି ହେବ ୨ ଥାକିଆ ରାସ୍ତା।

୧୫-ଉଦଳା ହାଇସ୍କୁଲ ଖେଳ ପଡିଆ:ଗରିବ ରୋଗୀଙ୍କୁ ମିଳୁନି ଔଷଧ, ପଡ଼ିଆରେ ପଡିଛି କୁଢ଼ କୁଢ଼ ମେଡିସିନ୍।

୧୬-କଳାହାଣ୍ଡି:ଭିଜିଲାନ୍ସ ଜାଲରେ RWSS କିରାଣି କିରାଣୀ, ଟି ଭେଙ୍କଟ ଗିରି ରାଓ, ପେନସନ ଓ ଗ୍ରାଚୁଇଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ।

୧୭-ବଜାରକୁ ଆସିଗଲା ଏସି ଟ୍ରାକ୍ଟର, ବିଲରେ ଓ ଖଣିରେ ଶୀତଳତା ପ୍ରଦାନ କରିବ ଟ୍ରାକ୍ଟର।

୧୮-ଭାରତରେ ବିକ୍ରି ହେଉଥିବା ୬୪ କୋଟି ଲିଟର ଦୁଗ୍ଧରୁ ୫୦ କୋଟି ଅପମିଶ୍ରିତ ଓ ନକଲି ,ସତର୍କ କଲେ WHO।

୧୯-କିଛି ଦିନ ହେବ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଉଥିଲା ସୁନା ରୁପା ଦର । ୨୨ କ୍ୟାରେଟ୍ ସୁନା ହ୍ରାସ ପାଇ ଲକ୍ଷେ ୧୦ ହଜାରକୁ ଖସିଥିଲା । ହେଲେ ଏବେ ପୁଣି ଲକ୍ଷେ ୧୫ ହଜାର ଡେଇଁଛି ସୁନା ରେଟ୍ । ରୁପା ବି ଲକ୍ଷେ ୭୦ ହଜାର ପାର୍ କରିଛି ।

୨୦-ପଞ୍ଜାବରେ ଗ୍ରେନେଡ ଆକ୍ରମଣ ଯୋଜନା ପଣ୍ଡ କଲା ପୁଲିସ, ୧୦ ଗିରଫ: ମାଲେସିଆରୁ ଷଡ଼ଯନ୍ତ୍ର କରିଥିଲା ଆଇଏସଆଇ।

୨୧-ଫରିଦାବାଦ ପରେ ଲୁଧିଆନା ଆତଙ୍କୀ ମଡ୍ୟୁଲ୍: ୧୦ ଆଇଏସ୍ଆଇ ସଦସ୍ୟ ଗିରଫ, ଗ୍ରେନେଡ୍ ଜବତ।

୨୨-ଖୋଲିଲା ଭାରତର ନ୍ୟୋମା ଏୟାରବେସ୍, ରହିଛି ଚୀନ ବର୍ଡରରୁ ମାତ୍ର ୩୫ କିଲୋମିଟର ଦୂରରେ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024