ଖବର ଆଜିର ତାରିଖ:୧୯/୧୧/୨୫,ରବିବାର
୧-ସାଇବର ସୁରକ୍ଷା ପାଇଁ ୧୧୨୭ ନୂତନ ପୋଲିସ ପଦବୀ, ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ମିଳିବ ନିଯୁକ୍ତି।
୨-ଦୀପାବଳି ପାଇଁ କମିଶନରେଟ ପୋଲିସର ଗାଇଡ଼ଲାଇନ, ରାତି ୯ଟା ପରେ ବାଣ ଫୁଟାଇଲେ ହେବ କଡ଼ା ଆକ୍ସନ।
୩-ଜଟଣୀ:ଜଟଣୀରେ ବାଣ କିଣିବାକୁ ଭିଡ,ସହର ପ୍ରବେଶ ପଥ ୨ ଘଣ୍ଟା ଜାମ୍।ରାସ୍ତା ପାଶ୍ବରେ ବାଣ ଦୋକାନ ଯୋଗୁଁ ହେଉଛି ଟ୍ରାଫିକ୍ ସମସ୍ଯା ।
୪-ନୂଆପଡା ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ ଓ ଜୟ ଢୋଲକିଆ।
୫-ଯାଜପୁର ସହରର ୫୫ ରୁ ଉର୍ଦ୍ଧ୍ୱ ପୂଜା ମଣ୍ଡପରେ ପୂଜା ପାଇବେ ମା' କାଳୀ ଏବଂ ଲକ୍ଷ୍ମୀନାରାୟଣ।
୫-ଜମି ଡିମାର୍କସେନ ପାଇଁ ଆଉ ଯିବାକୁ ପଡ଼ିବନି ତହସିଲ ଅଫିସ, ଏଣିକି ଅନଲାଇନରେ ଆବେଦନ କଲେ ମିଳିବ ତାରିଖ।
୬-ବ୍ରହ୍ମପୁର:ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ୍ ଲୁଟ୍, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଚୋରି ଅଭିଯୋଗ।
୭-କାର୍ତ୍ତିକରେ ପରିବା ମହାଙ୍ଗା; ଆକାଶ ଛୁଆଁ ଦର ଦେଖି କିଣିବାକୁ ଡରୁଛନ୍ତି ଗ୍ରାହକ।ମାସକ ମଧ୍ୟରେ ପରିବା ଦର ୨୫ ପ୍ରତିଶତରୁ ଅଧିକ ହୋଇଛି।
୮-ଭୁବନେଶ୍ବର :ଟ୍ରେଡିଂ ଆପ୍ ରେ ୪୦ ଲକ୍ଷ ଠକେଇ,ନାସିକରୁ ମୁଖ୍ଯ ଅଭିଯୁକ୍ତ ଗିରଫ।
୯-ସୁନା ଭରିକୁ ଲକ୍ଷେ ୧୯ ହଜାର। ଦାମ୍ ଶୁଣିଲେ ହୋସ୍ ଉଡ଼ିଯାଉଛି।କିଏ ଅଳ୍ପ ସୁନା କିଣି ମନ ବୁଝାଇ ଦେଉଥିଲା ତ ଆଉ କିଏ ସୁନା ବଦଳରେ ରୁପା ଅଳଙ୍କାରଟିଏ କିଣି ଘରକୁ ନେଇଯାଉଥିଲା।
୧୦-ଭୁବନେଶ୍ବର:ଧନତେରାସ୍ ବଜାର, ୨୫୦ କୋଟିର ସୁନା ହେଲା ବିକ୍ରି।ଚଢା ଦରରେ ବି ଭିଡ ଜୋର।
୧୧-ବାଙ୍ଗିରିପୋଷି ସ୍ଥିତ ଦ୍ଵାର ଶୁଣି ଘାଟି:ଘାଟିରୁ ଓଲଟି କାର ଉପରେ ଖସି ପଡ଼ିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଯାତ୍ରୀ ଆହତ।
୧୨-୧୦୦ ଚୋରି ମୋବାଇଲ ଓ ୫୦୦ ବାଇକ ଫେରାଇଲା କେନ୍ଦୁଝର ପୋଲିସ, ୫ ବର୍ଷ ତଳେ ହୋଇଥିଲା ଚୋରି।
୧୩-ଆଠଗଡ:କଟକ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ସାମଗ୍ରୀ ଜବତ, ମାଫିଆ ଚମ୍ପଟ।
୧୪-ଦୀପାବଳି ପାଇଁ ୨୦ ଓ ୨୧ ତାରିଖ ସରକାରୀ ଛୁଟି, ୨୧ ତାରିଖରେ ବ୍ୟାଙ୍କ ଓ ଅନ୍ୟ ବିତ୍ତିୟ ସଂସ୍ଥା ଖୋଲା ରହିବ।
୧୫-ଅକ୍ଟୋବରରେ ପୁଣି ବାତ୍ୟା ଆଶଙ୍କା, ୨୧ରେ ଆସୁଛି ଲଘୁଚାପ,୨୩ ତାରିଖ ସୁଦ୍ଧା ହେବ ଘନୀଭୂତ।
୧୬-ଇଣ୍ଡି ମେଣ୍ଟକୁ ଝଟକା, ଅଲଗା ହେଲା ଜେଏମ୍ଏମ୍, ଏକା ଲଢ଼ିବ ବିହାର ନିର୍ବାଚନ।
୧୭-ନେପାଳ ଓ ପଶ୍ଚିମବଙ୍ଗରୁ ଆସୁଛି ଧଳା ଜହର; ବ୍ରାଉନସୁଗାର ଗ୍ୟାଙ୍ଗରେ ଅଛି ଲେଡି ଡନ୍ ଅନିତା ପରମଗୁରୁ।
୧୮-BSNL ଆଣିଛି ଧମାକା ଦିୱାଲି ଅଫର, ୧ ଟଙ୍କାରେ ଗପିବେ ମନ ଇଛା, ଦିନକୁ ପୁଣି 2GB ଡାଟା।
୧୯-କ୍ରିକେଟ୍:ଆଜିଠୁ ଭାରତ - ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା,ପର୍ଥରେ ପ୍ରଥମ ଲଢେଇ।
୨୦-ଘନଉଛି ଆଫଗାନିସ୍ତାନ ଓ ପାକିସ୍ତାନ ଯୁଦ୍ଧ, ଅସ୍ତ୍ରବିରତି ଘୋଷଣା ସତ୍ତ୍ବେ ପାକ୍ ଏୟାର ଷ୍ଟ୍ରାଇକ୍ରେ ୧୪ ନାଗରିକ ନିହତ।
Comments
Post a Comment