ଖବର ଆଜିର ତାରିଖ:୦୬/୧୧/୨୫,ଗୁରୁବାର



୧-ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ,ସରକାରୀ ଅନୁଦାନ ରାଶି ୨ରୁ ୧୦ କୋଟିକୁ ବୃଦ୍ଧି।

୨-ଆରମ୍ଭ ହୋଇଗଲା ଶୀତ: ରାଜ୍ୟରେ ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା, ବଢିବ ଶୀତ।ଆସନ୍ତା ସାତଦିନ ରାଜ୍ୟରେ ପାଗ ଶୁଖିଲା ରହିବ । 

୩-ବିଶ୍ଵ ଚମ୍ପିଆନ ଝିଅଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ବିଶ୍ଵକପ ସହିତ ଉଠାଇଲେ ଫଟୋ।

୪-ନୁଆପଡା ଉପନିର୍ବାଚନରେ ହଜିଗଲାଣି ଲୋକଙ୍କ ସମସ୍ୟା,ତେଜିଲାଣି ବ୍ୟକ୍ତିଗତ ଆକ୍ଷେପ ପଲିଟିକ୍ସ।

୫-ବ୍ରହ୍ମପୁର:କ୍ରାଇମ୍ ସ୍ପଟ୍‌ରେ ଡେମୋ ଦେଖାଇଲେ ପୀତବାସ ପଣ୍ଡାଙ୍କ ହତ୍ୟାକାରୀ, ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ବହୁ ତଥ୍ୟ ଓଗାଳିଛି ପୋଲିସ।

୬-ଓଡ଼ିଶାକୁ ପାରାଦୀପ ମାଧ୍ୟମରେ ସମୃଦ୍ଧ କରାଯିବ। ପାରାଦୀପ ଆକାଶପଥ ସହ ଯୋଡ଼ି ହେ‍ବ ବୋଲି ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

୭-ସମ୍ବଲପୁର:ପଥର ମଝିରେ ଫସିଯାଇଥିବା ମହିଳା ଉଦ୍ଧାର; ୫ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଅଗ୍ନିଶମ ବାହିନୀ କଲା ଉଦ୍ଧାର।

୮-ପୁଣି ଥରେ ନୂଆପଡ଼ା ଯିବେ ନବୀନ,ଆସନ୍ତା ୭ରେ ପୁଣି ଥରେ ଖରିଆର ରୋଡ୍‌ ଓ ନୂଆପଡ଼ା ବ୍ଲକରେ ପ୍ରଚାର କରିବେ ନବୀନ । 

୯-ଜଗତସିଂପୁର:ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ: ପୁଅ।କଳାକାର ମହଲରେ ଶୋକର ଛାୟା ।

୧୦-ଚାଷୀଙ୍କ ପାଇଁ ଖୁସି ଖବର, ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ।

୧୧-ବେଗୁନିଆ:ସୀମା ବିବାଦରୁ ପୁଣି ଦୁଇ ଗାଁ ସଂଘର୍ଷ,୧୦ ଦୋକାନ ଜାଳିଦେଲେ ଦୁର୍ବୃତ।

୧୨-ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନୀ ହେଲେ ନ୍ୟୁୟର୍କର ମେୟର: ପ୍ରଥମ ଭାଷଣରେ ଜବାହାରଲାଲ ନେହେରୁଙ୍କୁ ମନେ ପକାଇଲେ।

୧୩-ନୂଆଦିଲ୍ଲୀ:ରାଜପଥ ଦୁର୍ଘଟଣା ପାଇଁ ଦଣ୍ଡିତ ହେବେ ଠିକାଦାର।୫୦୦ ମିଟରରେ ଏକାଧିକ ଦୁର୍ଘଟଣା ପାଇଁ ୨୫ ଲକ୍ଷ ଓ ପରବର୍ତ୍ତି ଦୁର୍ଘଟଣା ପାଇଁ ୫୦ ଲକ୍ଷ ଜୋରିମାନା।

୧୪-ମିର୍ଜାପୁର:ରେଳ ଧାରଣା ପାର ବେଳେ ଚଢିଗଲା ଟ୍ରେନ୍,୬ ଶ୍ରଦ୍ଧାଳୁ ମୃତ।

୧୫-ଗୋଲଡ କୋଷ୍ଟ:ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି ୨୦ ଆଜି।

୧୬-ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ପନ୍ତ।

୧୭-ବିହାରରେ ଆଜି ପଡିବ ଭୋଟ୍: ୧୮ ଜିଲ୍ଲାର ୧୨୧ଟି ବିଧାନସଭା ଆସନରେ ହେବ ମତଦାନ।

୧୮-NCRB ରିପୋର୍ଟ: ୨୦୨୪ ସଡ଼କ ଦୁର୍ଘଟଣାରେ ୧.୭ ଲକ୍ଷ ଲୋକଙ୍କ ମୃତ୍ୟୁ, ଓଡ଼ିଶାରେ ବି ବଢିଛି।

୧୯-ହରିୟାଣାରେ ୨୫ ଲକ୍ଷ ୪୧ ହଜାର ଭୋଟ୍ ଚୋରି, ପ୍ରତି ୮ ଜଣରୁ ଜଣେ ନକଲି ଭୋଟର ; ରାହୁଲଙ୍କ ସଙ୍ଗୀନ ଅଭିଯୋଗ।


Comments

Popular posts from this blog

News Headlines from Business News Agencies 24.10.2025

THE HINDU All City Editable Editions 21.06.2025

News Headlines from Business News Agencies 28.10.2024

Morning Update – 01st October 2024

News Headlines from Business News Agencies 25.07.2024