ଖବର ଆଜିର ତାରିଖ:୧୩/୧୧/୨୫, ଗୁରୁବାର



୧-ଆଜିଠାରୁ ରାଜ୍ୟରେ ଶୀତର ପ୍ରକୋପ ଆହୁରି ବଢ଼ିବ, ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା।

୨-ନୂଆପଡ଼ା ଉପନିର୍ବାଚନରେ ୮୧. ୯୪ % ମତଦାନ, ଦେଶରେ ଦ୍ୱିତୀୟ ସର୍ବାଧିକ।ଗତ ନିର୍ବାଚନରେ ୭୫.୪୯ ପ୍ରତିଶତ ମତଦାନ ହୋଇଥିଲା।

୩-ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା ,ଲୋକଙ୍କ ଆଗ୍ରହକୁ ନଜରରେ ରଖି ଅବଧି ବୃଦ୍ଧି କଲେ ମୁଖ୍ଯମନ୍ତ୍ରୀ।

୪-କଟକ ବାଲିଯାତ୍ରାରେ ବୋଇତ ରେସ୍, ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା ଟିମ୍।

୫-ନୂଆପଡ଼ା:ଷ୍ଟ୍ରଙ୍ଗରୁମରେ ଇଭିଏମ୍, ଟେନସନରେ ନେତା, ବାଜିମାତକୁ ନେଇ ପରସ୍ପର ମଧ୍ୟରେ ହେଲେଣି ବାଜି ମରାମରି।

୬-ଭୁବନେଶ୍ୱର:ଜୁଲାଇ ୧୩ରେ ହୋଇଥିବା ASO ମୁଖ୍ୟ ପରୀକ୍ଷା ବାତିଲ, ଡ଼ିସେମ୍ବର ୭ରେ ହେବ ସାନି ପରୀକ୍ଷା।

୭-କଟକ ବାଲିଯାତ୍ରା:୭୦ ଫୁଟ ଉଚ୍ଚତାରେ ଅଟକିଗଲା ଦୋଳି ୩ ଘଣ୍ଟା ପରେ ଉଦ୍ଧାର ହେଲେ ୮।

୮-ଅନୁଗୋଳ: କାର୍ତ୍ତିକେଶ୍ବର ଭସାଣରେ ଗଣ୍ଡଗୋଳ, ଗୋଟିଏ ପରିବାରକୁ ଆକ୍ରମଣ,୧୦ ଗୁରୁତର।

୯-ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି,ସନ୍ଧ୍ୟା ୬ଟାରୁ ବନକଲାଗି ନୀତି ଆରମ୍ଭ ହୋଇ ୧୦ଟାରେ ସରିବ‌।

୧୦-ରାଜ୍ୟ ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଶିଶୁଙ୍କ ସ୍ୱପ୍ନକୁ ସାକାର କରିବା ଆମର ସର୍ବୋଚ୍ଚ ପ୍ରାଥମିକତା।

୧୧-ଡ଼ିସେମ୍ବର ୨୪ରୁ ଆରମ୍ଭ ବରଗଡ଼ ଧନୁଯାତ୍ରା, ୧୧ଦିନ ଧରି ଚାଲିବ ଏହି ମହୋତ୍ସବ।ଏଥିପାଇଁ ୧୫ରୁ ୧୭ ତାରିଖ ଯାଏଁ ଚାଲିବ କଳାକାର ଚୟନ ପ୍ରକ୍ରିୟା । 

୧୨-ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀରେ ହେବାକୁ ଥିବାଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

୧୩-ତହସିଲଦାରଙ୍କ ବଢ଼ିଲା କ୍ଷମତା; ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସରଳ କରିବା ପାଇଁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ।

୧୪-ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର।

୧୫-ଗଜପତି:ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ମହିଳାମାନେ ବଜାର ତଥା ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଯୋଗାଇଦେଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି।

୧୬-ପାହାଳ ରସଗୋଲା ଖାଇ ଭୁରି ଭୁରି ପ୍ରଶଂସା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ।

୧୭-ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତକୁ ଭେଟିଲେ ପ୍ରଧାନମନ୍ତ୍ରୀ।

୧୮-ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ।

୧୯-ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ସ୍ଵତନ୍ତ୍ର ଆମ୍ବୁଲାନ୍ସରେ ଗଲେ ବାସ ଭବନକୁ।

୨୦-ଦିଲ୍ଲୀ ବିସ୍ଫୋରଣକୁ କେନ୍ଦ୍ର କ୍ୟାବିନେଟର ନିନ୍ଦା, ପୀଡ଼ିତଙ୍କ ପାଇଁ ହେଲା ୨ ମିନିଟ୍ ନିରବ ପ୍ରାର୍ଥନା।

Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)