ଖବର ଆଜିର ତାରିଖ:୦୯/୧୧/୨୫,ରବିବାର


୧-କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍, ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ।

୨-୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ, ଆଜି ଅପରାହ୍ଣ ୪ଟାରୁ ବନ୍ଦ ହେବ ପ୍ରଚାର।

୩-ଆଜି ଗୋଟିଏ ଦିନରେ ଏଏସଓ, ଆରଆଇ,ଏଆରଆଇ ଓ ଅମିନପରୀକ୍ଷା; ଦ୍ଵନ୍ଦ୍ଵରେ ଛାତ୍ରଛାତ୍ରୀ।

୪-ଧୀରେ ଧୀରେ ରାଜ୍ୟରେ ବଢ଼ୁଛି ଶୀତ, ଦାରିଙ୍ଗିବାଡ଼ିରେ ୧୫ ଡିଗ୍ରି ତଳେ ରାତିର ତାପମାତ୍ରା, ଟ୍ୱିନ୍ ସିଟିରେ ବି ରାତିରେ ଖସୁଛି ପାରଦ।

୫-କିସ୍ ଓ କିଟ୍ ରେ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଏଲ୍‍ ଆଣ୍ଡ ଟି ଅଧ୍ୟକ୍ଷ ଏସ.‍ ଏନ. ସୁବ୍ରମଣ୍ୟମ୍‍।

୬-ପୀତବାସଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା, ଜଣେ PSO ସହ ଘର ଆଗରେ ରହିବେ ୪ ପୋଲିସ।

୭-ଏଣିକି କୋଣାର୍କ ନାଟ୍ୟ ମଣ୍ଡପ ଉପରକୁ ପର୍ଯ୍ୟଟକ ଚଢିବା ମନା, କଟକଣା ଜାରି କଲା ଏଏସ୍‌ଆଇ।

୮-ରଥଯାତ୍ରା ବେଳେ ଗୁଣ୍ଡିଚା ମନ୍ଦିରରେ ଦଳାଚକଟା ଘଟଣା; ୭ ପୁଲିସ ଅଧିକାରୀ ଦାୟୀ।

୯-କଟକ ସହରର ମଣିସାହୁ ଛକରେ ଅଘଟଣ:କୋଠା ବାଲକୋନୀ ଭୁଶୁଡ଼ି ୩ ମୃତ।

୧୦-ଭୁବନେଶ୍ବର:ମାଟିରେ ମିଶିଲା ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ପ୍ରତିଷ୍ଠାନ। ବିଲଡର ସସ୍ମିତ ବିଶ୍ବାଳ ଓରଫ ଚିନ୍ମୟ ହତ୍ୟାକାଣ୍ଡ ମାମଲାରେ କମିଶନରେଟ୍ ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ।

୧୧-ଯାଜପୁର ରସୁଲପୁରରେ ଚାଲିଛି ରାହାସ ଉତ୍ସବ, ସୋଲ ଓ ଜମ୍ବୁରା କାଗଜରେ ସଜା ହୋଇଥିବା କୁଞ୍ଜରେ ଶୋଭା ପାଉଛନ୍ତି ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି।

୧୨-୩୨୫ କୋଟି ଟଙ୍କାର GST ଠକେଇ; ବିଚାର ବିଭାଗୀୟ ହାଜତକୁ ଗଲା ମାଷ୍ଟରମାଇଣ୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ୍‌।

୧୩-ୱାର୍ଲଡ ଚାମ୍ପିଅନ ରିଚା ଘୋଷ ହେଲେ ଡିଏସପି, ସିଏମ୍ ମମତା ବାନାର୍ଜୀ ଦେଲେ ନିଯୁକ୍ତି ପତ୍ର; 'ବଙ୍ଗ ଭୂଷଣ' ସମ୍ମାନରେ ହେଲେ ସମ୍ମାନିତ।

୧୪-ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି। 

୧୫-ଟି-୨୦ରେ ସବୁଠୁ ଦ୍ରୁତତମ ୧୦୦୦ ରନ ପୂରଣ କଲେ ଅଭିଷେକ, ସୂର୍ଯ୍ୟ-ବିରାଟ ସଭିଙ୍କୁ ପକାଇଲେ ପଛରେ।

୧୬-ସରକାରୀ କର୍ମଚାରୀଙ୍କ ଲାଗି ଅଷ୍ଟମ ବେତନ ଆୟୋଗଙ୍କ ନୂଆ ସୁପାରିଶ, ପ୍ରାଇଭେଟ ସେକ୍ଟର ସହ ସମାନ ହେବ ବେତନ।

୧୭-ନୂଆଦିଲ୍ଲୀ:ଚନ୍ଦ୍ରଯାନ-୨ ପଠାଇଲା ଫଟୋ, ଚନ୍ଦ୍ର ମେରୁ ପୃଷ୍ଠରେ ପାଣି, ବରଫ ରହିଥିବା ସମ୍ଭାବନା।

୧୮-ମିରଟ୍:ପ୍ରେମିକ ସାହାଯ୍ୟରେ ମହିଳାଙ୍କର ବିଭତ୍ସ କାଣ୍ଡ ,ନିଜ ସ୍ୱାମୀଙ୍କୁ ନିଶା ଦେଇ ନାଳରେ ଫିଙ୍ଗି ଦେଲେ ପତ୍ନୀ , ପୁଲିସର ତଦନ୍ତ ଜାରି।

୧୯-ନୂଆଦିଲ୍ଲୀ: ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ ।

୨୦-ଟ୍ରମ୍ପ୍ ପ୍ରଶାସନର ଅଜବ ନୀତି , ଡାଏବେଟିସ୍ କି ହାର୍ଟ ଡିଜିଜ୍ ଥିଲେ ମିଳିବନି ଆମେରିକାକୁ ଏଣ୍ଟ୍ରି।


Comments

Popular posts from this blog

ଖବର ଆଜିର ତାରିଖ:୨୩/୦୬/୨୬, ମଙ୍ଗଳବାର

ଖବର ଆଜିର ତାରିଖ:୧୯/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୬/୦୬/୨୬, ଶୁକ୍ରବାର

ଖବର ଆଜିର ତାରିଖ:୨୦/୦୬/୨୬, ଶନିବାର

୦୯-ଅକ୍ଟୋବର-୨୦୨୪,ବୁଧବାର

𝐒𝐇𝐔𝐁𝐎𝐔𝐃𝐇A𝐘 05 Jan (Sunday)